Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ପୁଅ, ଝିଅ ସହ ବିଷ ପିଇ ମହିଳାଙ୍କ ଆତ୍ମହତ୍ୟା

ଗଞ୍ଜାମ: ପାରିବାରିକ କଳହର ପରୁଣ ପରିଣତ । ପୁଅ ଓ ଝଇଅ ସହ ବିଷ ପିଇ ଜୀବନ ହାରିଲେ ମହିଳା । ଘଟଣା ଘଟିଛି ଗଞ୍ଜାମ ଥାନା ଅଞ୍ଚଳରେ ଚାଞ୍ଚଲ୍ୟ । ବିଷ ପିଇବା ପରେ ସମସ୍ତଙ୍କୁ ଗୁରୁତର ଅବସ୍ଥାରେ ବ୍ରହ୍ମପୁର ଏମକେସିଜିରେ ଭର୍ତ୍ତି କରାଯାଇଥିଲା । ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଛନ୍ତି ।

ସୂଚନାଯୋଗ୍ୟ, ଗଞ୍ଜାମ ଥାନା ପାଳିବନ୍ଧ ଗାଁରେ ଘଟିଛି ଏଭଳି ଅଭାବନୀୟ ଘଟଣା । ମୃତକମାନେ ହେଲେ ମାଆ ମାମି ରେଡ୍ଡୀ, ୨୩ ବର୍ଷୀୟ ପୁଅ ରାକେଶ ରେଡ୍ଡୀ ଏବଂ ୨୦ ବର୍ଷୀୟା ଝିଅ ମିନା ରେଡ୍ଡୀ ।

ପ୍ରାଥମିକ ତଦନ୍ତରୁ ପାରିବାରିକ କାରଣରୁ ବିଷ ପିଇଥିବା ସୂଚନା ମିଳିଛି । ଖବର ପାଇବା ପରେ ପୋଲିସ ମୃତଦେହ ଜବତ କରି ବ୍ୟବଚ୍ଛେଦ କରାଉଛି । ଏହାସହ ଏକ ମାମଲା ରୁଜୁ କରି ଘଟଣାର ତଦନ୍ତ ଆରମ୍ଭ କରିଛି ।

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ