Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ଭୀମଭୋଇନଗର ସରସ୍ୱତୀ ଶିଶୁ ବିଦ୍ୟାମନ୍ଦିରର ୧୮ତମ ବାର୍ଷିକ ଉତ୍ସବ

ସମ୍ବଲପୁର: ଭୀମଭୋଇନଗର ସ୍ଥିତ ସରସ୍ୱତୀ ଶିଶୁ ବିଦ୍ୟାମନ୍ଦିରର ୧୮ ତମ ବାର୍ଷିକ ଉତ୍ସବ ପାଳନ ହୋଇଯାଇଛି।ଏହି କାର୍ଯ୍ୟକ୍ରମକୁ ବବୃବାହନ ଭୋଇ ପରିଚାଳନା କରିଥିବା ବେଳେ ବିଦ୍ୟାଳୟର ସଭାପତି ଜୟକୃଷ୍ଣ ବେହେରାଙ୍କ ସଭାପତିତ୍ବରେ ପାଳନ କରାଯାଇଥିଲା। ଉତ୍ସବର ମୁଖ୍ୟ ଅତିଥି ଭାବରେ ରଘୁନାଥ ମେହେର(ଅବସରପ୍ରାପ୍ତ ଅଧ୍ୟାପକ),ସମ୍ମାନୀୟ ଅତିଥି ଭାବରେ ସୁଶ୍ରୀ ସତ୍ୟ କୁମାରୀ ବିଶ୍ୱାଳ (ଅବସରପ୍ରାପ୍ତ ପ୍ରଧାନ ଶିକ୍ଷୟତ୍ରୀ),ମୁଖ୍ୟବକ୍ତା ଭାବରେ କାର୍ତ୍ତିକ ଚନ୍ଦ୍ର ବାରିକ (ଅଧ୍ୟକ୍ଷ ସାଣ୍ଡଲ୍ୟ କଲେଜ ),ବିଦ୍ୟାଳୟ ର ସମ୍ପାଦକ ସୁରେନ୍ଦ୍ର କୁମାର ଦାସ,ସନ୍ତୋଷ କୁମାର ମିଶ୍ର ଓ ଦୁଲାଲ ଚନ୍ଦ୍ର ରାୟ ପ୍ରମୁଖ ଉପସ୍ଥିତ ଥିଲେ।ପ୍ରତ୍ୟେକ ବର୍ଷ ପରି ଏ ବର୍ଷ ମଧ୍ୟ ଦୁଇଜଣ ସାମାଜିକ କ୍ଷେତ୍ରରେ ବିଶେଷ ଅବଦାନ ଥିବା ସମାଜସେବୀ ହରଦିପ ସିଂ ଭୁର୍ଜି (ବବି ସିଂ ) ଓ ଅଭିଜିତ ରାୟ ଙ୍କୁ ଅତିଥିଙ୍କ ଦ୍ଵାରା ମାନପତ୍ର ଦେଇ ସଂମ୍ମାନୀତ କରାଯାଇଥିଲା। ଛାତ୍ର ଛାତ୍ରୀଙ୍କ ଦ୍ଵାରା ବିଭିନ୍ନ ପ୍ରକାରର ନୃତ୍ୟ ତଥା ସାଂସ୍କୃତିକ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇ ମୁଖ୍ୟ ଅତିଥିଙ୍କ ଦ୍ଵାରା ପୁରସ୍କୃତ କରାଯାଇଥିଲା।ଏହି କାର୍ଯ୍ୟକ୍ରମକୁ ବିଦ୍ୟାଳୟର ଶିକ୍ଷକ ଶିକ୍ଷୟିତ୍ରୀ ହେମନ୍ତ ପଣ୍ଡା, ସନ୍ତୋଷ ମିଶ୍ର, ସଞ୍ଜୟ କୁମାର ଦାସ, ଶୁଭଶ୍ରୀ ବଡ଼ପଣ୍ଡା, ରଶ୍ମିତା ସାହୁ, ସଂଯୁକ୍ତା ରଥ, ଗୀତାରାଣୀ ମିର୍ଦ୍ଧା,ସ୍ୱାଗତିକା ବାରିକ ପ୍ରମୁଖ ସହଯୋଗ କରିଥିବା ବେଳେ ଶିକ୍ଷୟତ୍ରୀ ହାସ୍ୟମୟୀ ବେହେରା ଧନ୍ୟବାଦ ଅର୍ପଣ କରିଥିଲେ।