Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

IPL 2023ରେ ହେଲା ବିରଳ ରେକର୍ଡ, ୧୦ ଦେଶର ଖେଳାଳି ହେଲେ ପ୍ଲେୟାର ଅଫ ଦ ମ୍ୟାଚ୍

ନୂଆଦିଲ୍ଲୀ: ଆଇପିଏଲ୍ ୨୦୨୩ ନିଜର ଅନ୍ତିମ ପର୍ଯ୍ୟାୟକୁ ଗତି କରୁଛି। ଚଳିତ ସଂସ୍କରଣରେ ଅଦ୍ୟାବଧି ୫୨ଟି ମୁକାବିଲା ଖେଳ ସରିଛି। ଅନେକ ବଡ଼ ବଡ଼ ରୋମାଞ୍ଚକର ମୁକାବିଲା ଦେଖିବାକୁ ମିଳିଛି। ଏହି ସମୟରେ ଅନେକ ପୁରୁଣା ରେକର୍ଡ ଧ୍ଵସ୍ତ ହୋଇଥିବା ବେଳେ ନୂତନ ରେକର୍ଡ ପ୍ରତିଷ୍ଠା ହୋଇଛି। ତେବେ ଚଳିତ ସଂସ୍କରଣରେ ଏମିତି ରେକର୍ଡ ସ୍ଥାପନ ହୋଇଛି, ଯାହା ଆଇପିଏଲ ଇତିହାସରେ ପ୍ରଥମ ଥର ହୋଇଛି। ତାହା ହେଉଛି ଆଇପିଏଲ ୨୦୨୩ରେ ସର୍ବାଧିକ ୧୦ଟି ଦେଶର ଖେଳାଳି ପ୍ଲେୟାର ଅଫ ଦ ମ୍ୟାଚ୍ ପୁରସ୍କାର ଜିତିଛନ୍ତି।

ଚଳିତ ସଂସ୍କରଣରେ ଏ ପର୍ଯ୍ୟନ୍ତ ୨୨ ଭାରତୀୟ ଖେଳାଳିଙ୍କୁ ପ୍ଲେୟାର ଅଫ ଦ ମ୍ୟାଚ୍ ଆଓ୍ଵାର୍ଡ ମିଳିଛି। ଏହି ତାଲିକାରେ ଇଂଲଣ୍ଡ, ନ୍ୟୁଜିଲାଣ୍ଡ, ଓ୍ଵେଷ୍ଟଇଣ୍ଡିଜ, ଅଷ୍ଟ୍ରେଲିଆ, ଆଫଗାନିସ୍ତାନ, ଦକ୍ଷିଣ ଆଫ୍ରିକା, ଜିମ୍ବାଓ୍ଵେ, ଆୟରଲାଣ୍ଡ ଏବଂ ଶ୍ରୀଲଙ୍କା ଖେଳାଳି ସାମିଲ୍।

ଆସନ୍ତୁ ଜାଣିବା ସେହି ୧୦ ଦେଶର ଖେଳାଳି, ଯେଉଁମାନେ ପ୍ଲେୟାର ଅଫ ଦ ମ୍ୟାଚ୍ ଜିତିଛନ୍ତି।

ଇଂଲଣ୍ଡ- ହାରି ବ୍ରୁକ, ଜୋସ୍ ବଟଲର, ସାମ କୁରନ, ମାର୍କ ଉଡ, ମୋଇନ ଅଲ୍ଲୀ, ଫିଲିପ୍ ସଲ୍ଟ
ଅଷ୍ଟ୍ରେଲିଆ- ମାର୍କସ ଷ୍ଟୋଇନିସ୍, ନାଥନ ଏଲିସ, କ୍ୟାମେରୁନ ଗ୍ରୀନ, ମିଚେଲ୍ ମାର୍ଶ, ଗ୍ଲେନ ମ୍ୟାକ୍ସଓ୍ଵେଲ୍
ଓ୍ଵେଷ୍ଟଇଣ୍ଡିଜ- ନିକୋଲାସ ପୂରନ, ସିମରନ ହେଟମାୟର
ଆଫଗାନିସ୍ତାନ- ରଶିଦ ଖାନ
ଦକ୍ଷିଣ ଆଫ୍ରିକା- ଫାଫ ଡୁପ୍ଲେସିସ୍
ଜିମ୍ବାଓ୍ଵେ- ସିକନ୍ଦର ରଜା
ନ୍ୟୁଜିଲାଣ୍ଡ- ଡେଭନ କନଓ୍ଵେ, ଗ୍ଲେନ ଫିଲିପ୍ସ
ଆୟରଲାଣ୍ଡ- ଜୋସୁଆ ଲିଟିଲ୍
ଶ୍ରୀଲଙ୍କା- ମଥିଶା ପଥିରାନା

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ