Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ଗୁଡାରୀରେ ଜିଲ୍ଳା ଯୁଗ୍ମଅଭିଯୋଗ ଶୁଣାଣୀ ଶିବିର ଅନୁଷ୍ଠିତ

ଗୁଡାରି : ରାୟଗଡା ଜିଲ୍ଲା ଗୁଡାରି ବ୍ଲକ କାର୍ଯ୍ୟାଳୟରେ ସୋମବାର ଦିନ ଜିଲ୍ଳା ଯୁଗ୍ମ ଅଭିଯୋଗ ଶୁଣାଣୀ ଶିବିର ଅନୁଷ୍ଠିତ ହୋଇଯାଇଛି । ଏହି ଅଭିଯୋଗ ଶୁଣାଣୀ କାର୍ଯ୍ୟକ୍ରମ ଅତିରିକ୍ତ ଜିଲ୍ଲାପାଳ ସୋମନାଥ ପ୍ରଧାନଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଯାଇଛି l ଆଜି ମୋଟ ଛବିଶି ଟି ଅଭିଯୋଗ ଜିଲ୍ଲାପାଳଙ୍କ ନିକଟକୁ ଆସିଥିଲା ସେଥି ମଧ୍ୟରୁ ତେଇସିଟି ବ୍ୟକ୍ତିଗତଅଭିଯୋଗ ଥିଲା ବେଳେ ତିନି ଗୋଟି ଗ୍ରାମବାସୀ ମାନଙ୍କ ସାମୁହିକ ଅଭିଯୋଗ ଥିଲା l ସାମାଜିକ ସୁରକ୍ଷା ବିଭାଗ ତରଫରୁ ଜଣେ ଭିନ୍ନକ୍ଷମ ବ୍ୟକ୍ତିଙ୍କୁ ଜଣେ ସକ୍ଷମ ବ୍ୟକ୍ତି ବିବାହ କରିଥିବାରୁ ବିଭାହ ପ୍ରତ୍ସାହନ ଦୁଇଲକ୍ଷ ପଚାଶ ହଜାର ଟଙ୍କା ଅତିରିକ୍ତ ଜିଲ୍ଲାପାଳ ପ୍ରଦାନ କରିଥିଲେ l ଆଜିର ଅଭିଯୋଗ ଗୁଡିକ ପାଇଲା ପରେ ବିଭାଗୀୟ ଅଧିକାରୀ ମାନଙ୍କୁ ତୁରନ୍ତ ସମାଧାନ କରିବା ପାଇଁ ନିର୍ଦ୍ଦେଶ ଦେଇଥିଲେ ।ଏହି ଅଭିଯୋଗ ଶୁଣାଣି ଶିବିରରେ ଜିଲ୍ଲା ମୁଖ୍ୟ ଉନ୍ନୟନ ଅଧିକାରୀ ତଥା କାର୍ଯ୍ୟ ନିର୍ବାହୀ ଅଧିକାରୀ,ଜିଲ୍ଲାପରିଷଦ, ଶ୍ରୀ ରବିନାରାୟଣ ତ୍ରିପାଠୀ, ଉପଜିଲ୍ଲାପାଳ ଗୁଣପୁର ଲଳିତ କୁମାର କହର,, ଜିଲ୍ଲା ମୁଖ୍ୟ ଚିକିତ୍ସା ଅଧିକାରୀ ଡାକ୍ତର ଲାଲମୋହନ ରାଉତରାୟ,ପ୍ରକଳ୍ପ ପ୍ରଶାସକ ଆଇଟିଡିଏ,ଗୁଣପୁର ଶାନ୍ତି ପ୍ରଭା ପ୍ରଧାନ,ଅତିରିକ୍ତ ଆରକ୍ଷୀ ଅଧିକ୍ଷକ ସୁଦାମ ମଲ୍ଲିକ,ପଂଚାୟତ ସମିତି ଅଧକ୍ଷାଲକ୍ଷ୍ମୀ ଶବର ,ଅତିରିକ୍ତ ଜିଲ୍ଲା ଶିକ୍ଷା ଅଧିକାରୀ ଭଜନଲାଲ ମାଝୀ , ଜିଲ୍ଲା ମଙ୍ଗଳ ଅଧିକାରୀ ଅଶୋକ କୁମାର ଶତପଥୀ , ଜିଲ୍ଲା ସମାଜ କଲ୍ୟାଣ ଅଧିକାରୀ ଯାଜ୍ଞସେନୀ ବେହେରା, ଜିଲ୍ଲା ଶିଶୁ ସୁରକ୍ଷା ଅଧିକାରୀ ରମେଶ ଚନ୍ଦ୍ର ନାୟକ,ଜିଲ୍ଲା ସୂଚନା ଓ ଲୋକସମ୍ପର୍କ ଅଧିକାରୀ ବସନ୍ତ କୁମାର ପ୍ରଧାନ,ଜିଲ୍ଲା ସାମାଜିକ ସୁରକ୍ଷା ଅଧିକାରୀ ସୁରେନ୍ଦ୍ର ଗମାଙ୍ଗ,ଜିଲ୍ଲା ଜରୁରୀକାଳୀନ ଅଧିକାରୀ ସୁଶ୍ରୀ ସୂର୍ଯ୍ୟମଣି ଭୋଇ,ସହକାରୀ ଯନ୍ତ୍ରୀ, ଜିଲ୍ଲା ଗ୍ରାମୀୟ ଜଳଯୋଗାଣ ସଂସ୍ଥା ରାୟଗଡ , ବିଡିଓ ଅନ୍ନେଷା ଦାଶ ଓ ବିଭିନ୍ନ ବିଭାଗର ଅଧିକାରୀ ଉପସ୍ଥିତ ରହି ଅଭିଯୋଗ ଗୁଡିକର ଶୁଣାଣୀ କରିଥିଲେ ।