Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Latest News in Odia, Breaking News in Odia, ବଡ ଖବର , Odisha Dot News

ପ୍ରମୁଖ ଖବର
  • ପାଟଣାଗଡ ବିଧାୟକ ଉଠବସ କରାଇଥିବା ଜେଇଙ୍କ ପତ୍ନୀ ପ୍ରବୀଣା ରାଜହଂସ ଥାନାରେ ଦେଲେ ଏତଲା , କଲେ ଗିରଫ ଦାବି
  • ||

ରାଉରକେଲାର ବେଦବ୍ୟାସରେ ହେବ ଝୁଲା କାଚ ପୋଲ

ରାଉରକେଲା: ରାଉରକେଲାର ବେଦବ୍ୟାସରେ ହେବ ଝୁଲା କାଚ ପୋଲ। ଏନେଇ ପୂର୍ତ୍ତ ମନ୍ତ୍ରୀ ପୃଥ୍ୱୀରାଜ ହରିଚନ୍ଦନ ଘୋଷଣା କରିଛନ୍ତି। ‘ରାଉରକେଲା ଦିବସ’ ଉତ୍ସବରେ ମନ୍ତ୍ରୀ ଏନେଇ ପ୍ରକାଶ କରିଛନ୍ତି। ତେବେ ଏହି ପ୍ରକଳ୍ପର ଭିତ୍ତିପ୍ରସ୍ତର ମେ ମାସରେ ସ୍ଥାପନ କରାଯିବ।

ଏହି ପ୍ରକଳ୍ପ ପାଇଁ ୩୫ କୋଟି ଟଙ୍କା ଖର୍ଚ୍ଚ ହେବ। ଓଡ଼ିଶାରେ ଏହି ପ୍ରକାରର ସେତୁ ପ୍ରଥମ। ଏହା ଉପରେ ଚାଲିକିଗଲେ ତଳେ ନଦୀର ଏକ ମନୋରମ ଦୃଶ୍ୟ ଉପଭୋଗ କରିପାରିବେ। ସେତୁ ବ୍ୟତୀତ ରାଉରକେଲା ଏବଂ ଏହାର ଆଖପାଖରେ ସଂଯୋଗୀକରଣ ଉନ୍ନତ କରିବା ପାଇଁ ଦୁଇଟି ପ୍ରମୁଖ ଭିତ୍ତିଭୂମି ପ୍ରକଳ୍ପ ଘୋଷଣା କରିଛନ୍ତି। ସେହିପରି ରାଉରକେଲାକୁ ଜଳେଶ୍ୱର ସହିତ ସଂଯୋଗ କରିବା ପାଇଁ ଏକ ଚାରି ଲେନ୍ ହାଇୱେ ନିର୍ମାଣ କରାଯିବ। ସେହିପରି ଟ୍ରାଫିକ୍ ଭିଡ଼ କମ କରିବା ପାଇଁ ସହର ଚାରିପାଖରେ ୧୦୦ କିଲୋମିଟର ଲମ୍ବ ରିଙ୍ଗ ରୋଡ୍ ବିକଶିତ କରାଯିବ ବୋଲି ସେ କହିଛନ୍ତି।