Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

୧୨ ଘଣ୍ଟିଆ କୋରାପୁଟ ବନ୍ଦ ଡାକରା; ଜନଜୀବନ ଅସ୍ତବ୍ୟସ୍ତ

କୋରାପୁଟ: ମଙ୍ଗଳବାର ଦିନ କୋରାପୁଟ ବନ୍ଦ ଡାକରା ଦିଆଯାଇଛି। କୋରାପୁଟ ଜିଲ୍ଲା କଂଗ୍ରେସ ପକ୍ଷରୁ ୧୨ ଘଣ୍ଟିଆ ବନ୍ଦ ଡାକରା ଦିଆଯାଇଛି। ବନ୍ଦ ଯୋଗୁଁ ଦୋକାନ, ବ୍ୟବସାୟ ପ୍ରତିଷ୍ଠାନ, କାର୍ଯ୍ୟାଳୟ ଏବଂ ଶିକ୍ଷାନୁଷ୍ଠାନ ବନ୍ଦ ରହିଛି।

ବନ୍ଦ ଡାକରା ଯୋଗୁ ଯାନବାହନ ଚଳାଚଳ ମଧ୍ୟ ବାଧାପ୍ରାପ୍ତ ହୋଇଛି। ଏହି ବନ୍ଦ ଡାକରା ଯୋଗୁ ସାଧାରଣ ଜନଜୀବନ ମଧ୍ୟ ଅନେକ ଅସୁବିଧାର ସମ୍ମୁଖୀନ ହୋଇଛନ୍ତି। ବରିଷ୍ଠ କଂଗ୍ରେସ ନେତା ତଥା ଜୟପୁର ବିଧାୟକ ତାରା ପ୍ରସାଦ ବାହିନୀପତିଙ୍କ ନେତୃତ୍ୱରେ କଂଗ୍ରେସ କର୍ମୀମାନେ ବିଭିନ୍ନ ସ୍ଥାନରେ ଧାରଣା ଦେଇଛନ୍ତି।

ବନ୍ଦ ସମୟରେ କୌଣସି ଅଘଟଣକୁ ରୋକିବା ପାଇଁ ସମଗ୍ର ଜିଲ୍ଲାରେ କଡା ସୁରକ୍ଷା ବ୍ୟବସ୍ଥା ଗ୍ରହଣ କରାଯାଇଛି ବୋଲି ପୋଲିସ କହିଛି। ସୂତ୍ରରୁ ପ୍ରକାଶ ଯେ ଜାତୀୟ ରାଜପଥ ଶହ ଶହ ଗାଡି ଅଟକି ରହିଛି।

ବିକ୍ଷୋଭକାରୀଙ୍କ ଦାବି ହେଉଛି ଜୟପୁରରେ ଏକ କେନ୍ଦ୍ରୀୟ ବିଦ୍ୟାଳୟ ପ୍ରତିଷ୍ଠା, ସ୍ଥାନୀୟ ଯୁବକମାନଙ୍କ ପାଇଁ ନିଯୁକ୍ତି ସୁଯୋଗ, ସ୍ଥାନୀୟ ପ୍ରଶାସନର ବିଭିନ୍ନ ଖାଲି ପଦବୀରେ ଜିଲ୍ଲାର ଯୁବକଙ୍କୁ ନିଯୁକ୍ତି ଏବଂ କୋରାପୁଟରେ ବି.ଇ. ଡି କଲେଜ ଖୋଲିବା।

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ