Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ବନାଗ୍ନି ସଚେତନା ଶିବିର ଅନୁଷ୍ଠିତ..ପଡୁଚାଷ କରୁଥିବା ବ୍ୟକ୍ତି ଙ୍କୁ କାର୍ଯ୍ୟାନୁଷ୍ଠାନ ନିଆଯାଉ, ବିଧାୟକ…

ଲକ୍ଷ୍ମୀପୁର ୦୬/୦୪ .. ଜଙ୍ଗଲ ପରିବେଶ ଓ ଜଳବାୟୁ ପରିବର୍ତନ ବିଭାଗ ତରଫରୁ ଲକ୍ଷ୍ମୀପୁର ବନବିଭାଗ କାର୍ଯ୍ୟାଳୟ ଠାରେ ବନାଞ୍ଚଳ ସ୍ତରୀୟ ନିଆଁ ନିବାରଣ ସଚେତନତା ଶିବିର ଅନୁଷ୍ଠିତ ହୋଇଯାଇଛି।ଲକ୍ଷ୍ମୀପୁର ବନାଞ୍ଚଳ ଅଧିକାରୀ କୁମାର ଖରାଙ୍କ ସଭାପତିତ୍ୱରେ ଆୟୋଜିତ  କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥିଭାବେ ଲକ୍ଷ୍ମୀପୁର ବିଧାୟକ ପବିତ୍ର ସାଉନ୍ତା,ସମ୍ମାନିତ ଅତିଥି ଭାବେ ପୂର୍ବତନ ସାଂସଦ ଝିନହିକକା , ଆଚାର୍ଯ୍ୟା ସଂଗୀତା ମିଶ୍ର,ସାଂସଦ ପ୍ରତିନିଧି କୈଳାସ ଖସଲା,ଯୁବ ନେତା ମଣ୍ଟି ଖରା ଓ ଗଛ ମଣିଷ ରୂପେ ପରିଚିତ ତଥା ଗ୍ରୀନ ଇଣ୍ଡିଆ ଗୃପ ମୁଖ୍ୟ ଗୋପେଶ୍ୱର ଗରଡ଼ା ପ୍ରମୁଖ ଯୋଗ ଦେଇଥିଲେ।ନିମନ୍ତ୍ରିତ ଅତିଥିଙ୍କ ଦ୍ୱାରା ଜଗନ୍ନାଥଙ୍କ ଫୋଟ ଚିତ୍ର ରେ ପୂଜାର୍ଚନା କରାଯାଇ କାର୍ଯ୍ୟକ୍ରମ ଆରମ୍ଭ କରାଯାଇଥିବା ବେଳେ ରଞ୍ଜିତ ଗୁଡା ପ୍ରଥମିକ ବିଦ୍ୟାଳୟର ଛାତ୍ରୀ ମାନେ ବନ୍ଦେ ଉତ୍କଳ ଜନନୀ ଗାନ କରିଥିଲେ।ମଞ୍ଚାସିନ ଅତିଥି ମାନଙ୍କୁ ଫୁଲତୋଡ଼ା ସହ ଉତ୍ତରୀୟ ଦେଇ ସମ୍ବର୍ଦ୍ଧନା କରାଯିବା ପରେ କାର୍ଯ୍ୟକ୍ରମ ଆରମ୍ଭ ହୋଇଥିଲା।ମଞ୍ଚାସିନ ଅତିଥି ମାନେ ବନାଗ୍ନି ପ୍ରତିକାର ରେ ସାଧାରଣ ମନୁଷ୍ୟର ଭୂମିକା ଉପରେ ଆଲୋଚନା କରିଥିଲେ। ଏହି ଅଞ୍ଚଳ ର ପ୍ରକୃତି ର ପୂଜକ ହେଉଛନ୍ତି ଆଦିବାସୀ, ଗଛ ହେଉଛି ଆଦିବାସୀ ଙ୍କ ଭଗବାନ,
ଆମ ଭଗବାନ ଙ୍କୁ ଆମେ ସୁରକ୍ଷା ଦେଇ ପାରୁନୁ,
ସଚେତନତା ର ଅଭାବ ରହୁଛି,
ପରିବେଶ ସୁସ୍ଥ ରହିଲେ ମାନବ ସମାଜ ସୁସ୍ଥ ରହିବ,
ଆମ ଲୋକ ସବୁ ଶୁଣୁଛନ୍ତି  କିନ୍ତୁ କାର୍ଯ୍ୟକାରୀ କରୁନାହାନ୍ତି,
ନିଜ ସ୍ୱାର୍ଥ ସକାଶେ ଜଙ୍ଗଲ ରେ ନିଆଁ ଲଗେଇ ଦେଉଛନ୍ତି, ଦିନଥିଲା ଆମ ଅଂଚଳ ରେ ତାପମାତ୍ରା ଖରାଦିନ ମଧ୍ୟ ୩୦ ଡିଗ୍ରୀ ସର୍ବୋଚ୍ଚ ଥିଲା,  ବର୍ତ୍ତମାନ କିନ୍ତୁ ୪୦ ଡିଗ୍ରୀ ପାର ହେଲାଣି,ଜନ୍ମ ଠାରୁ ମୃତ୍ୟୁ ପର୍ଯ୍ୟନ୍ତ ଗଛ ଉପରେ ମାନବ ସମାଜ ନିର୍ଭରଶୀଳ ତେଣୁ ଗଛ ଲଗାଇବା ଜରୁରୀ  ଓ ଯେଉଁ ମାନେ ପୋଡୁ ଚାଷ କରି ଜଙ୍ଗଲ ନଷ୍ଟ କରୁଛନ୍ତି ସେମାନଙ୍କ ଉପରେ କଠୋର ରୁ କଠୋର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ  ବିଧାୟକ କହିଥିଲେ।ସେହି ପରି ଶ୍ରୀମତୀ ମିଶ୍ର ଲୋକଙ୍କ ଚିନ୍ତାଧାରାରେ ପରିବର୍ତନ ଆଣି ଏକ ନୂତନ ପରିବେଶ ଗଠନ ସହ ବୃକ୍ଷର ଉପକାରିତା ଉପରେ ସଚେତନ ବାର୍ତା ଦେଇଥିବା ବେଳେ ପୋଡୁ ଚାଷ ଓ ପରମ୍ପରା ନାଁ ରେ ହେଉଥୁବା ବେଣ୍ଟ ଶିକାର ବନ୍ଦ କରିବାକୁ ଶ୍ରୀଯୁକ୍ତ ଗରଡ଼ା ଆହ୍ୱାନ ଦେଇଥିଲେ।ବନ ବିଭାଗ ତରଫରୁ କାର୍ଯ୍ୟକ୍ରମ ରେ ସାତଟି ଗୁରୁତ୍ୱପୁର୍ଣ ବିଷୟ ଉପରେ ଧ୍ୟାନ ଦେବାକୁ ଜୁହାଯାଇଥିଲା।ଧୃମପାନ କରୁଥିବା ବ୍ୟକ୍ତି ବିଡି ସିଗାରେଟ ଗୁଡିକ କୁ ଲିଭାଇ କି ଫୋଫାଡ଼ିବା ସକାଶେ କୁହାଯିବା,
ରାସ୍ତା କଡରେ ହେଉ କିମ୍ବା ଜଙ୍ଗଲ ରେ ନିଆଁ ଲାଗୁଥିବା ଦେଖିଲେ ବନବିଭାଗ କୁ ସୂଚନା ଦେବା,ସମସ୍ତେ ବୃକ୍ଷ ଲଗାଇବା,ବନ୍ୟ ଜନ୍ତୁ ଶିକାର କରିବା ନାହିଁ,ଲଘୁବନ ଜାତ ଦ୍ରବ୍ୟ ସଂଗ୍ରହ ସକାଶେ ଜଙ୍ଗଲ ରେ ନିଆଁ ଲଗେଇବା ନାହିଁ,ପୋଡୁ ଚାଷ କରିବା ନାହିଁ ଭଳି ସଚେତନ କରାଇବା ସକାଶେ କୁହାଯାଇଥିଲା।
ସଭା ଶେଷରେ କାର୍ଯ୍ୟକ୍ରମରେ ଯୋଗ ଦେଇଥିବା ସମସ୍ତିଙ୍କୁ ବନାଗ୍ନୀ ରୋକିବା ଦିଗରେ ଶପଥ ପାଠ କରାଯାଇଥିଲା।ସେମିଳିଗୁଡା ଡେପୁଟି ରେଞ୍ଜର ତ୍ରିପତି ପଣ୍ଡା ମଞ୍ଚ ପରିଚାଳନା ସହ ଅତିଥି ପରିଚୟ ପ୍ରଦାନ କରିଥିଲେ।ଏହି ସଚେତନ ଶିବିର ଉପଲକ୍ଷେ ଫରେଷ୍ଟର ରଶ୍ମିରଂଜନ ବିଶ୍ୱାଳ ଙ୍କ ସମେତ ଲକ୍ଷ୍ମୀପୁର ବନାଞ୍ଚଳ ଅଧିନସ୍ଥ ତିନଟି ସେକ୍ସନ ର ସମସ୍ତ କର୍ମଚାରୀ ଉପସ୍ଥିତ ଥିଲେ।ଏହି କାର୍ଯ୍ୟକ୍ରମରେ ବହୁ ସଂଖ୍ୟାରେ ସ୍ଥାନୀୟ ଅଞ୍ଚଳବାସୀ ଯୋଗ ଦେଇଥିଲେ…

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ