ଆଜିର ରାଶିଫଳ…


ମେଷ: ଆପଣ ମାନସିକ ଏବଂ ଆଧ୍ୟାତ୍ମିକ ସୁଖ ଏବଂ ଶାନ୍ତି ଅନୁଭବ କରିବେ। ପାଠପଢ଼ା କରୁଥିବା ଛାତ୍ରଛାତ୍ରୀମାନଙ୍କ ପାଇଁ ସମୟ ଅନୁକୂଳ।

ବୃଷ: ଆଜି ନିଜର ଉତ୍ସାହିତ ଗୁଣ ଯେକୌଣସି କାର୍ଯ୍ୟକୁ ଭଲ ଭାବରେ ସଂପନ୍ନ କରିବାରେ ସହାଯକ ହେବ।

ମିଥୁନ : ଆଜି ଆୟ ଅପେକ୍ଷା ଖର୍ଚ୍ଚ ଅଧିକ ହୋଇପାରେ। ଉଚ୍ଚ ଅଧିକାରୀମାନଙ୍କ ସହିତ ବାଦ-ବିବାଦରେ ପଡ଼ନ୍ତୁ ନାହିଁ।

କର୍କଟ: ଦୈନନ୍ଦିନ କାର୍ଯ୍ୟରୁ ଆରାମ ପାଇବା ପାଇଁ ଏକାନ୍ତରେ କିମ୍ବା କୌଣସି ଆଧ୍ୟାତ୍ମିକ ସ୍ଥାନରେ କିଛି ସମୟ ବିତାଇବେ। ଏକ ଶାନ୍ତିପୂର୍ଣ୍ଣ ପରିବେଶରେ ରହିବା ଦ୍ୱାରା ଆପଣ ନୂତନ ଶକ୍ତି ଏବଂ ଉତ୍ସାହ ଅନୁଭବ କରିବେ।

ସିଂହ: ଦୀର୍ଘ ଦିନର ପ୍ରତୀକ୍ଷା ପରେ ଆଜି ହଠାତ୍‌ କୌଣସି ଖବର ପାଇ ଖୁସି ହୋଇପାରନ୍ତି। 

କନ୍ଯା: ଆଜି ଗ୍ରହ ସ୍ଥିତି ଭଲ ଅଛି। ଆପଣଙ୍କର ଧ୍ୟାନ ଧାର୍ମିକ ଏବଂ ଆଧ୍ୟାତ୍ମିକ ପ୍ରଗତି ଆଡ଼କୁ ମଧ୍ୟ ରହିବ। ଆପଣଙ୍କ ଲକ୍ଷ୍ୟ ଉପରେ ସମ୍ପୂର୍ଣ୍ଣ ଧ୍ୟାନ ଦିଅନ୍ତୁ।

ତୁଳା: ନକାରାତ୍ମକ ଲୋକଙ୍କଠାରୁ ଦୂରତା ରଖନ୍ତୁ। ସମ୍ପର୍କକୁ ସୁଦୃଢ଼ ​​ରଖିବା ପାଇଁ ଜ୍ଞାନ ଏବଂ ଧୈର୍ଯ୍ୟ ଆବଶ୍ୟକ। ଯଦି ଆପଣ ଯାତ୍ରା କରୁଛନ୍ତି ତେବେ ଆପଣଙ୍କ ଲଗେଜ୍ ଏବଂ ସ୍ୱାସ୍ଥ୍ୟ ପ୍ରତି ସତର୍କ ରୁହନ୍ତୁ।

ବିଛା: ଆପଣଙ୍କ କାମରେ ସହଯୋଗ ସକାଶେ ଆତ୍ମୀୟମାନେ ସ୍ବାର୍ଥବାଦୀ ହେବା ସହ ମୁହଁ ଫେରାଇ ନେଇପାରନ୍ତି।

ଧନୁ: ସହକର୍ମିମାନଙ୍କର ସହଯୋଗ ମିଳିବ ଏବଂ ଆର୍ଥିକ ଲାଭ ହେବ। ଆପଣଙ୍କ ପାଇଁ ହର୍ଷୋଲ୍ଲାସର ଦିନ ରହିବ।

ମକର: ପାରିବାରିକ ଜୀବନରେ ଶାନ୍ତି ବଜାୟ ରଖିବା ପାଇଁ ନିରର୍ଥକ ବାଦ-ବିବାଦ କରନ୍ତୁ ନାହିଁ। ଧନ ଏବଂ ପ୍ରତିଷ୍ଠାରେ ହାନି ନହେଉ, ଏହାର ଧ୍ୟାନ ରଖିବେ।

କୁମ୍ଭ: ବିଭିନ୍ନ କ୍ଷେତ୍ରରୁ ଅର୍ଥ, ସମ୍ମାନ, ପ୍ରଶଂସା, ଶୁଭେଚ୍ଛା, ସଦ୍ଦିଛା ଲାଭ କରି ଖୁସି ହେବେ।

ମୀନ: ଆଜି ନୂଆ ଦାୟିତ୍ୱ ମିଳିବ ଏବଂ ନୂଆ କାମର ସୁଯୋଗ ମଧ୍ୟ ମିଳିବ। ସେଗୁଡ଼ିକୁ ଠିକ୍ ସମୟରେ ସମାପ୍ତ କରିବା ଦ୍ୱାରା ଆତ୍ମବିଶ୍ୱାସ ଏବଂ ସନ୍ତୋଷ ମିଳିବ। ଅନେକ ସମସ୍ୟାର ସମାଧାନ ହୋଇଯିବ।