Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ସମ୍ଵଲପୁରରେ ପୁଲିସ୍‌ ଡିଜି: ମାଓବାଦୀଙ୍କୁ ସମାଜର ମୁଖ୍ୟ ସ୍ରୋତରେ ସାମିଲ ହେବାକୁ ଦେଲେ ଆହ୍ବାନ

ସମ୍ବଲପୁର:ସମ୍ବଲପୁର ଜିଲ୍ଲା ଗସ୍ତ କରିଛନ୍ତି ପୁଲିସ୍ ଡିଜି ଯୋଗେଶ ବାହାଦୂର ଖୁରାନିଆ। ଏହି ଅବସରରେ ସେ ଗଣମାଧ୍ୟମକୁ ପ୍ରତିକ୍ରିୟା ଦେଇ କହିଛନ୍ତି , ଆଜି ଉତ୍ତରାଞ୍ଚଳ ପୁଲିସ ରେଞ୍ଜ ଅଧିନର ସବୁ ଜିଲାର ଏସପି ମାନଙ୍କ ସହିତ ସମୀକ୍ଷା ବୈଠକ ଅନୁଷ୍ଠିତ ହୋଇଛି । ଜିଲା ମାନଙ୍କର ଆଇନ ଶୃଙ୍ଖଳା ଉପରେ ସମୀକ୍ଷା ହୋଇଛି ।ଆଇଜି ହିମାଂଶୁ କୁମାର ଲାଲଙ୍କ ସହିତ ସମସ୍ତ ଜିଲ୍ଲାର ଆରକ୍ଷୀ ଅଧିକ୍ଷକ ପ୍ରମୁଖ ଅଧିକାରୀ ଉପସ୍ଥିତ ଥିଲେ।
ମାଓ ଅଞ୍ଚଳରେ କିଭଳି ସୁରକ୍ଷା ବ୍ୟବସ୍ଥା ରହିବ ସେ ନେଇ ମଧ୍ୟ ସମୀକ୍ଷା କରାଯାଇଛି । ଆଗକୁ ରାମ ନବମୀ ଏବଂ ହନୁମାନ ଜୟନ୍ତୀ ଥିବାରୁ ସୁରକ୍ଷା ବ୍ୟବସ୍ଥା ନେଇ ସମୀକ୍ଷା କରାଯାଇଛି । ସମ୍ବଲପୁରରେ ସନ୍ଧ୍ୟା ପର୍ଯ୍ୟନ୍ତ ରହିବାକୁ ଥିବା ବେଳେ ଆଇନ ଶୃଙ୍ଖଲା ଉପରେ ପୁଙ୍ଖାନୁପୁଙ୍ଖ ସମୀକ୍ଷା କରାଯିବ ଏବଂ ଆବଶ୍ୟକ ପଦକ୍ଷେପ ନିଆଯିବ । ମାଓ ଦମନ ରାଜ୍ୟରେ କମି କମି ଆସୁଛି । ଉତ୍ତରାଂଚଳ ଅଂଚଳରେ ଗୋଟିଏ ସ୍ଥାନରେ ଏବେ ବି ଚାଲିଛି ମାଓ ଅପରେସନ। ଅନ୍ୟ ସ୍ଥାନରେ ମଧ୍ୟ ଚାଲିଛି । ଛତିଶଗଡ- ଆନ୍ଧ୍ର ସୀମାରେ ତୀକ୍ଷ୍ଣ ନଜର ରଖାଯାଇଛି । ବିଭିନ୍ନ ସ୍ଥାନରେ ଅପରେସନରେ ସଫଳତା ମଧ୍ୟ ମିଳିଛି । ଯେଉଁ ଜିଲାରେ ମାଓ ସକ୍ରିୟ ଅଛନ୍ତି ସେହିଁ ସ୍ଥାନରେ ଅପରେସନ ଚାଲିଛି । ହିଂସା କୁ ତ୍ୟାଗ କରି ମୁଖ୍ୟ ସ୍ତ୍ରୋତରେ ସାମିଲ ହୁଅ । ଓଡିଶାରେ ଆତ୍ମସର୍ମପଣ ପଲିସି ଭଲ ରହିଛି । ଏଣୁ ସେମାନେ ଆସି ମୁଖ୍ୟସ୍ରୋତରେ ସାମିଲ ହୁଅନ୍ତୁ ବୋଲି ପୁଲିସ ଡିଜି ମାଓବାଦୀ ଙ୍କୁ ଆହ୍ବାନ କରିଛନ୍ତି ପୁଲିସ ମହାନିର୍ଦ୍ଦେଶକ ଶ୍ରୀ ଖୁରାନିଆ।