Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ରାଜ୍ୟ ଆଦିବାସୀ ଉର୍ନ୍ନୟନ ସମବାୟ ନିଗମ ସଭାପତି ଚମେଲି ଓରାମଙ୍କ ଜମନକିରା ବ୍ଲକ ଗସ୍ତ

ଜମନକିରା : ରାଜ୍ୟ ଆଦିବାସୀ ଉର୍ନ୍ନୟନ ସମବାୟ ନିଗମ ସଭାପତି ଚମେଲି ଓରାମ ଆଜି ସମ୍ବଲପୁର ଜ଼ିଲ୍ଲା ଜମନକିରା ବ୍ଲକ କୁଲୁଣ୍ଡି ପଞ୍ଚାୟତ ଗସ୍ତ କରିଥିଲେ I ଏହି ଅବସରରେ ଶ୍ରୀମତୀ ଓରାମ ସ୍ୱୟଂ ସହାୟକ ଗୋଷ୍ଠୀ ଜରିଆରେ ତେନ୍ତୁଳି କିଣାର ସମୀକ୍ଷା କରିଥିଲେ I କୁଲୁଣ୍ଡି ପଞ୍ଚାୟତର ଗୌଡ଼ପାଲିରେ ଥିବା ଏସ୍. ଏଲ୍ ଶୀତଳ ଭଣ୍ଡାରରେ ଜ଼ିଲ୍ଲାର ସମସ୍ତ ବ୍ଲକ ରୁ ଉତ୍ପାଦିତ ସମସ୍ତ ତେନ୍ତୁଳି ଏଠାରେ ମହଜୁଦ କରି ରଖାଯାଉଛି I ଆଜିକାର ଏହି ଗସ୍ତ କାର୍ଯ୍ୟକ୍ରମ ସମୟରେ ଆଦିବାସୀ ଉର୍ନ୍ନୟନ ସମବାୟ ନିଗମ ସମ୍ବଲପୁର ଶାଖା ପରିଚାଳକ ରମାକାନ୍ତ ଜେନାଙ୍କ ସମେତ ଆଦିବାସୀ ଉର୍ନ୍ନୟନ ସମବାୟ ନିଗମ ନିର୍ଦେଶକ ଜଗଦିଶ ମୁଣ୍ଡାରୀ, ଓଏଲଏମ୍ ଡେପୁଟି ସିଓଓ ଶ୍ରୀମନ୍ତ ହୋତା, ଅଭିଷେକ ବୋଡାଡ଼େ, ଚର୍ଚ୍ଚିତା ପଣ୍ଡା, ଓଏଏସ୍ ଶିକ୍ଷା ନବିସ ସୋନାଲି ପଟ୍ଟନାୟକ, ମନୋଜ ମହନ୍ତ, ସ୍ୱାଧୀନ ମେହେର, କ୍ଷେତ୍ର ନିରିକ୍ଷକ ବାୟା ମାରାଣ୍ଡି ପ୍ରମୁଖ ଉପସ୍ଥିତ ଥିଲେ I ରାଜ୍ୟ ସରକାରଙ୍କ ଆଦିବାସୀ ଉର୍ନ୍ନୟନ ବିଭାଗ ଶାଖା ପରିଚାଳକ ଶ୍ରୀ ଜେନା ଜ଼ିଲ୍ଲାରେ ବନ୍ୟ ଜାତ ଦ୍ରବ୍ୟ ସଂଗ୍ରହ କରିବାରେ ସମଗ୍ର ରାଜ୍ୟରେ ବେଶ ପ୍ରଶଂସନୀୟ କାର୍ଯ୍ୟ କରୁଛନ୍ତି ବୋଲି ସମବାୟ ନିଗମ ସଭାପତି ଶ୍ରୀମତୀ ଓରାମ ପ୍ରକାଶ କରିଛନ୍ତି I ଏହି ତେନ୍ତୁଳି କିଣା ସ୍ୱୟଂ ସହାୟିକା ଗୋଷ୍ଠୀ ସହିତ ବନ ସୁରକ୍ଷା ସମିତି, ବନ୍ଧନ ସ୍ୱୟଂ ସହାୟିକା ଗୋଷ୍ଠୀ ଏବଂ ପ୍ରଡୁସର କମ୍ପାନୀ ଜରିଆରେ ହେଉଥିବା ନେଇ ସୂଚନା ମିଳିଛି।

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ