ଦିନ ଗୋଟାଏ ସୁଦ୍ଧା ରଙ୍ଗ ଖେଳ ସାରିବାକୁ ନିର୍ଦ୍ଦେଶ


କଟକ: ସାରା ରାଜ୍ୟରେ ଲୋକେ ହୋଲି ଖଷଳରେ ମସଗୁଲ । ତେବେ ଦିନ ଗୋଟାଏ ସୁଦ୍ଧା ସାର ହୋଲି ଖେଳ ସାରିବାକୁ ଅପିଲ କରିଛନ୍ତି କଟକ ଡିସିପି । ସେ କହିଛନ୍ତି, କଟକଣା ମାନି ଦିନ ୧୨ଟାରୁ ୧ଟା ଭିତରେ ହୋଲି ଖେଳ ସାରନ୍ତୁ । ହୋଲି ଖେଳି ସାରିବା ପରେ ନଦୀ ତୁଠରେ ଗାଧାନ୍ତୁ ନାହିଁ । ଏଥିସହ ମଦ ପିଇ ହୋଲି ନଖେଳିବାକୁ ଓ ବିଶୃଙ୍ଖଳିତ ଆଚରଣ ନକରିବାକୁ ତାଗିଦ କରିଛନ୍ତି ଡିସିପି ।

ଡିସିପି ଆହୁରି କହିଛନ୍ତି, ହୋଲି ପାଇଁ କଟକ ସହରରେ ୨୨ ପ୍ଲାଟୁନ୍ ପୋଲିସ୍ ମୁତୟନ ହୋଇଛନ୍ତି । ଏଥିସହ ସହରରେ ସମସ୍ତ ମଦ ଦୋକାନ ବନ୍ଦ ରହିବ । ବେଆଇନ ଭାବେ ମଦ ବିକିଲେ କାର୍ଯ୍ୟାନୁଷ୍ଠାନ ନିଆଯିବ ବୋଲି ଡିସିପି ଚେତାବନୀ ଦେଇଛନ୍ତି ।

ଅନ୍ୟପକ୍ଷରେ ହୋଲି ପାଇଁ ଟ୍ବିନସିଟିରେ ୮ଟି ହଟ୍ ସ୍ପଟ୍ ସ୍ଥାନ ଚିହ୍ନଟ କରିବା ସହ ୨୪ ଘଣ୍ଟିଆ କଣ୍ଟ୍ରୋଲ୍ ରୁମ୍ ଖୋଲିଛି ଅଗ୍ନିଶମ ବିଭାଗ । ରାଜ୍ୟର ସବୁ ବ୍ଲକରେ ଅଗ୍ନିଶମ ବିଭାଗ ଅଧିକାରୀ ମୁତୟନ ହେବେ । ସମ୍ବେଦନଶୀଳ ସ୍ଥାନରେ ସ୍ୱତନ୍ତ୍ର ଅଧିକାରୀଙ୍କୁ ମୁତୟନ କରାଯିବ ବୋଲି କହିଛନ୍ତି ଚିଫ୍ ଫାୟାର ଅଫିସର । ଭୁବନେଶ୍ୱରର ବାଙ୍କୁଆଳ, କୁଆଖାଇ, ପୁରୀ କେନାଲ, ବାଲିଅନ୍ତା ସାଇଫନ ଏବଂ କଟକ ଯୋବ୍ରା, ଦେବୀଗଡ଼ା ଓ ବଡ଼ଖାଇରେ ସ୍ୱତନ୍ତ୍ର ଟିମ୍ ମୁତୟନ ହେବେ । ସ୍କୁବା ଡାଇଭର, ପାୱାର ବୋଟ, ଲାଇଫ ଜାକେଟ, ଅଣ୍ଡର ୱାଟର କ୍ୟାମେରା, ପାୱାରଫୁଲ ଲାଇଟ ଆଦି ସହ ଷ୍ଟ୍ରାଇକିଂ ଫୋର୍ସ ମଧ୍ୟ ସଜାଗ ରହିବ ।