Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

କଲବଲ କରୁଛି ତାତି, ୧୭ ଯାଏଁ ନିସ୍ତାର ନାହିଁ

ଭୁବନେଶ୍ୱର: ଆହୁରି ୪ ଦିନ ଜାରି ରହିବ ଗ୍ରୀଷ୍ମ ଲହରୀ। ପଶ୍ଚିମରୁ ଉପକୂଳ, ଉତ୍ତରରୁ ଦକ୍ଷିଣ ସବୁଠି ତାତିର ପ୍ରକୋପ। ରାଜ୍ୟରେ ଦିନ ତାପମାତ୍ରା ୨ରୁ ୪ଡିଗ୍ରୀ ବଢ଼ିଥିବାବେଳେ ଆଭ୍ୟନ୍ତରୀଣ ଅଞ୍ଚଳରେ ୩ରୁ ୫ ଡିଗ୍ରୀ ବୃଦ୍ଧି ପାଇଛି । ଉପକୂଳରେ ୨ରୁ ୩ ଡିଗ୍ରୀ ବଢ଼ିଛି ପାରଦ ।

ଗତକାଲି ରାଜ୍ୟର ୮ ସହରରେ ପାରଦ ୪୧ ଡିଗ୍ରୀ ସେଲସିୟସ୍ ଡେଇଁଛି। ସବୁଠୁ ଉତ୍ତପ୍ତ ଥିଲା ଝାରସୁଗୁଡ଼ା, ଯେଉଁଠି ୪୧.୪ ଡିଗ୍ରୀ ସେଲସିୟସ୍ ପହଞ୍ଚିଥିଲା। ସେହିପରି ୧୫ ସହରରେ ତାପମାତ୍ରା ୩୯ ଡିଗ୍ରୀ କିମ୍ବା ତା’ଠାରୁ ଅଧିକ ଥିଲା। ଶୁକ୍ରବାର ପାଇଁ ୧୫ ଜିଲ୍ଲାକୁ ସତର୍କ କରାଇଛି ପାଣିପାଗ ବିଭାଗ । ୧୫ରୁ ଅତି ପ୍ରବଳ ଖରା ପାଇଁ ୭ ଜିଲ୍ଲାକୁ ଅରେଞ୍ଜ ଆଲର୍ଟ ଜାରି କରାଯାଇଛି। ସେହିଭଳି ୧୬ ଓ ୧୭ରେ ଗ୍ରୀଷ୍ମ ପ୍ରବାହ ଜାରି ରହିବ ବୋଲି ଆକଳନ କରିଛି ପାଣିପାଗ ବିଭାଗ।

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ