Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ଭୁବନେଶ୍ୱରରେ ଟୁରିଷ୍ଟ ବସ୍ ଦୁର୍ଘଟଣା; ଜଣେ ମୃତ, ୧୫ ଆହତ

ଭୁବନେଶ୍ୱର: ଭୁବନେଶ୍ୱରର ଉତ୍ତରା ଛକରେ ବଡ଼ ଦୁର୍ଘଟଣା। ଟୁରିଷ୍ଟ ବସ୍ ଓଲଟି ପଡିବାରୁ ଜଣଙ୍କ ମୃତ୍ୟୁ ଘଟିଥିବା ବେଳେ ୧୫ରୁ ଅଧିକ ତୀର୍ଥଯାତ୍ରୀ ଆହତ ହୋଇଛନ୍ତି।

ସୂଚନା ଅନୁଯାୟୀ, ୭୦ ପର୍ଯ୍ୟଟକଙ୍କୁ ନେଇ ପୁରୀ ଅଭିମୁଖେ ଯାଉଥିଲା ବସ୍ । ସମସ୍ତେ ଯାତ୍ରୀ ବାଂଲାଦେଶର ହୋଇଥିବା ଜଣାପଡିଛି। କାଶୀ ବିଶ୍ବନାଥ ଦର୍ଶନ ସାରି ପୁରୀ ଅଭିମୁଖେ ଯାଉଥିଲେ। ଘଟଣାସ୍ଥଳରେ ପୁଲିସ ଓ ଅଗ୍ନିଶମ ବାହିନୀ ପହଞ୍ଚି ଉଦ୍ଧାର କାର୍ଯ୍ୟ ଜାରି ରଖିଛନ୍ତି।

ତୁରନ୍ତ ଘଟଣାସ୍ଥଳରୁ ସେମାନଙ୍କୁ ଉଦ୍ଧାର କରାଯାଇଛି ଆହତଙ୍କୁ ଚିକିତ୍ସା ପାଇଁ କ୍ୟାପିଟାଲ ହସ୍ପିଟାଲରେ ଭର୍ତ୍ତି କରାଯାଇଛି।

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ