Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ଭିଜିଲାନ୍ସ ଜାଲରେ ଫସିଲେ ଜଟଣୀ ପୌର ନିର୍ବାହୀ ଅଧିକାରୀ

ଜଟଣୀ: ଭିଜିଲାନ୍ସ ଜାଲରେ ଜଟଣୀ ପୌର ନିର୍ବାହୀ ଅଧିକାରୀ। ଏକକାଳୀନ ୯ଟି ସ୍ଥାନରେ ଚଢାଉ କରୁଛି ଭିଜିଲାନ୍ସ ଟିମ । ଜଟଣୀ ପୌର ପରିଷଦର ନିର୍ବାହୀ ଅଧିକାରୀ ସୂର୍ଯ୍ୟମଣି ପାଟ୍ଟଯୋଶୀଙ୍କ ଅଫିସ ଘରେ ଚଢାଉ ଜାରି ରହିଛି। ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ଭିଜିଲାନ୍ସ ପକ୍ଷରୁ ଚଢ଼ାଉ କରାଯାଇଛି।

ତେବେ ଏହି ଚଢାଉରେ କଟକରୁ ଆସିଥିବା ଭିଜିଲାନ୍ସର ୨ଟି ଟିମ୍‌‌ ସାମିଲ ହୋଇଥିବା ସୂଚନା ମିଳିଛି। ପୈତୃକ ଗ୍ରାମ ସୋରଡ଼ାର ୩ଟି ଘରେ ଭିଜିଲାନ୍ସ ଛାନଭିନ୍‌ କରୁଛି। ଏହାସହିତ ଭୁବନେଶ୍ୱର ବାସଭବନ ଓ ବ୍ରହ୍ମପୁରରେ ମଧ୍ୟ ଭିଜିଲାନ୍ସ ଚଢ଼ାଉ କରୁଛି। ଏପରିକି ତାଙ୍କ ସମ୍ପର୍କୀୟଙ୍କ ଘରେ ମଧ୍ୟ ଭିଜିଲାନ୍ସ ଟିମ୍‌ ଚଢାଉ କରିଛି।

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ