Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ସମ୍ବଲପୁର ବାର ଆସୋସିଏସନ ନିର୍ବାଚନ:ପ୍ରଦୀପ ସଭାପତି, ପ୍ରଦ୍ୟୁତ ସାଧାରଣ ସମ୍ପାଦକ, ଅରବିନ୍ଦ ହେଲେ ଉପ ସଭାପତି

ସମ୍ବଲପୁର:ସମ୍ବଲପୁର ବାର ଆସୋସିଏସନ କର୍ମକର୍ତ୍ତା ନିର୍ବାଚନ ଆଜି ଅନୁଷ୍ଠିତ ହୋଇଯାଇଛି। ଚଳିତ ନିର୍ବାଚନରେ ବରିଷ୍ଠ ଓକିଲ ପ୍ରଦୀପ କୁମାର ବହିଦାର ସଭାପତି ଭାବେ ନିର୍ବାଚିତ ହୋଇଥିବା ବେଳେ ପ୍ରଦ୍ୟୁତ କୁମାର ଶର୍ମା ସାଧାରଣ ସମ୍ପାଦକ ଭାବେ ନିର୍ବାଚିତ ହୋଇଛନ୍ତି। ସେହିପରି ଓକିଲ ଅରବିନ୍ଦ ନାୟକ ଉପ ସଭାପତି, ଯୁଗ୍ମ ସମ୍ପାଦକ ଭାବେ ମହେନ୍ଦ୍ର କୁମାର ବଢ଼ାଇ ଓ ସହ ସମ୍ପାଦକ ଭାବେ ପ୍ରଦୀପ ସୁପକାର ନିର୍ବାଚିତ ହୋଇଛନ୍ତି। ଅନ୍ୟ ୬ ଜଣ ଓକିଲ ତ୍ରିନାଥ ପଣ୍ଡା, ରେଣୁକା ସେଠ୍, ସୁଭଦର୍ଶିନୀ ମହାନ୍ତି, ବସନ୍ତ କୁମାର ସ୍ୱାଇଁ, ପ୍ରତୀକ ମହାପାତ୍ର ଓ ଶଙ୍କର ପ୍ରସାଦ ପାଢ଼ୀ କାର୍ଯ୍ୟକାରୀ କମିଟିକୁ ନିର୍ବାଚିତ ହୋଇଥିବା ଜଣାପଡିଛି। ନୂତନ କମିଟି କାର୍ଯ୍ୟକର୍ତ୍ତାଙ୍କୁ ପୁଷ୍ପ ମାଲ୍ୟ ଓ ଫୁଲତୋଡ଼ା ଦେଇ ସ୍ୱାଗତ କରାଯାଇଛି।