Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ସାଲିଆସାହିରେ ପୁଣି ପଶିଲା ପୋଲିସ, ବିପୁଳ ପରିମାରଣ ଦେଶୀ ମଦ ଜବତ

ଭୁବନେଶ୍ବର: ରାଜଧାନୀରେ ଥିବା ସାଲିଆସାହିରେ ବଡ଼ ଧରଣର ଚଢ଼ାଉ । ବେଆଇନ ଦେଶୀ ମଦ ଭାଟି ଚାଲିଥିବାର ଖବର ପାଇ ସକାଳୁ ରେଡ୍ କରିଛି ଅବକାରୀ ବିଭାଗ । ଏହି ଚଢ଼ାଉ ବେଳେ ଘଟଣାସ୍ଥଳରୁ ବିପୁଳ ପରିମାଣର ଦେଶୀ ମଦ, ପୋଚ ଜବତ ହୋଇଛି । ଅବକାରୀ ବିଭାଗ ଟିମ୍ ଜବତ ଦେଶୀ ମଦ, ପୋଚକୁ ନଷ୍ଟ କରିଛି । ଏହି ଘଟଣାରେ ୯ ଜଣ ଅଭିଯୁକ୍ତ ଗିରଫ ହୋଇଛନ୍ତି ।

ସାଲିଆସାହି ବସ୍ତିରେ ବେଆଇନ ଦେଶୀ ମଦ ଭାଟି ଚାଲିଥିବାର ବିଶ୍ୱସ୍ତ ସୂତ୍ରରୁ ଖବର ପାଇଥିଲା ଅବକାରୀ ବିଭାଗ । ଏହାପରେ ଅବକାରୀ ବିଭାଗ ଅଧିକାରୀ ଗ୍ରାହକ ବେଶରେ ସାଲିଆସାହିରେ ପଶିଥିଲେ । ପରେ ଅବକାରୀ ଏସପିଙ୍କ ସମେତ ୪୦ ଜଣିଆ ଟିମ୍ ଆସି ବସ୍ତିରେ ଚଢାଉ କରିଥିଲେ । ଅଧିକାରୀଙ୍କ ସୂଚନା ଅନୁସାରେ, ରେଡ୍ ସମୟରେ ୫ ହଜାରରୁ ୬ ହଜାର ଲିଟର ପୋଚ ନଷ୍ଟ କରାଯାଇଛି । ୧୦୦୦ ଲିଟର ମଦ ଜବତ ହୋଇଛି । ଏଥିସହ ୯ ଜଣ ଅଭିଯୁକ୍ତଙ୍କୁ ଗିରଫ କରାଯାଇଛି । 

ତେବେ ସାଲିଆସାହିରେ ଦେଶୀ ମଦ ପ୍ରସ୍ତୁତ ହେବା ସହ ମୟୂରଭଞ୍ଜ, କେନ୍ଦୁଝର, ଗଞ୍ଜାମ ଓ ଆଠଗଡ ଆଦି ବିଭିନ୍ନ ସ୍ଥାନରୁ ମଧ୍ୟ ଦେଶୀ ମଦ ଏଠାକୁ ଚାଲାଣ ହେଉଥିବା ଅବକାରୀ ବିଭାଗ ଅଧିକାରୀ ସୂଚନା ଦେଇଛନ୍ତି । 

ସୂଚନାଯୋଗ୍ୟ, ଗତ ୩ ମାସ ତଳେ ଅବକାରୀ ବିଭାଗ ଓ କମିଶନରେଟ ପୋଲିସ ପକ୍ଷରୁ ସାଲିଆସାହିରେ ବ୍ୟାପକ ଚଢାଉ କରାଯାଇ ପାଖାପାଖି ୬ଟି ଦେଶୀ ମଦ ଭାଟି ଠାବ କରାଯାଇଥିଲା । ହଜାର ହଜାର ଲିଟର ଦେଶୀ ମଦ ନଷ୍ଟ କରାଯିବା ସହ ଏକାଧିକ ଲୋକଙ୍କୁ ଗିରଫ କରିଥିଲା ପୋଲିସ । ତଥାପି ବେଆଇନ ଦେଶୀ ମଦ ଭାଟି ଉପରେ ଲାଗିପାରୁନି ରୋକ୍ ।

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ