Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ଜମନକିରା ଶିଶୁ ବିଦ୍ୟା ମନ୍ଦିରରେ ଉତ୍କଳ ଦିବସ ପାଳନ

ଜମନକିରା : ସମ୍ବଲପୁର ଜିଲ୍ଲା ଜମନକିରା ବ୍ଲକ ସଦର ମହକୁମାରେ ଥିବା ସରସ୍ୱତୀ ଶିଶୁ ବିଦ୍ୟା ମନ୍ଦିରରେ ମଙ୍ଗଳବାର ଦିନ ଉତ୍କଳ ଦିବସ ପାଳନ କରାଯାଇଛି। ଏହି ପରିପ୍ରେକ୍ଷୀରେ ଆଜି ନୂତନ ଶିଶୁ ଭାଇ ଭଉଣୀ ମାନଙ୍କ ନିମନ୍ତେ ପ୍ରବେଶ ଉତ୍ସବ ଅନୁଷ୍ଠିତ ହୋଇଥିଲା। କାର୍ଯ୍ୟକ୍ରମ ପ୍ରାରମ୍ଭରେ ବିଦ୍ୟାଳୟରେ ସତ୍ୟନାରାୟଣ ପୂଜା ଅନୁଷ୍ଠିତ ହୋଇଥିଲା। ଉକ୍ତ ପୂଜାରେ ପୁରୋହିତ ଭାବେ ସରୋଜ ଧର ପୂଜା କାର୍ଯ ସମ୍ପାଦନ କରିଥିବା ବେଳେ କର୍ତ୍ତା ଭାବେ ନୂତନ ଅଭିଭାବକ ବିନୁ ସାହୁ ଧର୍ମପତ୍ନୀ ଶ୍ରିମ ସାହୁ ପୂଜା କର୍ମ କରିଥିଲେ।ନୂତନ ଭାବେ ନାମ ଲେଖାଇଥିବା ଶିଶୁ ଭାଇଭଉଣୀ, ଅଭିଭାବକ ଉପସ୍ଥିତ ଥିଲେ।ବିଦ୍ୟାଳୟର ଶିଶୁବାଟିକା ପ୍ରମୁଖ ଡିଲେଶ୍ୱରି ଖମାରୀଙ୍କ ତତ୍ତ୍ଵାବଧାନରେ ପୂଜାକାର୍ଯ୍ୟ ଅନୁଷ୍ଠିତ ହୋଇଥିବା ବେଳେ ଏଥିରେ ସମସ୍ତ ଗୁରୁଜି ଗୁରୁମାଙ୍କ ସହଯୋଗ ରହିଥିଲା। ବିଦ୍ୟାଳୟର ସଭାପତି ସାଲେକରାମ୍ ପ୍ରଧାନଙ୍କ ସମସ୍ତ ଗୁରୁଜି, ଗୁରୁମା, ଅବିଭାବକ, ଅଵିଭାବିକା ଏବିଂ ଛାତ୍ରଛାତ୍ରୀ ଉପସ୍ଥିତି ଥିଲେ।

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ