Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ଶ୍ରୀଶ୍ରୀ ରଣେଶ୍ୱର ରାମଚଣ୍ଡୀ କୃଷି ମେଳା ୨୦୨୫ଅନୁଷ୍ଠିତ

ସମ୍ବଲପୁର:ସମ୍ବଲପୁର ଜିଲ୍ଲାର ଭତରା ଗାଁ ଶଙ୍କର ମଠ ଠାରେ ଉତ୍ସବମୟ ପରିବେଶରେ ଶ୍ରୀଶ୍ରୀ ରଣେଶ୍ୱର ରାମଚଣ୍ଡୀ କୃଷି ମେଳା ୨୦୨୫ଆୟୋଜିତ ହୋଇଥିଲା। ଏହି ମେଳା ଶ୍ରୀଶ୍ରୀ ରଣେଶ୍ୱର ରାମଚଣ୍ଡୀଙ୍କ ନୂତନ ମନ୍ଦିର ପ୍ରତିଷ୍ଠା ଉପଲକ୍ଷେ ଏହା ଚାରି ଦିନ ଧରି ଚାଲିଥିଲା।
ଗତ ୪ରୁ ୬ ଏପ୍ରିଲ ୨୦୨୫ ଯାଏଁ ଅନୁଷ୍ଠିତ ଏହି କୃଷି ମେଳାରେ ଓଡ଼ିଶା ଓ ଛତିଶଗଡ଼ ପ୍ରାନ୍ତରୁ ୫୦୦ରୁ ଅଧିକ କୃଷକ ଯୋଗଦେଇଥିଲେ।କୃଷକ ସମୂହ ତାଙ୍କର କୃଷି ଅନୁଭବ, ଉନ୍ନତ ପ୍ରଯୁକ୍ତି ଓ ନୂତନ ଧାରଣାର ବିନିମୟ କରିଥିଲେ।
ଏଥିରେ ସଂଗ୍ରାମ ପଟ୍ଟନାୟକ, କୃଷି ସଚିବଙ୍କ ଉପଦେଷ୍ଟା , ହିମାଂଶୁ ଶେଖର ସାହୁ, ଉଦ୍ୟାନ କୃଷି ନିର୍ଦେଶକ , ଅମିୟ କୁମାର ସାହୁ, ପୂର୍ବତନ ଜିଲ୍ଲା କୃଷି ଅଧିକାରୀ , ବରଗଡ଼ ପ୍ରମୁଖ ଯୋଗଦେଇ କୃଷି ଉତ୍ପାଦନ ଉପରେ ସେମାନଙ୍କ ସୁପରାମର୍ଶ ପ୍ରଦାନ କରିଥିଲେ।
ଏହି ଅବସରରେ ଗାଁର ପ୍ରସିଦ୍ଧ ଓ ଅନନ୍ୟ କୃଷି ଅବଦାନ ପାଇଁ କୁଞ୍ଜବିହାରୀ ପ୍ରଧାନଙ୍କ ପ୍ରତିମୂର୍ତ୍ତି ଲୋକାର୍ପଣ କରାଯାଇଥିଲା।
ଏହି ମେଳାରେ ସୁନାଦେଇ କୃଷକ ଉତ୍ପାଦକ କମ୍ପାନୀ କୋମନା ନୂଆପଡା,ସବୁଜ ସନାତନପାଲି ଏଫପିସି-ଜୁଜୁମୁରା, ସମ୍ବଲପୁର ,ଉନ୍ନତ କୃଷକ ଉତ୍ପାଦକ କମ୍ପାନୀ-ପଞ୍ଚଗାଁ, ଝାରସୁଗୁଡ଼ା ,ଅଭିନବ କୃଷି ଗବେଷଣା ସଂସ୍ଥା- ଧନୁପାଲି, ସମ୍ବଲପୁର ଓ ଅନ୍ୟାନ୍ୟ କୃଷି ଉନ୍ନତି ନିମନ୍ତେ କାର୍ଯ୍ୟରତ ସଂଗଠନମାନେ ଯୋଗ ଦେଇଥିଲେ।
ଏହି କୃଷି ମେଳା କୃଷକ ମାନଙ୍କ ପାଇଁ ଏକ ଜ୍ଞାନ ଓ ଅନୁଭବ ବିନିମୟର ସଜୀବ ମଞ୍ଚ ଭାବରେ ପରିଣତ ହୋଇଥିଲା। ଉନ୍ନତ କୃଷି ପ୍ରଯୁକ୍ତି, ଉଦ୍ୟମଶୀଳତା, ଓ ସ୍ୱାବଳମ୍ବନ ଦ୍ୱାରା ଗ୍ରାମୀଣ ଓ କୃଷି ନିର୍ଭର ସମାଜର ସମୃଦ୍ଧି ପ୍ରଭୃତି ଦିଗରେ ଜ୍ଞାନ ପ୍ରଦାନ କରାଯାଇଥିଲା।