ବୀରମହାରାଜପୁର : (ସୌମିତ୍ରି ମେହେର) ଆଜି ବୀରମହାରାଜପୁର ମହାବିଦ୍ୟାଳରେରେ ପିଏମ ଇର୍ଣ୍ଟନସିପ୍ ସଚେତନତା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ଅଧ୍ଯକ୍ଷ ଡ. ହିମାଂଶୁ ଶେଖର ପାଢୀଙ୍କ ସଭାପତିତ୍ୱରେ ଅନୁଷ୍ଠିତ କାର୍ଯ୍ୟକ୍ରମରେ ଅଧ୍ୟାପକ ଡ. ଶିଶିର ବଣିଆ, ଅଧ୍ୟାପକ ନରେନ୍ଦ୍ର ଝା, ଅଧ୍ୟାପିକା ସୁପ୍ରଭା ନନ୍ଦ ପ୍ରମୁଖ ବିଷୟ ଭିତ୍ତିକ ଆଲୋଚନା କରି ଛାତ୍ରଛାତ୍ରୀମାନଙ୍କୁ କିଭଳି ପଞ୍ଜିକରଣ କରାଯିବ ସେ ସମ୍ପର୍କରେ ତାଲିମ ପ୍ରଦାନ କରିଥିଲେ I ସଚେତନତା କାର୍ଯ୍ୟକ୍ରମରେ ମହାବିଦ୍ୟାଳୟର ବହୁ ପୁରାତନ ଛାତ୍ରଛାତ୍ରୀ ଯୋଗଦେଇଥିଲେ । ଅଧ୍ୟାପିକା ଜାମିନି ଦାଶ ସଭାପରିଚାଳନା କରିବା ସହ ଧନ୍ୟବାଦ ଅର୍ପଣ କରିଥିଲେ । କାର୍ଯ୍ୟକ୍ରମ ପରିଚାଳନାରେ କଳାକାହ୍ନୁ ପଧାନ ସହଯୋଗ କରିଥିଲେ।
ବୀରମହାରାଜପୁର କଲେଜ ରେ ପିଏମ୍ ଇର୍ଣ୍ଟନସିପ୍ ସଚେତନତା କାର୍ଯ୍ୟକ୍ରମ ଅନୁଷ୍ଠିତ
