Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ରାଜ୍ୟର ଅନ୍ୟ ୮ଟି ସହରରେ ଗଡ଼ିବ ଆମ ବସ୍‌

ଭୁବନେଶ୍ୱର: ରାଜ୍ୟର ଅନ୍ୟ ୮ଟି ସହରରେ ଗଡ଼ିବ ଆମ ବସ୍‌।କ୍ୟାପିଟାଲ ରିଜିନ ଅର୍ବାନ ଟ୍ରାନ୍ସପୋର୍ଟ (କ୍ରୁଟ୍)ର ୪୯ତମ ବୋର୍ଡ ବୈଠକ ଅନୁଷ୍ଠିତ ହୋଇଯାଇଛି। ରାଜ୍ୟ ଉନ୍ନୟନ କମିଶନର ଏବଂ କ୍ରୁଟ୍ ଚେୟାରମ୍ୟାନ ଶ୍ରୀମତି ଅନୁ ଗର୍ଗଙ୍କ ଅଧ୍ୟକ୍ଷତାରେ ଏହି ବୋର୍ଡ଼ ସମୀକ୍ଷା ବୈଠକ ହୋଇଥିଲା।

ବୈଠକରେ ରାଜ୍ୟରେ ସହରାଞ୍ଚଳ ପରିବହନକୁ ଅଧିକ ବୃଦ୍ଧି କରିବାକୁ ପ୍ରମୁଖ ରଣନୀତି ଉପରେ ଆଲୋଚନା ହୋଇଛି। ଯେଉଁଥିରେ ଯାତ୍ରୀମାନଙ୍କ ପ୍ରତି ଉତ୍ତମ ସୁରକ୍ଷା ଏବଂ ଗୁଣବତ୍ତା ସେବା ଉପରେ ଅଧିକ ଗୁରୁତ୍ୱ ଦିଆଯିବା ସହିତ କ୍ରୁଟ୍‌ର କାର୍ଯ୍ୟକଳାପ ଉପରେ ବିସ୍ତୃତ ଆଲୋଚନା ଏବଂ ସମୀକ୍ଷା ହୋଇଛି। ସେଭଳି ଅନୁଗୁଳ, ଝାରସୁଗୁଡ଼ା, ଯାଜପୁର, କେନ୍ଦୁଝର, ବାରିପଦା, ଜୟପୁର, ବାଲେଶ୍ୱର ଏବଂ ରାୟଗଡ଼ା ଭଳି ରାଜ୍ୟର ୮ଟି ନୂତନ ସହରରେ ଆମ ବସ୍ ଚଳାଚଳ କରିବାକୁ ଏହି ବୈଠକରେ ଯୋଜନା କରାଯାଇଛି।

ଜନପରିବହନରେ ଅଭିନବ ଉପାୟ, ନୂତନ ସୁରକ୍ଷା ବ୍ୟବସ୍ଥା, ନିୟମିତ ପ୍ରଶିକ୍ଷଣ, ସମସ୍ତ ସହରରେ ଡ଼ିଜିଟାଲ୍ ପାସ୍‌ର ପ୍ରଚଳନ କରି ସାଧାରଣ ନାଗରିକଙ୍କ ପାଇଁ ଯାତାୟତ ସେବାରେ ସ୍ଥିରତା ଏବଂ ଉପଲବ୍ଧତାକୁ ପ୍ରାଧାନ୍ୟ ଦେବାକୁ ବୋର୍ଡ ନିଷ୍ପତି ନେଇଛି। ବୋର୍ଡ଼ ବୈଠକରେ ଗୃହ ନିର୍ମାଣ ଏବଂ ନଗର ଉନ୍ନୟନ ବିଭାଗର ପ୍ରମୁଖ ସଚିବ ଏବଂ କ୍ରୁଟ୍ ଉପାଧ୍ୟକ୍ଷ ଉଷା ପାଢ଼ୀ, ଅର୍ଥ ବିଭାଗର ପ୍ରମୁଖ ସଚିବ ସାଶ୍ୱତ ମିଶ୍ର, ରାଜ୍ୟ ପରିବହନ କମିଶନର୍ ଅମିତାଭ ଠାକୁର ଏବଂ କ୍ରୁଟ୍‌ର ପରିଚାଳନା ନିର୍ଦ୍ଦେଶକ ଡା. ଏନ୍ ତିରୁମାଲା ନାଏକ ପ୍ରମୁଖ ଉପସ୍ଥିତ ଥିଲେ।

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ