Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ସରସ୍ଵତୀ ଶିଶୁ ମନ୍ଦିରରେ କଣ୍ଢେଇ ଦିବସ

ସମ୍ବଲପୁର:ଶୁକ୍ରବାର ଦିନ ସରସ୍ବତୀ ଶିଶୁ ମନ୍ଦିର, ଜଗନ୍ନାଥ ପ୍ରସାଦ, ନାକଟିଦେଉଳ ପ୍ରାଙ୍ଗଣରେ କଣ୍ଢେଇ ଦିବସ ପାଳିତ ହୋଇଯାଇଛି । ଉକ୍ତ ଉତ୍ସବଟି ବିଦ୍ୟାଳୟର ପରିଚାଳନା ସମିତିର ସଭାପତି ବିରଞ୍ଚିଶଙ୍କର ସାହୁଙ୍କ ସଭାପତିତ୍ୱରେ ପରିଚାଳିତ ହୋଇଥିଲା । ବିଦ୍ୟାଳୟର ପୂର୍ବତନ ଶିଶୁ ବାଟିକା ପ୍ରମୁଖ ପ୍ରଭାସିନୀ ମେହେର ଅତିଥି ଭାବରେ ଯୋଗଦାନ କରି ଶିଶୁମାନଙ୍କ ମନରେ କଣ୍ଢେଇ ଖେଳ ପ୍ରତି ଦୃଷ୍ଟି ଆକର୍ଷଣ କରିଥିଲେ ।ଶିଶୁ ବାଟିକାଠାରୁ ଆରମ୍ଭ କରି ଅଷ୍ଟମ ଶ୍ରେଣୀ ପର୍ଯ୍ୟନ୍ତ ଶିଶୁମାନେ ବହୁତ ଆନନ୍ଦର ସହିତ କଣ୍ଢେଇ ପ୍ରଦର୍ଶନ କରି ନିଜ ନିଜର କଣ୍ଢେଇ ସଂପର୍କରେ ବର୍ଣ୍ଣନା କରିଥିଲେ । କଣ୍ଢେଇଗୁଡ଼ିକ କପଡ଼ା ତିଆରି, ମାଟି ତିଆରି, ଧାତୁ ତିଆରି, କାଗଜରେ ତିଆରି ଏବଂ ଆବର୍ଜନାରୁ ମଧ୍ୟ ତିଆରି ହୋଇଥିଲା l ଶିଶୁମାନେ ମୋଟ ୨୪୦ଟି କଣ୍ଢେଇ ପ୍ରଦର୍ଶନ କରିଥିଲେ । ଏହି କଣ୍ଢେଇ ତିଆରିରେ ମାଆମାନଙ୍କ ଭୂମିକା ଗୁରୁତ୍ୱପୂର୍ଣ୍ଣ ଅଟେ । ଶିଶୁମାନେ ଏକ କଣ୍ଢେଇ ନୃତ୍ୟ ପରିବେଷଣ କରିଥିଲେ । ବିଦ୍ୟାଳୟର ପ୍ରଧାନ ଆଚାର୍ଯ୍ୟ ବିଜୟ କୁମାର ସାହୁ କଣ୍ଢେଇ ଦିବସ ପାଳନର ମହତ୍ତ୍ୱ ଉପରେ ଆଲୋକପାତ କରିବା ସହିତ ଆଜିକାଲି ମୋବାଇଲର ବହୁଳ ବ୍ୟବହାର ଫଳରେ କିପରି କଣ୍ଢେଇ ଖେଳର ଆଗ୍ରହ କମିଯାଉଛି ସେ ସଂପର୍କରେ ମାର୍ଗଦର୍ଶନ କରିଥିଲେ। ବିଦ୍ୟାଳୟର ଶିଶୁବାଟିକା ପର୍ଯ୍ୟାୟ ଏବଂ ଦିବା ପର୍ଯ୍ୟାୟର ଆଚାର୍ଯ୍ୟ ଆଚାର୍ଯ୍ୟାମାନେ କଣ୍ଢେଇର ବ୍ୟବହାର ଏବଂ ତା’ର ଉପକାରିତା ସଂପର୍କରେ ଶିଶୁମାନଙ୍କୁ ଧାରଣା ଦେଇଥିଲେ। ଆଚାର୍ଯ୍ୟା ଶ୍ରୀମତୀ ଗୀତାଞ୍ଜଳି ଦାଶ ଅତିଥି ପରିଚୟ ପ୍ରଦାନ କରିଥିବା ବେଳେ ଆଚାର୍ଯ୍ୟ ସୁଭାଷଚନ୍ଦ୍ର ସାହୁ ଧନ୍ୟବାଦ ଅର୍ପଣ କରିଥିଲେ ।