ମେଷ: ବ୍ୟବସାୟ ପାଇଁ ନୂଆ ଯୋଜନା ପ୍ରସ୍ତୁତ କରିବେ। ପାରିବାରିକ ସମସ୍ୟା ଦେଖାଦେବ। ପ୍ରେମ ସମ୍ପର୍କରେ ସମସ୍ୟା ସୃଷ୍ଟି ହେବ।
ବୃଷ: ଅର୍ଥ ପ୍ରାପ୍ତିର ସୁଯୋଗ ରହିଛି । ଆତ୍ମବିଶ୍ବାସ ଆଜିର ଦିନରେ ବୃଦ୍ଧି ଘଟିବ । ଆପଣ ଆଜି ଦିନଟିର କାର୍ଯ୍ୟଗୁଡିକୁ ଅତି ଆନନ୍ଦର ସହିତ ତୁଲାଇ ପାରିବେ ।
ମିଥୁନ: ଦିନଟି ଶୁଭଫଳ ପ୍ରଦାନ କରିବ। ସହକର୍ମୀଙ୍କ ସହଯୋଗରୁ ଅଫିସ୍ କାର୍ଯ୍ୟରେ ସଫଳତା ମିଳିବ। ଧାର୍ମିକ କାର୍ଯ୍ୟରେ ସାମିଲ ହେବେ। ଦାମ୍ପତ୍ୟ ଜୀବନ ସୁଖମୟ ହେବ।
କର୍କଟ: ଆଜିର ଦିନରେ ପରିବାର ସଦସ୍ୟ କିମ୍ବା ବନ୍ଧୁ ବର୍ଗ ସହ ଭଲ ସମୟ ବିତାଇବେ। କଳା ରଙ୍ଗର ବସ୍ତ୍ର ପରିଧାନ କରନ୍ତୁ, ଶୁଭଫଳ ପ୍ରାପ୍ତି ହେବ ।
ସିଂହ: ଆଜି ବ୍ୟୟବୃଦ୍ଧି ହେବ ତେବେ ଦୂରଯାତ୍ରା ପାଇଁ ମାର୍ଗ ସୁଗମ ହେବ। ଈର୍ଷାପରାୟଣ ବ୍ୟକ୍ତିଙ୍କ ମିଥ୍ୟା ଗୁଜବରେ ଆତଙ୍କିତ ହୁଅନ୍ତୁ ନାହିଁ । ମାଲିମକଦ୍ଦମାରେ ସନ୍ତୋଷଜନକ ଫଳ ପାଇବେ।
କନ୍ଯା: ଆକସ୍ମିକ ଭାବରେ କୌଣସି କାର୍ଯ୍ୟ ପାଇଁ ଦୂରସ୍ଥାନକୁ ଯାତ୍ରା କରିବାକୁ ପଡ଼ିପାରେ।ଏ ତେବେ ପରିସ୍ଥିତିରେ ପଡି ଅଯଥା ଖର୍ଚ୍ଚାନ୍ତ ହେବେ।
ତୁଳା: ଅଫିସ୍ କାର୍ଯ୍ୟରେ ବିଦେଶ ଯାତ୍ରା ଯୋଗ ଅଛି। ଧାରକରଜରୁ ଦୂରେଇ ରୁହନ୍ତୁ।
ବିଛା: କର୍ମଚଞ୍ଚଳ ରହିବେ। ମନ ପ୍ରଫୁଲ୍ଲିତ ରହିବ। ଆୟଠୁ ବ୍ୟୟ ଅଧିକ ହେବ। ଅଯଥା ଖର୍ଚ୍ଚରୁ ଦୂରେଇ ରହିବେ। ଘର ପାଇଁ ନୂଆ ଜିନିଷ କିଣିବେ।
ଧନୁ: କାର୍ଯ୍ୟ ସାଧନ ପରିପ୍ରେକ୍ଷୀରେ ଶାରୀରିକ ପରିଶ୍ରମଜନିତ କ୍ଳାନ୍ତି ଅନୁଭବ କରିବେ। ଅନ୍ୟମନସ୍କତା କାରଣରୁ ଧନହାନି ଘଟିବାର ପୂର୍ଣ୍ଣ ସମ୍ଭାବନା ରହିଛି।
ମକର: କୌଣସି ବିଷୟରେ ସମ୍ପର୍କୀୟଙ୍କ ସହିତ ବିବାଦ ହୋଇପାରେ। ଛୋଟ ଛୋଟ କଥାକୁ ଅଣଦେଖା କରନ୍ତୁ।
କୁମ୍ଭ: ସ୍ବାସ୍ଥ୍ୟାବସ୍ଥା ଭଲ ଦିଗକୁ ଗତି କରିବାରୁ ଆଶ୍ୱସ୍ତି ଲାଭ କରିବେ। କାର୍ଯ୍ୟରେ ଅସଫଳତା କାରଣରୁ ଗୃହ, ଭୂମି, ଗାଡ଼ି ସମ୍ପର୍କିତ ଦୁଶ୍ଚିନ୍ତା ଆସିବ।
ମୀନ: ଆପଣ ସମ୍ପର୍କ କ୍ଷେତ୍ରରେ ଖୁସି ପାଇବେ । ବିବାହକୁ ନେଇ ଭଲ ଖବର ମିଳିପାରେ । ଦିନଟି ଭଲରେ ବିତିବ ।