Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Latest News in Odia, Breaking News in Odia, ବଡ ଖବର , Odisha Dot News

ପ୍ରମୁଖ ଖବର
  • ପାଟଣାଗଡ ବିଧାୟକ ଉଠବସ କରାଇଥିବା ଜେଇଙ୍କ ପତ୍ନୀ ପ୍ରବୀଣା ରାଜହଂସ ଥାନାରେ ଦେଲେ ଏତଲା , କଲେ ଗିରଫ ଦାବି
  • ||

ପୂର୍ବତନ କେନ୍ଦ୍ରମନ୍ତ୍ରୀ ଦେବେନ୍ଦ୍ର ପ୍ରଧାନଙ୍କୁ ଓଡ଼ିଶା ଛାତ୍ର ସଂଗଠନ ଦିଲ୍ଲୀ ତରଫରୁ ଶ୍ରଦ୍ଧାଞ୍ଜଳି

ନୂଆଦିଲ୍ଲୀ – ଆଜି ଦିଲ୍ଲୀ ସ୍ଥିତ ଶ୍ରୀ ଲାଲ ବାହାଦୁର ଶାସ୍ତ୍ରୀ ରାଷ୍ଟ୍ରୀୟ ସଂସ୍କୃତ ବିଶ୍ବବିଦ୍ୟାଳୟର ରେ ଓଡ଼ିଶା ଛାତ୍ର ସଂଘଠନ ତରଫରୁ ପୂର୍ବତନ କେନ୍ଦ୍ରମନ୍ତ୍ରୀ ତଥା ବର୍ତ୍ତମାନ କେନ୍ଦ୍ରୀୟ ଶିକ୍ଷା ମନ୍ତ୍ରୀ ଶ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ଙ୍କ ପିତା ସ୍ବର୍ଗତ ଦେବେନ୍ଦ୍ର ପ୍ରଧାନଙ୍କୁ ଓଡ଼ିଶା ଛାତ୍ର ସଂଘଟନ, ଦିଲ୍ଲୀ ତରଫରୁ ଶ୍ରଦ୍ଧାଞ୍ଜଳି ଜ୍ଞାପନ କରାଯାଇଛି। ଏଥିରେ ପ୍ରାୟ 100 ରୁ ଅଧିକ ଓଡ଼ିଆ ଛାତ୍ର ଛାତ୍ରୀ ଉପସ୍ଥିତ ରହି ସ୍ବର୍ଗତ ଦେବେନ୍ଦ୍ର ପ୍ରଧାନଙ୍କୁ ଶ୍ରଦ୍ଧାଞ୍ଜଳି ଦେବା ସହ ଶୋକ ପ୍ରକାଶ କରିଥିଲେ।ଗବେଷକ ଶ୍ରୀମାନ ସୌମ୍ୟରଞ୍ଜନ ବଡ଼ପଣ୍ଡା କହିଛନ୍ତି ଓଡିଶାରେ ବିଜେପି ର ବିପ୍ଳବୀ ହିସାବରେ ଗାଁ ଗାଁ ଯାଇ ବିଚାରଧାରା କୁ ଲୋକଙ୍କ ପାଖରେ ପହଞ୍ଚାଇ ଥିଲେ। ଏଥିରେ କିଶନ ମହାକୁଡ,ଆକାଶ ମେହେର, ସୁବାସିଶ ପଣ୍ଡା,ଭବାନୀ,ନୀଳାମ୍ବର ଦାସ,ଶୁଭଶ୍ରୀ ଦାସ, ପତିତପାବନ, ଆଲିସା ପ୍ରଧାନ,ସୁମନି,ଅମିତା ପଣ୍ଡା,ଲୋପାମୁଦ୍ରା, ରେବୀ,ଅଜୟ ଭୋଇ, ଖିତିସ କୁମାର,ସତ୍ୟ,ଆଇନା ପ୍ରମୁଖ ଉପସ୍ଥିତ ରହି ଶ୍ରଦ୍ଧାଞ୍ଜଳି ଜ୍ଞାପନ କରିଥିଲେ।