Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ଆଜିଠୁ ଆୟୁଷ୍ମାନ ଭାରତ ଯୋଜନା ଶୁଭାରମ୍ଭ; ଜାଣନ୍ତୁ ଟ୍ବିନସିଟିରେ ଟ୍ରାଫିକ କଟକଣା

ଭୁବନେଶ୍ୱର: ଆଜିଠାରୁ ଓଡ଼ିଶାରେ ଆୟୁଷ୍ମାନ ଭାରତ ଓ ପ୍ରଧାନମନ୍ତ୍ରୀ ଜନଆରୋଗ୍ୟ ଯୋଜନା । କଟକ ବାଲିଯାତ୍ରା ପଡ଼ିଆରେ ଅନୁଷ୍ଠିତ ସ୍ବତନ୍ତ୍ର କାର୍ଯ୍ୟକ୍ରମରେ ଏହାର ଶୁଭାରମ୍ଭ କରିବେ କେନ୍ଦ୍ରମନ୍ତ୍ରୀ ଜେପି ନଡ୍ଡା । ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ, ରାଜ୍ୟ ସ୍ବାସ୍ଥ୍ୟମନ୍ତ୍ରୀ ମୁକେଶ ମହାଲିଙ୍ଗ ଓ ଅନ୍ୟମାନେ ଏହି କାର୍ଯ୍ୟକ୍ରମରେ ସାମିଲ ହେବେ ।

ଆଜି ସକାଳ ୧୧.୩୦ ମିନିଟ୍ ଠାରୁ ସନ୍ଧ୍ୟା ୬ ଘଟିକା ପର୍ଯ୍ୟନ୍ତ କଟକଣା ଲାଗୁ କରାଯାଇଛି। ଜାଣନ୍ତୁ…

୧. ଶିଖରପୁର ଚ୍ଛୁକ ପଟୁ ରିଙ୍ଗ ରୋଡ୍ ରେ ଆସୁଥୁବା ଯାନବାହାନ ଗୁଡ଼ିକ ମାତାମଠ ଛକ ଆଡ଼କୁ ଯିବାକୁ ଦିଆଯିବ ନାହିଁ । ସେମାନେ ଯୋବ୍ରା ଛକ ଠାରୁ ଆଗକୁ ଯାଇପାରିବେ ନାହିଁ ।

୨. ଚହଟା ଛକ ପଟୁ ରିଙ୍ଗ ରୋଡ୍ ରେ ଆସୁଥୁବା ଯାନବାହାନ ଗୁଡ଼ିକ ଯୋବ୍ରା ଛକ ଛକ ଆଡ଼କୁ ଯିବାକୁ ଦିଆଯିବ ନାହିଁ ଏବଂ ସେମାନଙ୍କୁ କ୍ୟାଣ୍ଟନମେଣ୍ଟ ଥାନା ଛକ ଠାରୁ ଆଗକୁ ଯାଇପାରିବେ ନାହିଁ । ସେମାନେ କ୍ୟାଣ୍ଟନମେଣ୍ଟ ଛକ ରାସ୍ତା ଦେଇ ମଧୁକୁଞ୍ଜ ପାର୍କ ଆଡ଼କୁ ଯାଇପାରିବେ ।

୩. କୌଣସି ପ୍ରକାର ଯାନବାହାନ ବିଜୁ ପଟ୍ଟନାୟକ ଛକ ପଟୁ ଦୟାଶ୍ରମ ରିଙ୍ଗ ରୋଡ୍ ଦେଇ ପୁରୁଣା କ୍ୟାଣ୍ଟନମେଣ୍ଟ ଆଡ଼କୁ ଯାଇପାରିବେ ନାହିଁ।

୪. କୌଣସି ପ୍ରକାର ଯାନବାହାନ ଗ୍ରୀନାର ହୋଟେଲ ଛକ ଠାରୁ ମହାନଦୀ ରିଙ୍ଗ ରୋଡ୍ ରେ ଯିବାକୁ ଅନୁମତି ଦିଆଯିବ ନାହିଁ । ସେମାନେ ଓପା ଛକ ଦେଇ ମଧୁସୂଦନ ଷ୍ଟାଚ୍ୟୁ ଆଡ଼କୁ ଯାଇପାରିବେ।

୫. କୌଣସି ପ୍ରକାର ଯାନବାହାନ ଚଣ୍ଡୀ ଛକ ଠାରୁ ପୁରୁଣା କ୍ୟାଣ୍ଟନମେଣ୍ଟ ଥାନା ଆଡ଼କୁ ଯାଇପାରିବେ ନାହିଁ ଏବଂ ସେମାନେ ପି.ଏଚ୍.ଡି ଅଫିସ ଠାରୁ ଆଗକୁ ଯାଇପାରିବେ ନାହିଁ ।

୬. ଶିଖରପୁର ଛକ ପଟୁ ଯୋବ୍ରା ଛକ ଆଡ଼କୁ ଭାରୀ ଯାନ ଗୁଡ଼ିକ ଯିବାକୁ ଦିଆଯିବ ନାହିଁ । ସେମାନେ ଅନ୍ୟ ରାସ୍ତା ଦେଇ ଯାଇପାରିବେ।

୭. କାଳିଆବୋଦା ପଟୁ ଯୋବ୍ରା ଛକ ଆଡ଼କୁ ଭାରୀ ଯାନ ଗୁଡ଼ିକ ଯିବାକୁ ଦିଆଯିବ ନାହିଁ । ସେମାନେ କଳିଆବୋଦା ଛକରୁ ବାମ ମୋଡ଼ ନେଇ ଓ.ଏମ୍.ପି ଛକ ଆଡ଼କୁ ଯାଇପାରିବେ।

୮. ତ୍ରିଶୂଳିଆ ଛକ ପଟୁ ବେଲଭିୟୁ ଛକ ଆଡ଼କୁ ଭାରୀ ଯାନ୍ ଗୁଡ଼ିକ ଯିବାକୁ ଦିଆଯିବ ନାହିଁ ଏବଂ ସେମାନେ ତ୍ରିଶୂଳିଆ ବେଲଭିୟୁ ଛକ ଠାରୁ ଆଗକୁ ଯାଇପାରିବେ ନାହିଁ ।

୯. ନୂଆପାଟଣା ଛକ ପଟୁ ମଧୁସୂଦନ ସେତୁ ଦେଇ ସି.ଡି.ଏ ଆଡ଼କୁ ଭାରୀ ଯାନ ଗୁଡ଼ିକ ଯିବାକୁ ଦିଆଯିବ ନାହିଁ ଏବଂ ସେମାନେ ନୂଆପାଟଣା ଛକ ଠାରୁ ଆଗକୁ ଯାଇପାରିବେ ନାହିଁ ।

୧୦. ଡି.ପି.ଓ ଗଡ଼ା ପଟୁ ବେଲଭିୟୁ ଛକୁ ଆଡ଼କୁ ଅପରାହ୍ନ ୪ ଘଟିକାରୁ ସନ୍ଧ୍ୟା ୬ ଘଟିକା ମଧ୍ୟରେ କୌଣସି ପ୍ରକାର ଯାନବାହନ ଯିବାକୁ ଦିଆଯିବ ନାହିଁ ଏବଂ ସେମାନେ ଡି.ପି.ଓ ଗଡ଼ା ଠାରୁ ଆଗକୁ ଯାଇପାରିବେ ନାହିଁ ।

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ