ଢେଙ୍କାନାଳ: ରାସ୍ତା କାମ କରୁଥିବା ଡମ୍ଫର ଧକ୍କାରେ ତିନି ଜଣ ଶ୍ରମିକଙ୍କ ମୃତ୍ୟୁ । ଢେଙ୍କାନାଳ ଜିଲ୍ଲା କାମାକ୍ଷାନଗର ରେକୁଳା ସତସଙ୍ଗ କେନ୍ଦ୍ର ସମ୍ମୁଖରେ ଘଟିଛି ଘଟଣା । ଡମ୍ଫର ଧକ୍କା ଦେବା ପରେ ରୋଲର ମେସିନରେ ଚାପି ହୋଇଯାଇଥିଲେ ଶ୍ରମିକ ।
ଗତକାଲି ବିଳମ୍ବିତ ରାତିରେ ରେକୁଳା ସତସଙ୍ଗ କେନ୍ଦ୍ର ସମ୍ମୁଖରେ ରାସ୍ତାରେ ପିଚୁ କାମ ଚାଲିଥିଲା । ଏହି ସମୟରେ ଶ୍ରମିକମାନେ ଡମ୍ଫର ସହ ଧକ୍କା ହେବା ପରେ ପିଚୁକୁ ରୋଲିଙ୍ଗ କରୁଥିବା ରୋଲର ମେସିନ ଓ ଏକ ବିଦ୍ୟୁତ ଖୁଣ୍ଟ ମଝିରେ ଚାପି ହୋଇଯାଇଥିଲେ । ସ୍ଥାନୀୟ ଲୋକଙ୍କ ସହାୟତାରେ ଅଗ୍ନିଶମ ବାହିନୀ ପହଞ୍ଚି ଗ୍ୟାସ କଟରରେ କାଟି ଶ୍ରମିକଙ୍କୁ ଉଦ୍ଧାର କରିଥିଲେ l
ନିମ୍ନମାନର କାମ ଓ ମୃତ ଶ୍ରମିକଙ୍କ ପରିବାରକୁ କ୍ଷତିପୂରଣ ଦାବିରେ ରାସ୍ତାରୋକ କରିଛନ୍ତି ଗ୍ରାମବାସୀ l ଘଟଣାସ୍ଥଳରେ ଉତ୍ତେଜନା ଲାଗି ରହିଛି । କ୍ଷତିପୂରଣ ଦାବିରେ ଟାୟାର ଜାଳି ରାସ୍ତା ଅବରୋଧ କରାଯାଇଛି । କାମାକ୍ଷାନଗରରୁ ଢେଙ୍କାନାଳ ରାସ୍ତା ଯାତାୟତ ଠପ ହୋଇଯାଇଛି ।
ଡମ୍ଫର ଧକ୍କାରେ ତିନି ଶ୍ରମିକ ମୃତ
