ଝାରସୁଗୁଡା ୨୭/୩ (ଓଡ଼ିଶା ନ୍ୟୁଜ) ଝାରସୁଗୁଡା ଜିଲ୍ଲା ଲଖନପୁର ବ୍ଲକ ଅନ୍ତର୍ଗତ ଅତାବିରା ଗ୍ରାମରେ ଅନୁଷ୍ଠିତ ଷୋହଳ ପ୍ରହରୀ ଅଖଣ୍ଡ ନାମଯଜ୍ଞ ଆଜି ଉଦଯାପିତ ହୋଇ ଯାଇଛି । ଚୈତ୍ର କୃଷ୍ଣପକ୍ଷ ସୋମବାର ଅପରାହ୍ନ ୫ ଟା ସମୟରେ କଲସଯାତ୍ରା, ଶୁଭ ଅଧିବାସ ପୂଜା ହୋଇଥିବା ବେଳେ ମଙ୍ଗଳବାର ପ୍ରାତଃ ୬ ଟା ସମୟରେ ଶ୍ରୀ ଜଗନ୍ନାଥ ମନ୍ଦିର ଓ ଭୈରଶ୍ବର ମନ୍ଦିରର ବାର୍ଷିକୋତ୍ସବ,ହରିହର ଭେଟ ଏବଂ ଦିବା ୧୨ ଟାରୁ ଅଖଣ୍ଡ ନାମାରମ୍ଭ ହୋଇ ଗୁରୁବାର ପୂର୍ଣ୍ଣାହୁତି, ନଗର ଭ୍ରମଣ, ଦଧିଭାଣ୍ଡ ଭଞ୍ଜନ ଏବଂ ମହା ପ୍ରସାଦ ସେବନ ସହ ନାମଯଜ୍ଞ ସମାପନ ହୋଇଥିଲା ।
ଉକ୍ତ ନାମଯଜ୍ଞ ରେ କ୍ଷୀରୋଦ ପ୍ରଧାନ ଓ ପତ୍ନୀ ଝରଣା ପ୍ରଧାନ କର୍ତ୍ତା ଦାୟିତ୍ୱ ନିର୍ବାହ କରିଥିବା ବେଳେ ଷଡ଼ ବୈଷ୍ଣବ ରୂପେ ଗୟାରାମ ବିଶ୍ଵାଳ, ଆତ୍ମାରାମ ଖମାରୀ, ମୋତିରାମ ବାରିକ, ଗୋପାଳ ମେହେର, ନାରାୟଣ ବିଶ୍ଵାଳ ଓ ପ୍ରେମାନନ୍ଦ ପଧାନ ଯଜ୍ଞ କାର୍ଯ୍ୟରେ ସହଯୋଗ କରିଥିଲେ । ପଣ୍ଡିତ ଜୟ ପ୍ରକାଶ ମହାପାତ୍ର ଏବଂ ସହଯୋଗୀ ଡାଲିମ୍ବ ଦାସ ପୂଜାର୍ଚ୍ଚନା, ହୋମଯଜ୍ଞ ଆଦି କାର୍ଯ୍ୟ ସମ୍ପାଦନ କରିଥିଲେ । ଏହି ଅବସରରେ ସୁକୁଲପାଲି, ପଞ୍ଚଗାଁ, ଦେଓପାଲି, ମହାସିଂ, ଲିପସପାଲି, କୁମର, ରେଙ୍ଗାଲି, ଝାରୁପଡ଼ା ଏବଂ ପଡ଼ୋଶୀ ଛତିଶଗଡ଼ ଜାମଗାଓଁ ଓ କତରଲୟା ସଂକୀର୍ତ୍ତନ ମଣ୍ଡଳୀ ଆସି ନଗର କୀର୍ତ୍ତନ କରିଥିଲେ । ଏଥିରେ ଅତାବିରା ଗାଁର ସମସ୍ତ ଗ୍ରାମବାସୀ ସହଯୋଗ କରିଥିଲେ । ଆଖପାଖ ଗ୍ରାମ ମାନଙ୍କରୁ ବହୁ ଲୋକଙ୍କ ସମାଗମ ହୋଇଥିଲା ଏବଂ ସମସ୍ତ ନିମନ୍ତେ ଅନ୍ନ ପ୍ରସାଦ ର ବ୍ୟବସ୍ଥା କରା ଯାଇଥିଲା ।
ଅତାବିରା ଷୋହଳ ପ୍ରହରୀ ନାମଯଜ୍ଞ ସମାପନ
