Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ଡ଼ିଗ୍ରି ମହାବିଦ୍ୟାଳୟରେ ଏନ.ସି.ସି. ବାଳକ ଏବଂ ବାଳିକା ଶାଖା ଉଦଘାଟିତ

ଜମନକିରା : ଆଜି ସୋମବାର ଦିନ ଜମନକିରା ଡ଼ିଗ୍ରି ମହାବିଦ୍ୟାଳୟ ଠାରେ ଏନ.ସି.ସି. ପକ୍ଷରୁ ବାଳକ ଏବଂ ବାଳିକା ଶାଖା ଉଦଘାଟିତ ହୋଇଯାଇଛି। ଏହି ଅବସରରେ ଓଡ଼ିଶା, ସମ୍ବଲପୁର ୫ ବାଟାଲିୟନର କମାଣ୍ଡିଙ୍ଗ ଅଫିସର କର୍ଣ୍ଣେଲ ସି.ସି.ନାଗ ମୁଖ୍ୟ ଅତିଥି ଭାବେ ଯୋଗ ଦେଇ ଶାଖା କୁ ଉଦଘାଟନ କରିଥିଲେ। ଉଦଘାଟନୀ ସଭାରେ କଲେଜ ଅଧ୍ୟକ୍ଷ୍ୟ ଅରୁଣ କୁମାର ପଟେଲ ଅଧ୍ୟକ୍ଷତା କରିଥିବା ବେଳେ ମୁଖ୍ୟଅତିଥି କର୍ଣ୍ଣେଲ ଶ୍ରୀ ନାଗ ଦେଶ ମାତୃକାର ସେବା ପାଇଁ ଏନ.ସି.ସି. ଛାତ୍ରୀ ଛାତ୍ର ମାନେ ସିଂହ ଏବଂ ଇଗଲ ପରି କାର୍ଯ୍ୟ କରିବା ଉଚିତ ବୋଲି ପରାମର୍ଶ ଦେଇଥିଲେ। ଅନ୍ୟତମ ଅତିଥି ଭାବରେ ପରିଚାଳନା ସମିତିର ପୂର୍ବତନ ସଦସ୍ୟ ଆଦିପ୍ରସାଦ ମହକୁଳ ଏବଂ ପୂର୍ବତନ ଜମନକିରା ବ୍ଲକ ଚ୍ଚେୟାରମେନ କେଦାରନାଥ ବରିହା ଉପସ୍ଥିତ ରହି ଏନ.ସି.ସି. ର ଉପକାରିତା ଏବଂ ଉପଯୋଗିତା ସମ୍ପର୍କରେ ଆଲୋକପାତ କରିଥେଲେ। ମୁଖ୍ୟଅତିଥି କର୍ଣ୍ଣେଲ ଶ୍ରୀ ନାଗ ୫୧ ଜଣ ଛାତ୍ରୀ ଛାତ୍ରଙ୍କ ନାମ ଏନ.ସି.ସି. ପାଇଁ ପଞ୍ଜିକରଣ କରିଥିଲେ। ସଭା ଶେଷରେ ଛାତ୍ର ଛାତ୍ରୀ ମାନଙ୍କ ଦ୍ୱାରା ସଂସ୍କୃତିକ ଓ। ମନୋରଞ୍ଜନ କାର୍ଯ୍ୟକ୍ରମ ପରିବେଷଣ କରାଯାଇଥିଲା। ସଭା କାର୍ଯ୍ୟକୁ ଅଧ୍ୟାପକ ପ୍ରଦୀପ କୁମାର ପଣ୍ଡା ପରିଚାଳନା କରିଥିବା ବେଳେ ଅଧ୍ୟାପିକା ଅରୁଣା ମିଶ୍ର ଧନ୍ୟବାଦ ଅର୍ପଣ କରିଥିଲେ। ଏହି କାର୍ଯ୍ୟକ୍ରମରେ ସମସ୍ତ ଅଧ୍ୟାପକ ଓ ଅଧ୍ୟାପିକା ଡ଼. ତୃପ୍ତି ମିଶ୍ର, ରଞ୍ଜନ ମହାକୁଲ, କୁଣ୍ଡଳୀ ମହାନନ୍ଦ, ସୁପର୍ଣ୍ଣା ପଟ୍ଟନାୟକ, ଚେତନା ଗଡ଼ତିଆ, ସି.ଟି.ଓ ସୁଲକ୍ଷଣା ପଟେଲ, ଜୟମନ୍ତ ପଟେଲ, ନିରଞ୍ଜନ ମହାକୁଲ, ସାଇନା ଭୋଇ, ସି.ଟି.ଓ ସିଦ୍ଧାନ୍ତ ସାହୁ, ସୁରଥ ସାହୁ, ସମସ୍ତ କର୍ମଚାରୀ ଏବଂ ଏନ.ସି.ସି. ଛାତ୍ର ଛାତ୍ରୀ ସହଯୋଗ କରିଥିଲେ।