Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ଆମ୍ବ ତୋଟା ନିକଟରୁ ଏକ ନର କଙ୍କାଳ ଉଦ୍ଧାର

ଜମନକିରା: ଜମନକିରା ଥାନା ବଡରମା ପଞ୍ଚାୟତ ଲଦୋପଡ଼ା ନିକଟସ୍ଥ ଏକ ଆମ୍ବ ତୋଟା ନିକ ରେ ଏକ ନର କଙ୍କାଳ ଉଦ୍ଧାର କରାଯାଇଛି। ତେବେ କଙ୍କାଳର ପରିଚୟ ମିଲି ପାରି ନାହିଁ। ସମ୍ବଲପୁର ରୁ ସାଇଣ୍ଟିଫିକ ଦଳ ଆସି ତଦନ୍ତ କରି ବୁର୍ଲା ଏଫଏମଟି କୁ ପରୀକ୍ଷା ପାଇଁ ନମୁନା ପଠେଇଛି। ଆଜି ଏହି ତଦନ୍ତ ସମୟରେ ମାଜିଷ୍ଟ୍ରେଟ ଦାୟିତ୍ୱରେ ଥିବା ଜମନକିରା ତହସିଲଦାର ପ୍ରଭିନା ବିଲୁଙ୍ଗ, କୁଚିଣ୍ଡା ଏସଡିପିଓ ପ୍ରଦୀପ କୁମାର ଦାଶ, ଜମନକିରା ଆଇଆଇସି ପଦ୍ମାଳୟା ସାହୁ, କୁଚିଣ୍ଡା ଆଇଆଇସି ବାମଦେବ ସଂଖୁଆଳ ପ୍ରମୁଖ ଉପସ୍ଥିତ ଥିଲେ।
ପୋଲିସର ସୂଚନା ଅନୁଯାଇ, ଆଜି ପୂର୍ବାହ୍ନ ସାଢେ଼ ୮ଟା ସମୟରେ ଲଦୋପଡ଼ା ର କିଛି ଗ୍ରାମବାସୀ ଗାଁ ନିକଟ ଏକ ଆମ୍ବତୋଟା ନିକଟରେ ଦୁଇଟି ନର ଗୋଡ଼ କଙ୍କାଳ ପଡ଼ିଥିବା ଦେଖିଥିଲେ। ପରେ ଜମନକିରା ଥାନା କୁ ଫୋନ ରେ ଜଣାଇଥିଲେ। ପୋଲିସ ପହଞ୍ଚି ଗାଁ ଲୋକଙ୍କ ସହ ଉକ୍ତ ସ୍ଥାନକୁ ଯାଇ ଦେଖିଥିଲେ। ପରେ କୁଚିଣ୍ଡା ଏସଡିପିଓ, ମାଜିଷ୍ଟ୍ରେଟ ଦାୟିତ୍ୱରେ ଥିବା ତହସିଲଦାର ଏବଂ ସମ୍ବଲପୁର ରୁ ସାଇଣ୍ଟିଫିକ ଦଳ କୁ ସୂଚନା ଦେଇଥିଲେ। ସମସ୍ତେ ପହଞ୍ଚିଲା ପରେ ହାଡ ପଡ଼ିଥିବା ପାଖ ମାଟି କୁ ଖୋଲିଥିଲେ। ଖୋଲିଲା ପରେ ସେ ଭିତରେ ଏକ ନର କଙ୍କାଳ ପୋତା ଯାଇଥିବା ଜଣା ପଡିଥିଲା। ପୋଲିସ ଏନେଇ ଜମନକିରା ଥାନାରେ ଏକ ମାମଲା ରୁଜୁ କରି ତଦନ୍ତ ଜାରି ରଖିଛି। ରିପୋର୍ଟ ଆସିଲା ପାରେ ଯାହାକିଛି ଜଣା ପଡ଼ିବ ବୋଲି ଥାନା ଅଧିକାରୀ ସାହୁ ପ୍ରକାଶ କରିଛନ୍ତି।

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ