Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ସୁଖାଡିହି ନୂତନ ମହାଦେବ ମନ୍ଦିର ପ୍ରତିଷ୍ଠା ଉତ୍ସବ ଉଦଯାପିତ

ସୁଖାଡିହି ନୂତନ ମହାଦେବ ମନ୍ଦିର ପ୍ରତିଷ୍ଠା ଉତ୍ସବ ଉଦଯାପିତ
ଝାରସୁଗୁଡା ୧୭/୩ (ଓଡ଼ିଶା ନ୍ୟୁଜ) ଝାରସୁଗୁଡା ଜିଲ୍ଲା ଲଖନପୁର ବ୍ଲକ କତରବଗା ଗ୍ରାମ ପଞ୍ଚାୟତ ଅନ୍ତର୍ଗତ ସୁଖାଡିହି ଗାଁର କାଳୀ ଚରଣ ଧୁରୁଆ ଓ ପତ୍ନୀ ଜେମାଦେଇ ଧୁରୁଆ ପ୍ରଥମ କରି ମୂଳଦୁଆ ଦେଇଥିବା ନବ ନିର୍ମିତ ମହାଦେବ ମନ୍ଦିର ପ୍ରତିଷ୍ଠା ଉତ୍ସବ ଆଜି ଉଦଯାପିତ ହୋଇ ଯାଇଛି । ଶନିବାର ଅପରାହ୍ନ ୩ ଟା ସମୟରେ ବାଉସେନପାଲି (କ) ଗାଁ ପୋଖରୀରୁ ଜଳପୂର୍ଣ୍ଣ କଳସ ଆଣି ପୂଜା ମଣ୍ଡପରେ ସ୍ଥାପନ ସହ ଅଧିବାସ ପୂଜା ହୋଇଥିବା ବେଳେ ରବିବାର ୮ ଟା ସମୟରେ ଦେବତା ଆବାହନ ଓ ମଣ୍ଡଳ ପୂଜା, ଅଗ୍ନି ସ୍ଥାପନ,ଷୋଡଶ ଉପଚାର ପୂଜା ଏବଂ ଆଜି ପାର୍ଶ୍ଵ ଦେବତା ପୂଜନ, ବିଷ୍ଣୁ ସହସ୍ର ନାମ ଜପନ,ବିଗ୍ରହ ପ୍ରାଣ ପ୍ରତିଷ୍ଠା, ହୋମ, ଧ୍ବଜାରୋହଣ, ଆରତୀ, ପୂର୍ଣ୍ଣାହୁତି, ପୁଷ୍ପାଞ୍ଜଳି ସହିତ ମନ୍ଦିର ପ୍ରତିଷ୍ଠା ଉତ୍ସବ ଉଦଯାପିତ ହୋଇ ଯାଇଛି ।
ଉକ୍ତ ମନ୍ଦିର ପ୍ରତିଷ୍ଠା ଉତ୍ସବରେ ଗୋସାଇଁ ଧୁରୁଆ ଓ ପତ୍ନୀ ମୁକ୍ତା ଧୁରୁଆ ମୁଖ୍ୟ କର୍ତ୍ତା ଦାୟିତ୍ବ ନିର୍ବାହ କରିଥିବା ବେଳେ ଦିଲ୍ଲୀପ ଧୁରୁଆ, ରାଜୀବ ଧୁରୁଆ, ମହେନ୍ଦ୍ର ଭୋଇ,ଫକୀର ରାଉତ, ଦିବାକର ସାହୁ, ପଞ୍ଚୁ ସାହୁ, ନିର୍ମଳ ସାହୁ, ଅକ୍ଷୟ ଭୋଇ, ସୂର୍ଯ୍ୟ କୁମାର ପଧାନ, ପଦ୍ମନ ମରେଇ, ରେବୁନ ଖମାରୀ, ମିତ୍ର ଭୋଇ, ସୁନି ରାଜନ ଧୁରୁଆ, ରୁଦ୍ରଦେଵ ସାହୁ ସପତ୍ନୀକ ପାର୍ଶ୍ଵ କର୍ତ୍ତା ରୂପେ ପୂଜାକାର୍ଯ୍ୟ ରେ ସହଯୋଗ କରିଥିଲେ । ମୁଖ୍ୟ ପୂଜକ ପଣ୍ଡିତ ରାଜୀବ ଦାସ ଏବଂ ସହଯୋଗୀ ପଣ୍ଡିତ ମିଥୁନ ଦାସ ପୂଜାର୍ଚ୍ଚନା, ହୋମଯଜ୍ଞ ଆଦି ସମସ୍ତ କାର୍ଯ୍ୟ ସମ୍ପାଦନ କରିଥିଲେ । ଏହି ପରିପ୍ରେକ୍ଷୀରେ ପ୍ରତ୍ୟେକ ଦିନ ବିଭିନ୍ନ ସାଂସ୍କୃତିକ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା ।
ଏହି ଅବସରରେ ରାଜ୍ୟ ବିଜେପି ଯୁବମୋର୍ଚା ସାଧାରଣ ସମ୍ପାଦକ ସୁଜିତ ସିଂ,କତରବଗା ସରପଞ୍ଚ ସୁମିତ୍ରା ଖମାରୀ, ଜାମଗାଁ ଗୋପୀନାଥ ସାଏ, ଅତାବିରା ସରପଞ୍ଚ ସଞ୍ଜିତ ପଧାନ, ପଞ୍ଚଗାଁ ମୁକେଶ ବାରିକ ଓ ଭିକମପାଲି ସରପଞ୍ଚ ପଦ୍ମିନୀ ସାହୁ,ପଞ୍ଚଗାଁ ସମିତି ସଭ୍ୟ ରୋହିତ ଧୁରୁଆ ନିମନ୍ତ୍ରୀତ ଅତିଥି ଭାବେ ଯୋଗଦାନ କରିଥିଲେ । ଆଖପାଖ ଗାଁ ମାନଙ୍କରୁ ବହୁ ଲୋକଙ୍କ ସମାଗମ ହୋଇଥିଲା ଏବଂ ସମସ୍ତଙ୍କ ପାଇଁ ଅନ୍ନ ପ୍ରସାଦ ବ୍ୟବସ୍ଥା କରା ଯାଇଥିଲା । ସୁଖାଡିହି ଗ୍ରାମବାସୀଙ୍କ ସହ ବାଉସେନପାଲି (କ),କନ୍ଦଡିହି,ଯୋଗୀଢ଼ିପା, ବାଞ୍ଜିପାଲି, କତରବଗା, ଦେବଦରହ, ଜୁନଡେରା ଗ୍ରାମବାସୀ ବିଭିନ୍ନ ଦାୟିତ୍ୱ ତୁଲାବା ସହ ସମସ୍ତ ପ୍ରକାର ସାହାଯ୍ୟ ସହଯୋଗ କରିଥିଲେ ।