Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ଅନୁଗୁଳରେ ଏନକାଉଣ୍ଟର, କୁଖ୍ୟାତ ଅପରାଧି ଆହତ

ଅନୁଗୁଳ: ଅନୁଗୁଳରେ ପୁଣି ଏନକାଉଣ୍ଟର । ପୋଲିସ ଗୁଳିରେ କୁଖ୍ୟାତ ଅପରାଧି କ୍ଷୀରୋଦ ନାୟକ ଗୁରୁତର ହୋଇଛି । ସୂଚନା ଅନୁଯାୟୀ, ଟାଉନ ଥାନା କୁରୁଡ଼ୋଲ ହନୁମାନ ବାଟିକା ନିକଟ ଆମ୍ବ ବଗିଚାରେ ହୋଇଛି ଏନକାଉଣ୍ଟର । କ୍ଷୀରୋଦ ନାୟକ ଡକାୟତି ଯୋଜନା କରୁଥିବା ଖବର ପାଇ ଅନୁଗୋଳ ଟାଉନ ଥାନା ପୋଲିସ ଏବଂ ସ୍ପେସାଲ ସ୍କ୍ୱାର୍ଡ ଚଢାଉ କରିଥିଲା । ପୋଲିସ ଉପରକୁ ୩ ରାଉଣ୍ଡ ଗୁଳି ଚାଳନା କରିଥିଲା କ୍ଷୀରୋଦ। ଏହି ଅବସରରେ ପୋଲିସର ପାଲଟା ଜବାବରେ ତାର ଗୋଡ଼ ରେ ଗୁଳି ବାଜିଥିଲା। ତେବେ ଗୁରୁତର ଅବସ୍ଥାରେ ଉଦ୍ଧାର କରାଯାଇ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଥିବା ଜଣାପଡିଛି।

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ