Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ରାଜସ୍ୱ ନିରୀକ୍ଷକ କାର୍ଯ୍ୟାଳୟ ସମ୍ମୁଖରୁ ବୃଦ୍ଧା ଙ୍କ ମୃତ

ପଟ୍ଟାଙ୍ଗି୨୧/୦୩କୋରାପୁଟ ଜିଲ୍ଲା ପଟ୍ଟାଙ୍ଗି ବସଷ୍ଟାଣ୍ଡ୍ ଉପରେ ରହିଥିବା ରାଜସ୍ୱ ନିରୀକ୍ଷକ କାର୍ଯ୍ୟାଳୟ ସମ୍ମୁଖରେ ଜଣେ ଅଜଣା ବୃଦ୍ଧା ଙ୍କ ମୃତ ଦେହ କୁ ପୋଲିସ ଜବତ କରି ତଦନ୍ତ ଆରମ୍ଭ କରିଛି । ସୂଚନା ମୁତାବକ ମୃତ ବୃଦ୍ଧା ଜଣକ ବୁଧବାର ଠାରୁ ଗୁରୁବାର ୧୦ଟା ୩୦ମିନିଟ୍ ପର୍ଯ୍ୟନ୍ତ ଉକ୍ତ କାର୍ଯ୍ୟାଳୟ ବାରଣ୍ଡାରେ ବସିଥିବା ସହ ଜୀବିତ ରହିଥିଲେ । ଏହି ସମୟରେ କିଛି ଯୁବକ ବୃଦ୍ଧା ଙ୍କ ନିକଟରେ ପହଞ୍ଚି କଥାବାର୍ତ୍ତା ହୋଇ ବୃଦ୍ଧା ମାଁ ସମ୍ପର୍କରେ ପଚାରି ବୁଝିବା ସହ ତାଙ୍କୁ ତାଙ୍କ ନିଜ ଗ୍ରାମ କୁ ପଠାଇବା ପାଇଁ ବ୍ୟବସ୍ଥା କରିବା ନିମନ୍ତେ ପ୍ରସ୍ତୁତି ହେଉଥିବା ବେଳେ ବୃଦ୍ଧା ମାଁ ଜଣକ ଆରପାରି କୁ ଚାଲିଯିବା ଦୃଶ୍ୟ ବସଷ୍ଟାଣ୍ଡ୍ ଉପରେ ରହିଥିବା ସମସ୍ତ ଜନସାଧାରଣ ଙ୍କ ମଧ୍ୟରେ ଚକିତ ସୃଷ୍ଟି କରିଥିଲା । ଅନ୍ୟପକ୍ଷରେ ପଟ୍ଟାଙ୍ଗି ସରପଞ୍ଚ ଆଲମେ ଫୁଲ ଖବର ପାଇ ପୋଲିସ୍ କୁ ଜଣାଇବା ପରେ ସ୍ଥାନୀୟ ଥାନାଧିକାରୀ ଚତୁର୍ଭୁଜ ନାୟକ ଙ୍କ ନିର୍ଦ୍ଦେଶ କ୍ରମେ ଏଏସଆଇ ମାଧବ ତାଡିଙ୍ଗି ଘଟଣା ସ୍ଥଳେ ପହଞ୍ଚି ମୃତ ବୃଦ୍ଧା ଙ୍କ ମର ଶରୀର ଜବତ କରି ପଟ୍ଟାଙ୍ଗି ସ୍ୱାସ୍ଥ୍ୟ କେନ୍ଦ୍ର କୁ ସ୍ଥାନାନ୍ତରିତ କରି ଘଟଣା ସମ୍ପର୍କରେ ତଦନ୍ତ ଆରମ୍ଭ କରିବା ସମୟରେ ଜଣା ପଡିଥିଲା କି ମୃତ ବୃଦ୍ଧା ଜଣକ ଆନ୍ଧ୍ର ରାଜ୍ୟର ବିଶାଖାପାଟଣା ଅଞ୍ଚଳର ଏସ କାନାମା । ସେ ତାଙ୍କ ଝିଅ ଜୁଇ ଙ୍କ ସହ ମିଶି କୁନ୍ଦୁଲି ଗ୍ରାମକୁ ଯାଇ ବସ ଯୋଗେ ନିଜ ଗ୍ରାମକୁ ଫେରୁଥିବା ସମୟରେ ମାଁ ଜଣକ ବସରୁ ଓହ୍ଲାଇ ପଡିଥିଲେ ବୋଲି ପ୍ରାଥମିକ ତଦନ୍ତରୁ ଜଣାପଡିବା ପରେ ପୋଲିସ ମୃତ ବୃଦ୍ଧା ଙ୍କ ପରିବାର ଙ୍କୁ ଯୋଗାଯୋଗ କରି ଶବ ବ୍ୟବଚ୍ଛେଦ କରି ପରିବାର ବର୍ଗଙ୍କୁ ହସ୍ତାନ୍ତର କରିବା ନିମନ୍ତେ ସ୍ୱାସ୍ଥ୍ୟ କେନ୍ଦ୍ର ର ଶବ ବ୍ୟବଚ୍ଛେଦ ଗୃହରେ ରଖିଥିବା ଜଣାପଡିଛି । ଏନେଇ ଏଏସଆଇ ତାଡିଙ୍ଗି ଘଟଣା କୁ ନେଇ ଏକ ଅପମୃତ୍ୟୁ ମାମଲା ରୁଜ୍ଜୁ କରି ତଦନ୍ତ ଜାରି ରହିଥିବା ସହ ପରିବାର ପର୍ଗ ପହଞ୍ଚିବା ପରେ ଶବ ବ୍ୟବଚ୍ଛେଦ କରାଯାଇ ହସ୍ତାନ୍ତର କରାଯିବ ବୋଲି ପ୍ରକାଶ କରିଛନ୍ତି ।

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ