Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ଆଜି ଚୈତ୍ର ନବରାତ୍ରିର ପ୍ରଥମ ଦିନ

ଭୁବନେଶ୍ୱର: ଆଜି ଚୈତ୍ର ନବରାତ୍ରିର ପ୍ରଥମ ଦିନ। ନଅ ଦିନ ଧରି ଚାଲିଥିବା ଏହି ପର୍ବରେ ଦେବୀ ଦୁର୍ଗାଙ୍କ ବିଭିନ୍ନ ରୂପକୁ ପୂଜା କରାଯାଏ। ଏହି ସମୟରେ ଘରେ ଘରେ ଦେବୀ ମାତାଙ୍କ ପୂଜା, କଳସ ସ୍ଥାପନ ଏବଂ ଉପବାସ କରାଯାଏ। ପଞ୍ଚାଙ୍ଗ ଅନୁସାରେ ଚୈତ୍ର ନବରାତ୍ରି ର ଆରମ୍ଭ ଚୈତ୍ରମାସ ଶୁକ୍ଲପକ୍ଷ ପ୍ରତିପଦ ତିଥିରେ ହୋଇଥାଏ। ଚଳିତ ଥର ଚୈତ୍ର ନବରାତ୍ରି ମାର୍ଚ୍ଚ ୩୦ରୁ ଏପ୍ରିଲ ୬ ପର୍ଯ୍ୟନ୍ତ ପାଳନ କରାଯିବ।

ନବରାତ୍ରିର ପ୍ରଥମ ଦିନ ଘଟସ୍ଥାପନର ଶୁଭ ସମୟ ସକାଳ ୦୬:୧୩ ରୁ ୧୦:୨୨ ପର୍ଯ୍ୟନ୍ତ ରହିବ। ଏହା ବ୍ୟତୀତ ଘଟସ୍ଥାପନ ଅଭିଜିତ ମୁହୂର୍ତ୍ତ ଦିନ ୧୨:୦୧ ରୁ ୧୨:୫୦ ପର୍ଯ୍ୟନ୍ତ ହେବ। ଏହି ନଅ ଦିନ ମଧ୍ୟରେ ପ୍ରତ୍ୟେକ ଦିନ ଦେବୀ ଦୁର୍ଗାଙ୍କ ଏକ ନିର୍ଦ୍ଦିଷ୍ଟ ରୂପର ପୂଜାକୁ ବିଶେଷ ଗୁରୁତ୍ୱ ଦିଆଯାଏ। ନବରାତ୍ରିର ପ୍ରଥମ ଦିନରେ ମାତା ଶୈଳପୁତ୍ରୀଙ୍କ ପୂଜା କରାଯାଏ। ମାତା ଶୈଳପୁତ୍ରୀଙ୍କୁ ଦେବୀ ଦୁର୍ଗାଙ୍କ ପ୍ରଥମ ରୂପ ବୋଲି ବିବେଚନା କରାଯାଏ।

ଏହି ପବିତ୍ର ଦିନଗୁଡ଼ିକରେ ଉପବାସ ଏବଂ ପୂଜା କରିବା ଦ୍ୱାରା ଇଚ୍ଛିତ ଫଳ ପ୍ରାପ୍ତ ହୁଏ ବୋଲି କୁହାଯାଏ। କେବଳ ଏତିକି ନୁହେଁ, ଚୈତ୍ର ନବରାତ୍ରି ସହିତ ନବ-ସମ୍ବତ୍ସର ଅର୍ଥାତ୍ ହିନ୍ଦୁ ନବବର୍ଷ ମଧ୍ୟ ଆରମ୍ଭ ହୁଏ।