ବିଧାନସଭା ବଜେଟ ଅଧିବେଶନ: ନାରୀ ନିର୍ଯାତନାକୁ ନେଇ ଆଜି ବି କମ୍ପିବ ଗୃହ


ଭୁବନେଶ୍ବର: ବିଧାନସଭା ବଜେଟ ଅଧିବେଶନର ଦ୍ଵିତୀୟ ପର୍ଯ୍ୟାୟ । ଆଜି ପଞ୍ଚୟତରାଜ ଓ ପାନୀୟ ଜଳ, ଗୃହ ନିର୍ମାଣ ଓ ପୌର ଉନ୍ନୟନ, ଜଙ୍ଗଲ ପରିବେଶ ଓ ଜଳବାୟୁ ପରିବର୍ତ୍ତନ, ଗ୍ରାମ୍ୟ ଉନ୍ନୟନ, ସରକାରୀ ଉଦ୍ୟୋଗ, ଶ୍ରମ ଓ କର୍ମଚାରୀ ରାଜ୍ୟ ବିମା ବିଭାଗର ପ୍ରଶ୍ନକାଳ ରହିଛି ।
ଶୂନ୍ୟକାଳରେ ବହୁ ଗୁରୁତ୍ଵପୂର୍ଣ୍ଣ ବିଷୟକୁ ଗୃହରେ ଉଠାଇ ପାରନ୍ତି ବିରୋଧୀ l ବିରୋଧୀଙ୍କ ପକ୍ଷରୁ ମୁଲତବୀ ପ୍ରସ୍ତାବ ଦିଆଯିବ l ସେହିପରି କଂଗ୍ରେସ୍ ପକ୍ଷରୁ ନାରୀ ନିର୍ଯ୍ୟାତନା ପ୍ରସଙ୍ଗ ଉଠାଇ ଗୃହରେ ହଟ୍ଟଗୋଳ ଓ ପ୍ରତିବାଦ କରାଯିବ l ଆଜି ଉଚ୍ଚଶିକ୍ଷା, କ୍ରୀଡା ଓ ଓଡିଆ ଭାଷା ଓ ସଂସ୍କୃତି ବିଭାଗର ଖର୍ଚ୍ଚ ଦାବି ଆଲୋଚନା ରହିଛି l