Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ରାଉରକେଲାରେ ଫୁଟିଲା ଗୁଳି

ରାଉରକେଲା: ରାଉରକେଲାରେ ଫୁଟିଲା ଗୁଳି। ପ୍ରଥମେ ବଚସା ପରେ ଦୁଇ ଗୋଷ୍ଠୀ ମଧ୍ୟରେ ଗଣ୍ଡଗୋଳ। ଗତ ରାତିରେ ଦେଓଗାଁ ମା ତାରିଣୀ ହୋଟେଲ ସମ୍ମୁଖରେ ଜଣେ ଯୁବକଙ୍କୁ ଗୁଳିମାଡ ହୋଇଥିବା ଅଭିଯୋଗ ହୋଇଛି। ଲାଲଟାଙ୍କି ଅଞ୍ଚଳର ଦିବ୍ୟଜ୍ୟୋତି ମହାନ୍ତିଙ୍କୁ ଲକ୍ଷ୍ୟ କରି ଦୁଇ ରାଉଣ୍ଡ ଫାୟାରିଂ କରାଯାଇଥିଲା।

୨ ରାଉଣ୍ଡ ଫାୟାରିଂ କରାଯାଇଥିଲେ ହେଁ ତାଙ୍କ ଦେହରେ ଗୁଳି ବାଜି ନାହିଁ।ପୂର୍ବ ଶତ୍ରୁତାରୁ ଦୁଇ ଗୋଷ୍ଠୀଙ୍କ ମଧ୍ୟରେ ଗୁଳିମାଡ ହୋଇଥିବା ସୂଚନା ମିଳିଛ। ରଘୁନାଥପାଲି ଥାନା ପକ୍ଷରୁ ତଦନ୍ତ ଆରମ୍ଭ ହୋଇଥିଲା ବେଳେ ଅଭିଯୁକ୍ତଙ୍କୁ ଗିରଫ କରିବା ପାଇଁ ପୋଲିସ ପକ୍ଷରୁ ବିଭିନ୍ନ ସ୍ଥାନରେ ଚଢାଉ ଜାରି ରହିଛି।

ତେବେ ଏହି ଘଟଣାରେ ୨ଜଣଙ୍କୁ ଅଟକ ରଖି ପୋଲିସ ପକ୍ଷରୁ ପଚରାଉଚରା କରାଯାଉଛି। ସେହିପରି ଗତକାଲି ବିଳମ୍ବିତ ରାତିରେ ଦୁର୍ବୃତ୍ତମାନଙ୍କ ଦ୍ବାରା ଗୁଳିମାଡର ଶିକାର ହୋଇଥିବା ବ୍ୟକ୍ତି ଜଣକ ବର୍ତ୍ତମାନ ସୁରକ୍ଷିତ ରହିଛନ୍ତି।

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ