Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ବ୍ରାଉନସୁଗାର ବେପାରୀ ଜାମସେଦକୁ ଏନକାଉଣ୍ଟର କଲା କମିଶରେଟ ପୋଲିସ

ଭୁବନେଶ୍ବର: ରାଜଧାନୀ ଭୁବନେଶ୍ବରରେ ପୁଣି ଏକ ଏନକାଉଣ୍ଟର । ବ୍ରାଉନସୁଗାର ବେପାରୀ ଶେଖ ଜାମସେଦଙ୍କୁ ଏନକାଉଣ୍ଟର୍ କଲା କମିଶନରେଟ୍ ପୋଲିସ୍ । ଗତକାଲି ବିଳମ୍ବିତ ରାତିରେ ଖଣ୍ଡଗିରି ଅଞ୍ଚଳରେ ହୋଇଛି ଏନକାଉଣ୍ଟର । ପୋଲିସ ଗୁଳିରେ ଗୁରୁତର ହୋଇଛି ଜାମସେଦ୍ । ତା’ ଗୋଡରେ ଗୁଳି ବାଜିଥିବାବେଳେ ଏମ୍ସରେ ଭର୍ତ୍ତି କରାଯାଇଛି । ତା’ ନିକଟରୁ ୨୦ ଲକ୍ଷ ଟଙ୍କାର ବ୍ରାଉନସୁଗାର ଜବତ କରାଯାଇଛି ।

ବିଳମ୍ବିତ ରାତିରେ ଜାମସେଦ୍ ଖଣ୍ଡଗିରିକୁ ଯାଉଥିବାବେଳେ ପୋଲିସ ପିଛା କରିଥିଲା । ସେ ଖସି ପଳାଇବାକୁ ଉଦ୍ୟମ କରି ପୋଲିସ ଉପରକୁ ଗୁଳି ଚଳାଇଥିଲା । ପୋଲିସର ପାଲଟା ଆକ୍ରମଣରେ ତା’ର ଗୋଡରେ ଗୁଳି ବାଜିଥିଲା ।

କମିଶନରେଟ୍ ପୋଲିସର ସୂତ୍ରରୁ ମିଳିଥିବା ଖବର ମୁତାବକ, ଶେଖ୍ ଜାମସେଦ୍ ନିଶା କାରବାର ସହ ଜଡିତ ଅନେକ ମାମଲାରେ ସମ୍ପୃକ୍ତ ଥିଲା । ଏନେଇ ପୋଲିସ କିଛି ମାସ ହେଲା ତା’ ଉପରେ ନଜର ରଖିଥିଲା ।

କିଛି ଦିନ ପୂର୍ବରୁ ରାଜଧାନୀର ବଡ଼ଗଡ଼ ଥାନା ଅଞ୍ଚଳରେ ବିହାରର ଦୁଇ କୁଖ୍ୟାତ ଲୁଟେରା ସୋନୁ ଯାଦବ, ମନୀଷ ଯାଦବକୁ ଏନକାଉଣ୍ଟର କରାଯାଇଥିଲା । ବିହାରର ଏହି ଦୁଇ ଲୁଟେରାଙ୍କ ନାଁରେ ୧୫ରୁ ଅଧିକ ଛିନତାଇ ମାମଲା ରହିଥିଲା । ଏମାନେ ବିହାରରୁ ଆସି ଭୁବନେଶ୍ବରରେ ଖେଳାଇଥିଲେ ବ୍ଲାକ୍ ପଲସର୍ ଆତଙ୍କ । କଳା ପଲସରରେ ଯାଇ ଛିନତାଇ କରୁଥିଲେ ।

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ