Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ଜମନକିରା ବ୍ଲକରେ ଅନ୍ତ୍ୟୋଦୟ ଗୃହ ଯୋଜନା ର ଶୁଭାରମ୍ଭ

ଜମନକିରା : ଜମନକିରା ବ୍ଲକରେ ଆଜି ଅନ୍ତ୍ୟୋଦୟ ଗୃହ ଯୋଜନା ର ଶୁଭାରମ୍ଭ ହୋଇଯାଇଛି। ଭବାନୀପାଟଣା ରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କ ଦ୍ଵାରା ଅନ୍ତ୍ୟୋଦୟ ଗୃହ ଯୋଜନା ର ଶୁଭାରମ୍ଭ ହୋଇଥିବା ବେଳେ ପ୍ରତୀକ ଭାବେ ଜମନକିରା ରେ ମଧ୍ୟ ଅନୁରୂପ ଭାବେ ଅନ୍ତ୍ୟୋଦୟ ଗୃହ ଯୋଜନା କାର୍ଯ୍ୟକାରୀ ହୋଇଛି। ଆଜିର ଏହି କାର୍ଯ୍ୟକ୍ରମରେ ସ୍ଥାନୀୟ ବିଡ଼ିଓ ରବୀନ୍ଦ୍ର କୁମାର ସେଠୀ ଅଧ୍ୟକ୍ଷତା କରିଥିବା ବେଳେ ତହସିଲଦାର ପ୍ରଭିଣା କୁଲୁ, ମନ୍ତ୍ରୀଙ୍କ ପ୍ରତିନିଧି ବିଭୂତି କଲ୍ୟାଣ ପଟେଲ, ସାଂସଦ ପ୍ରତିନିଧି ରମେଶ କୁମାର ସାହୁ, ଗୁଣ୍ଡୁରୁଚୁଆଁ ମଣ୍ଡଳ ସଭାପତି ମନୋଜ କୁମାର ମାଝୀ, ଜମନକିରା ମଣ୍ଡଳ ସଭାପତି ବିଜୟ କୁମାର ନାୟକ, ଡ଼ା.ହରିଶ ଚନ୍ଦ୍ର ବାଘ ପ୍ରମୁଖ ଅତିଥି ଭାବେ ଯୋଗ ଦେଇଥିଲେ। କାର୍ଯ୍ୟକ୍ରମ ପ୍ରାରମ୍ଭରେ ମା” ସମଲେଶ୍ଵରୀ ଫଟୋ ଚିତ୍ରରେ ମାଲ୍ୟାର୍ପଣ ପୂର୍ବକ ଦୀପ ପ୍ରଜ୍ବଳନ କରାଯାଇଥିଲା। ପରେ ଷଣ୍ଢପଥର ଏସଏସଡି ଉଚ୍ଚ ବିଦ୍ୟାଳୟର ଛାତ୍ରୀଛାତ୍ରଙ୍କ ଦ୍ଵାରା ନୃତ୍ୟ ଗୀତ ପରିବେଷଣ କରାଯାଇଥିବା ବେଳେ କଟଙ୍ଗପାଣି ଆଶ୍ରମ ସ୍କୁଲର ଛାତ୍ରୀଙ୍କ ଦ୍ଵାରା ନୃତ୍ୟ ପରିବେଷଣ କରାଯାଇଥିଲା। ଅତିଥିଗଣଙ୍କ ଦ୍ଵାରା ଛାତ୍ରୀଛାତ୍ରଙ୍କୁ ପୁରସ୍କୃତ କରାଯାଇଥିଲା। ଏହାପରେ ଅନ୍ତୋଦୟ ଗୃହ ଯୋଜନାରେ ପ୍ରସ୍ତୁତ ହୋଇଥିବା ୩୧୦ ଜଣ ଯୋଗ୍ୟ ହିତାଧିକାରୀ ଙ୍କୁ ଗୃହ ପାଇଁ କାର୍ଯ୍ୟାଦେଶ ପ୍ରଦାନ କରାଯାଇଥିଲା। କାର୍ଯ୍ୟକ୍ରମ କୁ ଓଡ଼ିଶା ଜୀବିକା ମିଶନ ର ଭାରାପ୍ରପ୍ତ ବିପିଏମ ସରୋଜ କୁମାର ମିଶ୍ର ପରିଚାଳନା କରିଥିବା ବେଳେ ବ୍ଲକ ଏବଂ ପଞ୍ଚାୟତ ସ୍ତରୀୟ ସମସ୍ତ ଅଧିକାରୀ ସହଯୋଗ କରିଥିଲେ। ଏହି ସମାବେଶ ରେ ଶତାଧିକ ସ୍ଵଂୟ ସହାୟିକା ମହିଳା ଏବଂ ଅନ୍ତ୍ୟୋଦୟ ଯୋଗ୍ୟ ହିତାଧିକାରୀ ସମୂହ ଉପସ୍ଥିତ ଥିଲେ।

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ