ଭୁବନେଶ୍ବର: ଆଜି ପଖାଳ ଦିବସ। ଓଡ଼ିଆ ଜାତିର ଗର୍ବ ଓ ବିଶେଷତ୍ବ ହେଉଛି ପଖାଳ । ଓଡ଼ିଆଙ୍କ ଏହି ପାରମ୍ପରିକ ଖାଦ୍ୟକୁ ଆହୁରି ଅଧିକ ଲୋକପ୍ରିୟ କରିବା ଲାଗି ମାର୍ଚ୍ଚ ୨୦ ତାରିଖକୁ ପଖାଳ ଦିବସ ଭାବେ ପାଳନ କରାଯାଏ । ଏବେ ଛୋଟବଡ଼ ହୋଟେଲ ଓ ରେସ୍ତୋରାଁ ଗୁଡ଼ିକରେ ବିଭିନ୍ନ ପ୍ରକାରର ପଖାଳ ପ୍ରସ୍ତୁତ କରାଯାଉଛି । କେବଳ ଓଡ଼ିଶାରେ ରହୁଥିବା ଲୋକ ନୁହଁନ୍ତି ବରଂ ରାଜ୍ୟ ତଥା ଦେଶ ବାହାରେ ରହୁଥିବା ପ୍ରତ୍ୟେକ ଓଡ଼ିଆ ଏହି ଦିନ ପଖାଳ ଖାଇ ପଖାଳ ଦିବସ ପାଳନ କରନ୍ତି ।
ପଖାଳ ଦିବସକୁ ଦୃଷ୍ଟିରେ ରଖି ହୋଟେଲମାନଙ୍କରେ ମଧ୍ୟ ସ୍ବତନ୍ତ୍ର ପ୍ରସ୍ତୁତି କରାଯାଏ । ଓଡ଼ିଶା ସମେତ ପଶ୍ଚିମବଙ୍ଗ, ବିହାର ଓ ଆସାମ ଆଦି ରାଜ୍ୟରେ ପଖାଳ ବେଶ୍ ଲୋକପ୍ରିୟ । କେବଳ ହୋଟେଲ କି ରେଷ୍ଟୁରାଣ୍ଟ ନୁହେଁ, ଓଡ଼ିଶାର ପ୍ରାୟ ସମସ୍ତଙ୍କ ଘରେ ଆଜି ପଖାଳ ସ୍ପେଶାଲ ଦେଖିବାକୁ ମିଳୁଛି ।
ତେବେ ପଖାଳ ସହ ସାଇଟ ଆଇଟମ ବେଶ ପପୁଲାର । ବଢ଼ିଚୁଡ଼ା, ଆଳୁ ଭଜା, ବାଇଗଣ ବର୍ତ୍ତା, ମାଛ ଭଜା, ଚିକେନ୍ କଷା, ଆଲୁ ଚିପ୍ସ, ପୋଲଟଳ ବେଶର, କଲରା ଚିପ୍ସ ଭଳି ଆଇଟମ ପଖାଳର ସ୍ବାଦକୁ ଆହୁରି ଦ୍ବିଗୁଣିତ କରିଦେଇଥାଏ ।
ତେବେ କେବଳ ସାଧାରଣ ଲୋକେ ନୁହେଁ, ସେଲିବ୍ରିଟିଙ୍କ ମଧ୍ୟରେ ମଧ୍ୟ ପଖାଳର କ୍ରେଜ ଦେଖିବାକୁ ମିଳିଥାଏ । ଓଡ଼ିଆ ସେଲିବ୍ରିଟିତ ପଖାଳ ପାଇଁ ପାଗଳ । ତେବେ, ଦେଶ ବିଦେଶର ସେଲିବ୍ରିଟି, ୟୁଟ୍ୟୁବର ପଖାଳକୁ ନେଇ ବେଶ ଉତ୍ସାହ ଦେଖାଇଥାନ୍ତି ।