Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ଅଗ୍ନିଗଙ୍ଗାମା ଯାତ୍ରା ଦେଖି ଫେରୁଥିଲେ…ମୋଟର ସାଇକେଲ ଦୁର୍ଘଟଣା ରେ ୩ଗୁରୁତ୍ୱର, କୋରାପୁଟ ସ୍ଥାନାନ୍ତର

ଲକ୍ଷ୍ମୀପୁର ୧୬/୦୩ ..ଲକ୍ଷ୍ମୀପୁର ବ୍ଲକ ଡୋଳିଆମ୍ବ ଗାଁ ଢ଼ାବା ନିକଟରେ ଜଣେମୋଟର ସାଇକେଲ ଆରୋହୀ ଚାଲି ଯାଉଥିବା ଅନ୍ୟ ଜଣଙ୍କୁ ଧକ୍କା ଦେବାରୁ ତିନି ଜଣ ଗୁରୁତ୍ୱର ଆହତ ହୋଇଛନ୍ତି। ଆହତ ମାନଙ୍କୁ ସ୍ଥାନୀୟ ଲୋକେ ଘଟଣା ସ୍ଥଳରୁ ଉଦ୍ଧାର କରି ଲକ୍ଷ୍ମୀପୁର ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ର ରେ ଭର୍ତି କରାଇଥିଲେ। ଲକ୍ଷ୍ମୀପୁର ଡାକ୍ତର ଖାନା ରେ ପ୍ରାଥମିକ ଚିକିତ୍ସା କରାଯିବାପରେ ଦୁଇଜଣ ଙ୍କ ଅବସ୍ଥା ସଂକଟାପନ ଥିବାରୁ କୋରାପୁଟ ଏସଏଲଏନ ମେଡିକାଲ କଲେଜ କୁ ଆମ୍ବୁଲାନ୍ସ ଯୋଗେ ସ୍ଥାନାନ୍ତର କରାଯାଇଛି। ସୂଚନା ଅନୁଯାୟୀ ଦଶମନ୍ତପୁର ବ୍ଲକ ତୋଟାଗୁଡା ଗାଁ ର କୁମାର ଚାଲାଣ ତାଙ୍କ ପତ୍ନୀ ଚେତମଣୀ ଦାମୀ ଓ ଗୋଟିଏ ଛୋଟ ଛୁଆ କୁ ଧରି ପରିବାର ର ତିନି ଜଣ ସଦସ୍ୟ ନିଲାବାଡ଼ି ରେ ଅନୁଷ୍ଠିତ ହଉଥିବା ଅଗ୍ନିଗଙ୍ଗାମା ଙ୍କ ଘଟ ଯାତ୍ରା ଦେଖି ମୋଟର ସାଇକେଲ ରେ ଫେରୁଥିବା ବେଳେ ଲକ୍ଷ୍ମୀପୁର  ଦୋଳିଆମ୍ବା ଢ଼ାବା ନିକଟରେ  ଜୟ  ମାଣ୍ଡିଙ୍ଗା ନାମକ ଜଣେ ବ୍ୟକ୍ତି ଙ୍କୁ ଧକ୍କା ଦେଇ ଦୁର୍ଘଟଣା ର ସମ୍ମୁଖୀନ ହୋଇଥିଲେ।ଜୟ ଚାଲି ଚାଲି ଯାଉଥିବା ବେଳେ ତାଙ୍କୁ ମୋଟର ସାଇକେଲ ଧକ୍କା ଦେଇଥିଲା।ଆହତ ମାନଙ୍କୁ କୋରାପୁଟ ସ୍ଥାନାନ୍ତର କରିବା ରେ ପୂର୍ବତନ ସାଂସଦ ଝିନ ହିକକା, ରାଧେଶ୍ୟାମ ଯାନୀ, ନରେନ୍ଦ୍ର ଗରଡ଼ା ପ୍ରମୁଖ ବ୍ୟକ୍ତି ସହଯୋଗ କରିଥିଲେ…

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ