Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ଜମନକିରା ଲାମ୍ପସ ର ସାଧାରଣ ବୈଠକ; ପୂର୍ବ ୨ ଏମଡି ନାଁରେ ୧ କୋଟି ୬୫ ଲକ୍ଷ ଟଙ୍କାର ଘୋଟାଲା; ସେମାନଙ୍କ ବିରୋଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ପାଇଁ ଚାଷୀଙ୍କ ଦାବି

ଜମନକିରା : ଆଜି ରବିବାର ଦିନ ପୂର୍ବାହ୍ନ ସାଢ଼େ ୧୧ ଟା ସମୟରେ ସମ୍ବଲପୁର ଜିଲ୍ଲା ଜମନକିରା ବ୍ଲକ ସଦର ମହକୁମା ସ୍ଥିତ ଲାମ୍ପସ ର ୪୫ତମ ସାଧାରଣ ସଭା ବୋର୍ଡ ସଭାପତି ଉମାକାନ୍ତ ପ୍ରଧାନଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଯାଇଛି। ଏଥିରେ ବିଭାଗ ପକ୍ଷରୁ ସମବାୟ ବ୍ୟାଙ୍କ ଶାଖା ପରିଚାଳକ ସିନୁରାଜ ସାହୁ ପରିଚାଳନା ଅଧିକାରୀ ଭାବେ ଯୋଗ ଦେଇ ଚାଷୀ ଙ୍କ ବିଭିନ୍ନ ସମସ୍ୟା ସମ୍ପର୍କରେ ଆଲୋଚନା କରିଥିଲେ। ତେବେ ଏହି ବୈଠକ ରେ ବିଭାଗ ଜିଲ୍ଲା ଅଧିକାରୀ ଡି.ଆର ଏବଂ ଉପଖଣ୍ଡ ଅଧିକାରୀ ଏ.ଆର ଅନୁପସ୍ଥିତ ଥିବାରୁ ଚାଷୀ ମାନେ କ୍ଷୋଭ ପ୍ରକାଶ କରିଥିଲେ। ଏହି ବୈଠକରେ ବିଭିନ୍ନ ପ୍ରସଙ୍ଗ ଉପରେ ଆଲୋଚନା କରାଯାଇଥିଲା। ସେଥି ମଧ୍ୟରୁ ମୁଖ୍ୟତଃ ପୂର୍ବ ବୈଠକର ବିବରଣୀ ପଠନ ଓ ଦୃଢ଼ୀକରଣ, ବାର୍ଷିକ ବିବରଣୀ ପଠନ, ୨୦୨୪-୨୫ ଆର୍ଥିକ ବର୍ଷର ଜମା ଖର୍ଚ୍ଚ ମଞ୍ଜୁରୀ, ୨୦୨୫-୨୬ ଆର୍ଥିକ ବର୍ଷ ପାଇଁ ବଜେଟ, ଅଡିଟ ରିପୋର୍ଟ ପଠନ ଏବଂ ପରବର୍ତ୍ତୀ କାର୍ଯ୍ୟାନୁଷ୍ଠାନ, ଋଣ ଅସୁଲି, ସାର ଓ ବିହନ, ସମିତିର ଆର୍ଥିକ ଅଭିବୃଦ୍ଧି ନିମନ୍ତେ ପଦକ୍ଷେପ ଆଦି ବିଭିନ୍ନ ପ୍ରସଙ୍ଗରେ ଆଲୋଚନା ପର୍ଯ୍ୟାଲୋଚନ କରାଯାଇଥିଲା। ତେବେ ଏହା ପୂର୍ବରୁ ଥିବା ୨ ଜଣ ଏମଡି ଓ ଜଣେ ମ୍ୟାନେଜର ଙ୍କ ନାଁରେ ୧ କୋଟି ୬୫ ଲକ୍ଷ ଟଙ୍କାର ଅର୍ଥ ଆତ୍ମସାତ ହୋଇଥବା ନେଇ ବୈଠକରେ ଉଦବେଗ ପ୍ରକାଶ ପାଇଥିଲା। ଉଭୟ ଏମଡି ଙ୍କ ନାଁରେ ଭିଜିଲାନ୍ସ କେସ ରୁଜୁ ହୋଇଥ୍ବବା ବେଳେ ଜଣେ ଭିଜିଲାନ୍ସ ଦ୍ଵାରା ଗିରଫ ହୋଇଥିଲେ। ସେମାନଙ୍କ ଠାରୁ ଉକ୍ତ ଟଙ୍କା ଅସୁଲ କରିବା ସହ କାର୍ଯ୍ୟରୁ ସମ୍ପୂର୍ଣ୍ଣ ବହିଷ୍କାର କରିବା ପାଇଁ ଚାଷୀ ମାନେ ବୈଠକ ରେ ଦାବି କରିଥିଲେ। ଏଥିସହ ଉକ୍ତ ସମୟରେ ଯୋଉଁ ଉଚ୍ଚ ପଦସ୍ଥ ଅଧିକାରୀ ମାନେ କାର୍ଯ୍ୟରତ ଥିଲେ ସେମାନଙ୍କୁ ମଧ୍ୟ ଏହି ମାମଲା ଗୁଡ଼ିକରେ ଉତ୍ତର ଦାୟୀ କରିବା ସହ ସରକାରଙ୍କୁ ଜଣେଇ କାର୍ଯ୍ୟାନୁଷ୍ଠାନ ନେବା ପାଇଁ ପ୍ରସ୍ତାବ ଆଗତ କରିଥିଲେ। ଏହି ଲ୍ୟମ୍ପସ ଅଧୀନରେ ଥିବା ଜମନକିରା ସମେତ ଟିକିଳିପଡ଼ା, କଟଙ୍ଗପାଣୀ ଏବଂ ଭୋଜପୂର ଆଦି ଲ୍ୟାମ୍ପସ ଗୁଡ଼ିକ ଖୋଲା ଯାଇଥିବା ବେଳେ ଅଧିକାରୀ ଓ କର୍ମଚାରୀ ନଥିବା ଯୋଗୁଁ ଚାଷୀମାନେ ଅନେକ ସମସ୍ୟାର ସମ୍ମୁଖୀନ ହେଉଛନ୍ତି। ତେଣୁ ସ୍ଥାୟୀ ଅଧିକାରୀ ନିୟୋଜିତ ନହେବା ପର୍ଯ୍ୟନ୍ତ ଅସ୍ଥାୟୀ ଭାବେ କାର୍ଯ୍ୟ କରିବେ ବୋଲି ଉପୋରୋକ୍ତ ପଞ୍ଚାୟତ ଗୁଡିକରୁ ଆସିଥିବା ଚାଷୀ ସମୂହ ଦାବି କରିଥିଲେ। ଏହି ଲ୍ୟାମ୍ପସ ଦୀର୍ଘ ଦିନରୁ କ୍ଷତିରେ ଚାଲୁଛି ଯାହାକି ପ୍ରତ୍ୟେକ ଦିନ ଆନୁମାନିକ ୯୨ ହଜାର ଟଙ୍କାର ସୁଧ ବ୍ୟାଙ୍କ କୁ ପରିଶୋଧ କରିବା କଥା ରିପୋର୍ଟ ରୁ ଜଣା ପଡ଼ିବା ପରେ ଚାଷୀ ମାନେ ମୁଣ୍ଡରେ ହାତ ଦେଇଥିଲେ। ତେବେ ଏହି ଋଣ ଯେପରି ଆଗାମୀ ଦିନରେ କମ୍ କରିବାକୁ ପଡ଼ିବ, ସେ ଦିଗରେ ଶୀଘ୍ର ପଦକ୍ଷେପ ନେବାକୁ ବୈଠକରେ ଚାଷୀ ମାନେ ଅଧିକାରୀ ଓ କର୍ମଚାରୀ ଙ୍କୁ କହିଥିଲେ। ଏଥିରେ ସମିତିର ସମସ୍ତ ଡାଇରେକ୍ଟର ମାନେ ଉପସ୍ଥିତ ଥିଲେ। ଶେଷରେ ସଭାପତି ଶ୍ରୀ ପ୍ରଧାନ ଧନ୍ୟବାଦ୍ ଅର୍ପଣ କରି ସଭା ସାଙ୍ଗ କରିଥିଲେ।

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ