ଜଳେଶ୍ବର: ପୂର୍ବ ଶତ୍ରୁତାକୁ କେନ୍ଦ୍ର କରି ବାଲେଶ୍ବର ଜିଲ୍ଲା ଜଳେଶ୍ବର ସ୍ଥିତ ଚନ୍ଦନେଶ୍ଵର ମନ୍ଦିର ନିକଟରେ ଚିକିତ୍ସକଙ୍କୁ ମରଣାନ୍ତକ ଆକ୍ରମଣ । ଆକ୍ରମଣର ଶିକାର ବ୍ୟକ୍ତିଙ୍କ ନାଁ ଗଙ୍ଗାଧର ବୋଲି ଜଣାପଡିଛି । ଚନ୍ଦନେଶ୍ଵର ମନ୍ଦିର ନିକଟରେ ଗଙ୍ଗାଧରଙ୍କ କ୍ଲିନକ ରହିଛି । ଗଙ୍ଗାଧର କ୍ଲିନିକ ବନ୍ଦ କରି ଯାଇଥିବା ବେଳେ ବରବରିଆ ଗାଁର ଶିବଶଙ୍କର ପଣ୍ଡା ତାଙ୍କୁ ଏକ କଟୁରିରେ ପଛପଟୁ ଆକ୍ରମଣ କରିଥିଲେ ।
ଗଙ୍ଗାଧର ରକ୍ତ ଜୁଡୁବୁଡୁ ଅବସ୍ଥାରେ ରାସ୍ତାରେ ପଡିଥିଲେ । ସ୍ଥାନୀୟ ଲୋକେ ତାଙ୍କୁ ଉଦ୍ଧାର କରି ପ୍ରଥମେ ଜଳେଶ୍ଵରପୁର ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରରେ ଭର୍ତ୍ତି କରିଥିଲେ । ସେଠାରେ ସ୍ବାସ୍ଥ୍ୟାବସ୍ଥା ଗୁରୁତର ହେବାରୁ ବାଲେଶ୍ବର ସ୍ଥାନାନ୍ତର କରାଯାଇଛି । ଅଭିଯୁକ୍ତକୁ ସ୍ଥାନୀୟ ଲୋକେ କାବୁ କରି ସାମୁଦ୍ରିକ ଥାନାକୁ ଖବର ଦେଇଥିଲେ । ଖବର ପାଇ ପୋଲିସ ଘଟଣା ସ୍ଥଳରେ ପହଁଚି ଅଭିଯୁକ୍ତଙ୍କୁ ହେପାଜତକୁ ନେବା ସହ ଘଟଣାର ତଦନ୍ତ ଆରମ୍ଭ କରିଛି ।
ପୂର୍ବ ଶତ୍ରୁତାକୁ କେନ୍ଦ୍ର କରି ମରଣାନ୍ତକ ଆକ୍ରମଣ
