Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ଜାତୀୟ ସ୍ତରୀୟ ବରିଷ୍ଠ ସୁନ୍ଦର ସ୍ୱାସ୍ଥ୍ୟ ପ୍ରତିଯୋଗିତା ଉଦଘାଟିତ

ସମ୍ବଲପୁର:୧୮ତମ ସିନିୟର ଜାତୀୟ ବଡି ବିଲଡିଂ ଓ ଫିଟନେଶ ଚାମ୍ପିଅନସିପ ମିଷ୍ଟର ଓ ମିସ ଇଣ୍ଡିଆ ପ୍ରତିଯୋଗିତା ଆଜି ଠାରୁ ଆରମ୍ଭ ହୋଇଯାଇଛି।ପ୍ରତିଯୋଗିତାକୁ ସମ୍ବଲପୁରର ପୂର୍ବତନ ବିଧାୟିକା ତଥା ବିଶିଷ୍ଟ ସମାଜସେବୀ ଡ଼ା.ରାସେଶ୍ୱରୀ ପାଣିଗ୍ରାହୀ ଫିତା କାଟି ଶୁଭାରମ୍ଭ କରିଥିଲେ l ଏହି ପ୍ରତିଯୋଗିତାରେ ଦେଶର ୨୨ ଟି ରାଜ୍ୟରୁ ୫୦୦ ରୁ ଉର୍ଦ୍ଧ ପ୍ରତିଯୋଗୀ ଅଂଶଗ୍ରହଣ କରିଛନ୍ତି l ଏହାକୁ ଜିଲ୍ଲା ବଡି ବିଲଡିଂ ଏଣ୍ଡ ଫିଟନେସ ଆସୋସିଏସନ୍ ପକ୍ଷରୁ କଳିଙ୍ଗ ବଡି ବିଲଡିଂ ଆସୋସିଏସନ ସହଯୋଗରେ ଆୟୋଜନ କରାଯାଉଛି l ପ୍ରତିଯୋଗିତାରେ ଭାଗ ନେଇ ଥିବା ସମସ୍ତ ପ୍ରତିଯୋଗିତାଙ୍କୁ ଉନ୍ନତ ମାନର ସୁବିଧା ପ୍ରଦାନ କରାଯାଇଛି l ଏଥିସହ ପ୍ରାୟ ୧୦ ଲକ୍ଷ ଟଙ୍କାର ବଜେଟରେ ପ୍ରତିଯୋଗୀ ମାନଙ୍କ ପାଇଁ ମେଡାଲ ଓ ଟ୍ରଫି ବ୍ୟବସ୍ଥା କରାଯାଇଛି।ଏହି ପ୍ରତିଯୋଗିତାରେ ମୋଟ ୧୯ଟି ବିଭାଗରେ ବିଭିନ୍ନ ପ୍ରତିଯୋଗିତା ହେବା କାର୍ଯ୍ୟକ୍ରମ ରହିଛି।ଉଦଘାଟନ ସମୟରେ ସମ୍ବଲପୁର ବଡି ବିଲଡିଂ ଏଣ୍ଡ ଫିଟନେସ ଆସୋସିଏସନର ସଭାପତି ସତୀଶ ବିଶି, ସାଧାରଣ ସମ୍ପାଦକ ଅମିତାଭ ପରିଡା, କାର୍ଯ୍ୟକାରିଣୀ ଉପଦେଷ୍ଟା ଭୋଳା ଶଙ୍କର ମୋହତ୍ତମ, ଉପ ସଭାପତି ଜି ଜି ଯଶୋଭଙ୍କ ସମେତ କଳିଙ୍ଗ ବଡ଼ି ବିଲଡିଂ ଆସୋସିଏସନ ର ରାଜ୍ୟ ସାଧାରଣ ସମ୍ପାଦକ ସନ୍ତୋଷ ମହାନ୍ତି, ସହ ସମ୍ପାଦକ ନିଶାନ୍ତ ବହିଦାର, ରାଜ୍ୟ କୋଷାଧକ୍ଷ ନିରାକଷ୍ଟ ବାରିକ ପ୍ରମୁଖ ଉପସ୍ଥିତ ରହି ଏହାର ପରିଚାଳନା କରିଥିଲେ। ଆସନ୍ତାକାଲି ରବିବାର ଆନୁଷ୍ଠାନିକ ଭାବେ କେନ୍ଦ୍ର ଶିକ୍ଷାମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ପିଏଚଡି ପଡିଆରେ ହେବାକୁ ଥିବା ଏହି ସୁନ୍ଦର ସ୍ୱାସ୍ଥ୍ୟ ପ୍ରତିଯୋଗିତାକୁ ଉଦଘାଟନ କରି ମୁଖ୍ୟଅତିଥି ଭାବେ ଯୋଗଦେବା କାର୍ଯ୍ୟକ୍ରମ ରହିଛି। ଶନିବାର ମଧ୍ୟାହ୍ନରେ ଜାତୀୟ ସ୍ତରୀୟ ପ୍ରତିଯୋଗୀ ଓ ଏହାର ପରିଚାଳକ ମାନେ ଏକ ବର୍ଣ୍ଣାଢ୍ୟ ସମାବେଶରେ ଯାଇ ମା ସମଲେଶ୍ୱରୀଙ୍କ ଦର୍ଶନ ଓ ପୂଜାର୍ଚନା କରିଥିଲେ।