Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ଆଜି କିଛି ସ୍ଥାନରେ ବର୍ଷା ସମ୍ଭାବନା, କାଲିଠୁ ବଢିବ ତାତି

ଭୁବନେଶ୍ୱର: ଆସନ୍ତା ମଙ୍ଗଳବାରଠାରୁ ତାତି କ୍ରମଶଃ ଉପରମୁହାଁ ହେବ। ଆଜି ଉପକୂଳ ଓଡ଼ିଶାର ବିଭିନ୍ନ ସ୍ଥାନରେ ବର୍ଷା ସମ୍ଭାବନା ରହିଛି। ବର୍ଷା ସହିତ ବିଜୁଳି ଓ ଘଡ଼ଘଡ଼ି ହୋଇପାରେ। ଜିଲ୍ଲାଗୁଡ଼ିକ ମଧ୍ୟରେ ରହିଛି ବାଲେଶ୍ୱର, ଭଦ୍ରକ, ଯାଜପୁର, କେନ୍ଦ୍ରାପଡ଼ା, କଟକ ଓ ଜଗତସିଂହପୁର।

ଆସନ୍ତାକାଲିଠାରୁ ଉପରମୁହାଁ ହେବ ତାତି। ୪ରୁ ୫ ଦିନରେ ଦିନ ତାପମାତ୍ରା ୪ରୁ ୬ ଡିଗ୍ରୀ ପର୍ଯ୍ୟନ୍ତ ବଢ଼ିବ ବୋଲି ପାଣିପାଗ ବିଭାଗ ଆକଳନ କରିଛି। ସେହିପରି ରାତି ତାପମାତ୍ରା ବି ୨ରୁ ୩ ଡିଗ୍ରୀ ବଢ଼ିଯିବ।

ଅପରପକ୍ଷରେ ଗତ ୨୪ ଘଣ୍ଟାରେ ଛତ୍ରପୁରରେ ୭୧.୨ ମିମି ବର୍ଷା, ନୟାଗଡ଼ରେ ୨୮.୨ ମିମି, କଟକରେ ୨୮ ମିମି, ଭଦ୍ରକରେ ୨୩ ମିମି, ଗୋପାଳପୁରରେ ୧୬.୫ ମିମି, ଚାନ୍ଦବାଲିରେ ୧୬.୬ ମିମି, କେନ୍ଦ୍ରାପଡ଼ାରେ ୧୬.୪ ମିମି, ବୌଦ୍ଧରେ ୧୬ ମିମି, ଭୁବନେଶ୍ୱରରେ ୧୨.୨ ମିମି, ତାଳଚେରରେ ୧୨ ମିମି, ଖୋର୍ଦ୍ଧାରେ ୧୧ ମିମି, ଦେବଗଡ଼ରେ ୧୦.୨ ମିମି ବର୍ଷା ରେକର୍ଡ ହୋଇଛି।

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ