ସମ୍ବଲପୁର ଜିଲ୍ଲା ରେଙ୍ଗାଲି ବ୍ଲକ ଫୁଲ ଚାଙ୍ଗୁଡ଼ି ଗ୍ରାମ ରେ ନଅ ଦିନ ଧରି ଚାଲିଥିବା ନାମ ସଙ୍କୀର୍ତ୍ତନ ଉଦଯାପିତ ହୋଇଯାଇଛି। ଗତ 18 ତାରିଖ ଦିନ ଏହି ନାମ ସଙ୍କୀର୍ତ୍ତନ ଆରମ୍ଭ ହୋଇଥିଲା। ଶୁକ୍ରବାର ଦିନ ନାମ ସଙ୍କୀର୍ତ୍ତନ ର ପୂର୍ଣ୍ଣାହୁତି ସହ ଉଦଯାପିତ ହୋଇଥିଲା। ଏହି ଅବସରରେ ରେଙ୍ଗାଲି ମଉଳି ନଗର ଯୁବକ ସଂଘ ପକ୍ଷରୁ ଭକ୍ତ ମାନଙ୍କ ପାଇଁ
ଥଣ୍ଡାପାଣି ଓ ସର୍ବତ୍ ର ବ୍ୟବସ୍ଥା କରାଯାଇଥିଲା। ଏହି ନାମ ସଙ୍କୀର୍ତ୍ତନ ଆୟୋଜନ ରେ ସମସ୍ତ ଗ୍ରାମବାସୀ ସହଯୋଗ କରିଥିଲେ।
ଫୁଲ ଚାଙ୍ଗୁଡ଼ି ଗ୍ରାମ ରେ ନାମ ସଙ୍କୀର୍ତ୍ତନ ଉଦଯାପିତ।
