ନାରାୟଣ ସେବା କେନ୍ଦ୍ର ପକ୍ଷରୁ ପାନୀୟ ଜଳ ବଣ୍ଟନର ଶୁଭାରମ୍ଭ


ବାଲିଗୁଡା,ତା, ୧୪ /୦୩ (ସଞ୍ଜୟ କୁମାର ପାଣିଗ୍ରାହୀ): ସମଗ୍ର ରାଜ୍ୟରେ ଏବେ ଠାରୁ ହିଁ ପ୍ରବଳ ଖରା ସାଙ୍ଗକୁ ଗରମ ବୃଦ୍ଧି ପାଇବାରେ ଲାଗିଛି l ଏହା କନ୍ଧମାଳ ଜିଲ୍ଲାର ସମଗ୍ର ଅଞ୍ଚଳରେ ମଧ୍ୟ ବୃଦ୍ଧି ପାଇବାରେ ଲାଗିଛି l ଏହି ପରିପ୍ରେକ୍ଷୀରେ କନ୍ଧମାଳ ଜିଲ୍ଲା ବାଲିଗୁଡା ସହରରେ ଯାତାୟାତ ପଥିକ ମାନଙ୍କ ପାଇଁ ନାରାୟଣ ସେବା କେନ୍ଦ୍ର ପକ୍ଷରୁ ସହରର ବିଭିନ୍ନ ସ୍ଥାନରେ ମାଟି ମାଠିଆରେ ପାଣି ରଖି ଥଣ୍ଡା ପାନୀୟ ଜଳ ବଣ୍ଟନ ବ୍ୟବସ୍ଥାର ଶୁଭାରମ୍ଭ କରାଯାଇଛି । ବେଦାନ୍ତ କେଶରୀ ସ୍ଵାମୀଲକ୍ଷ୍ମଣା ନନ୍ଦ ସଂସ୍କୃତ କନ୍ୟାଶ୍ରମ ର ପରିଚାଳକ ମୁଖ୍ୟ ସ୍ଵାମୀ ଜୀବନା ମୁକ୍ତାନନ୍ଦ ପୁରୀ ଏହି ଜଳବଣ୍ଟନ ବ୍ୟବସ୍ଥା ର ଶୁଭାରମ୍ଭ କରିଛନ୍ତି । ଖରା ଦିନକୁ ଆଖି ଆଗରେ ରଖି ଗାୟତ୍ରୀ ପରିବାର ନାରାୟଣ ସେବା କେନ୍ଦ୍ର ର ମୁଖ୍ୟ ପରିଚାଳକ ଅନ୍ତର୍ଯ୍ୟାମି ବେହେରା କହିଛନ୍ତି ଯେ, ପୂର୍ବ ବର୍ଷ ରେ ମଧ୍ୟ ସାଧାରଣ ଲୋକଙ୍କୁ ଖରାଦିନ ରେ ପାନୀୟ ଜଳ ପ୍ରଦାନ କରାଯାଉଥିଲା, କିନ୍ତୁ ଚଳିତ ବର୍ଷ ମାଟି ମାଠିଆରେ ପାଣି ପ୍ରଦାନ କରାଯିବ ଓ ଲୋକଙ୍କୁ ମଧ୍ୟ ସଚେତନ କରାଯିବ ସମସ୍ତେ ମାଟି ମାଠିଆ ରେ ପାଣି ରଖି ବ୍ୟବହାର କରନ୍ତୁ । ଏହି କାର୍ଯ୍ୟକ୍ରମରେ ଗାୟତ୍ରୀ ପରିବାର ସଭାପତି ଅନନ୍ତ ଚରଣ ପୃଷ୍ଟି , ବିରୁପାକ୍ଷ ଦାସ , ଜଗନ୍ନାଥ ବେହେରା , ଓକିଲ ସଂଘ ସଭାପତି ଟି.ହରିଶ୍ଚନ୍ଦ୍ର ରାଓ , ବରିଷ୍ଠ ଆଇନଜିବୀ କ୍ଷମା ସାଗର ପ୍ରଧାନ, ସାମ୍ବାଦିକ ସନ୍ତୋଷ ଦାସ ,ସ୍ଵୟଂ ସେବକ ସଂଘ ର ଜିଲ୍ଲା ସମ୍ପର୍କ ପ୍ରମୁଖ୍ କାଳିନ୍ଦୀ ଚରଣ ପଣ୍ଡା ,ସରସ୍ଵତୀ ଶିଶୁମନ୍ଦିର ସମ୍ପାଦକ ତୀର୍ଥ ବାସୀ ଘଡେଇ , ଅଭୟ ପାତ୍ର, ବିନୋଦ ନାୟକଙ୍କ ସମେତ ବାଲିଗୁଡା ,ତୁମୁଡିବନ୍ଧ, କୋଟଗଡ ଓ କ.ନୂଆଗାଁ ଅଞ୍ଚଳର ଗାୟତ୍ରୀ ପରିବାର ମା,ଭାଇ , ଭଉଣୀ, ବହୁ ବୁଦ୍ଧିଜୀବୀ ଉପସ୍ଥିତ ଥିଲେ ।