Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ଆୟୁଷ୍ମାନ ଭାରତ ଗୋପବନ୍ଧୁ ଜନ ଆରୋଗ୍ୟ ଯୋଜନାର ଶୁଭାରମ୍ଭ

ଲକ୍ଷ୍ମୀପୁର ୧୧/୦୪ ..ଓଡିଶା ରେ ଆୟୁଷ୍ମାନ ଭାରତ ଗୋପବନ୍ଧୁ ଜନ ଆରୋଗ୍ୟ ଯୋଜନାର ଶୁଭାରମ୍ଭ
କେନ୍ଦ୍ର ସ୍ୱାସ୍ଥ୍ୟ କଲ୍ୟାଣ ମନ୍ତ୍ରୀ ଜେପି ନଡା ମୁଖ୍ୟ ଅତିଥି ଭାବେ ଯୋଗ ଦେଇ ଭିଡିଓ କନଫ୍ରେସିଂ ଜରିଆରେ ଯୋଜନାର ଶୁଭାରମ୍ଭ କରିଥିଲେ।ସୁସ୍ଥ ଓଡିଶା ବିକଶିତ ଓଡ଼ିଶା ପ୍ରଧାନ ମନ୍ତ୍ରୀଙ୍କ ଯେଉଁ ସ୍ବପ୍ନ ଥିଲା ଆଜି ତାହା ସାକାର ହେବାକୁ ଯାଉଛି,ଏହି ଜନ ଆରୋଗ୍ୟ ଯୋଜନା ମାଧ୍ୟମ ରେ ଦେଶର ୨୯ ହଜାର ସ୍ୱାସ୍ଥ୍ୟ କେନ୍ଦ୍ର ଠାରେ ଲୋକେ ଦେୟ ମୁକ୍ତ ଚିକିତ୍ସା ପାଇ ପାରିବେ ଓ ବହୁ ସଂଖ୍ୟାରେ ଲୋକ ଉପକୃତ ହେବେ ବୋଲି ଶ୍ରୀ ନଡା କହିଥିଲେ ।ଏଥିରେ ମୁଖ୍ୟ ମନ୍ତ୍ରି ମୋହନ ଚରଣ ମାଝି,ଉପ ମୁଖ୍ୟ ମନ୍ତ୍ରି କନକ ବର୍ଧନ ସିଙ୍ଗ ଦେଓ,ପ୍ରଭାତୀ ପରିଡା,ରାଜ୍ୟ ସ୍ୱାସ୍ଥ୍ୟ ମନ୍ତ୍ରୀ ମୁକେଶ ମହାଳିଙ୍ଗ ଉପସ୍ଥିତ ଥିଲେ।ଏହାର ସିଧା ପ୍ରସାରଣ କୋରାପୁଟ ଜିଲ୍ଲା ଲକ୍ଷ୍ମୀପୁର ବ୍ଲକର ଲୋକେ ଆୟୁଷ୍ମାନ ଭାରତ ପ୍ରଧାନ ମନ୍ତ୍ରୀ ଆରୋଗ୍ୟ ଯୋଜନା ତଥା ଗୋପବ ନ୍ଧୁ ଆରୋଗ୍ୟ ଯୋଜନାର ଶୁଭ ଉଦଘାଟନ ଭିଡିଓ କନଫ୍ରେସିଂ ଜରିଆରେ ଦେଖିଥିଲେ। ବିଡ଼ିଓ ଗୁରେଶ୍ୱ ଭୋଇଙ୍କ ନେତୃତ୍ୱରେ ବ୍ଲକର କୁଟିଙ୍ଗା,କୁଟିଙ୍ଗ ଗୁଡା ଓ ଗୌଡ଼ଗୁଡା ଗ୍ରାମ ଠାରେ ଏକକ କାର୍ଡ ବିତରଣ କାର୍ଯ୍ୟକ୍ରମର ଆୟୋଜନ କରାଯାଇ ଥିଲା।କୁଟିଙ୍ଗା ପଞ୍ଚାୟତ ରେ ମୁଖ୍ୟ ଅତିଥି ଭାବେ ପଞ୍ଚାୟତ ସମିତି ଅଧ୍ୟକ୍ଷା ସୁଆଇ କୁଲେସିକା ଯୋଗ ଦେଇଥିବା ବେଳେ ସରପଞ୍ଚ ସୁଲଚନା ମାଝି,ବୁର୍ଜା ସରପଞ୍ଚ ଜଲି ମିଣିଆକା, ପୂର୍ବତନ ବିଧାୟଜ କୈଳାସ ଚନ୍ଦ୍ର କୁଲେସିକା,କୁଟିଙ୍ଗା ପ୍ରାଥମିକ ଚିକିତ୍ସା କେନ୍ଦ୍ରର ଡାକ୍ତର ସାମିନା ବେହେରାଙ୍କ ସମେତ ସ୍ୱାସ୍ଥ୍ୟ କର୍ମଚାରୀ ମାନେ ଯୋଗ ଦେଇଥିଲେ।ସେହିପରି ପିପଳପଦର ପଞ୍ଚାୟତ ଅନ୍ତର୍ଗତ କୁଟୀଙ୍ଗଗୁଡା ଅଙ୍ଗନବାଡି କେନ୍ଦ୍ର ଠାରେ ମଧ୍ୟ ଏହି କାର୍ଯ୍ୟକ୍ରମର ଆୟୋଜନ କରାଯାଇଥିବା ବେଳେ ବହୁ ସଂଖ୍ୟାରେ ଲୋକ ଯୋଗ ଦେଇଥିଲେ। କାର୍ଯ୍ୟକ୍ରମକୁ ଯୋଗାଣ ଅଧିକାରୀ ଆଦିତ୍ୟ ପ୍ରସାଦ ନାୟକ ପରିଚାଳନା କରିଥିବା ବେଳେ ପିଇଓ ପ୍ରଭାକର କୌଶଲ୍ୟା ଓ ସରପଞ୍ଚ ଚିନ୍ତ ମାଣ୍ଡିଙ୍ଗା ସହଯୋଗ କରିଥିଲେ। ଗୌଡ଼ଗୁଡା ପଞ୍ଚାୟତ ସଦରରେ ମଧ୍ୟ ଆୟୁଷ୍ମାନ ଭାରତ ଜନ ଆରୋଗ୍ୟ ଯୋଜନାର କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିବା ବେଳେ ବହୁ ସଂଖ୍ୟାରେ ଲୋକ ଯୋଗ ଦେଇ ଭିଡିଓ କନଫ୍ରେସିଂ ଜରିଆରେ ଏହି ଯୋଜନାର ଶୁଭାରମ୍ଭ ଦେଖିବା ସହ ଯୋଜନା ବିଷୟରେ ଅବଗତ ହୋଇଥିଲେ।ଏହି କାର୍ଯ୍ୟକ୍ରମକୁ ଆବାସ ଯୋଜନା ଅଧିକାରୀ ଜନାର୍ଦ୍ଧନ ଚୌଧୁରୀ ପରିଚାଳନା କରିଥିବା ବେଳେ ଏଥିରେ ପିଇଓ ଭୁବନ ଜାନି ଓ ସରପଞ୍ଚ ଭଗବତୀ ମୁଦୁଲି ସହଯୋଗ କରିଥିଲେ।କାର୍ଯ୍ୟକ୍ରମ ରେ କିଛି ହିତାଧିକାରୀଙ୍କୁ ଗୋପବନ୍ଧୁ ଜନ ଆରୋଗ୍ୟ ଯୋଜନାର କାର୍ଡ ବଣ୍ଟନ କରାଯାଇଥିବା ବେଳେ ଆଗାମୀ ଦିନରେ ସମସ୍ତ ହିତାଧିକାରୀଙ୍କ ଘରେ ଘରେ କାର୍ଡ ବଣ୍ଟନ କରାଯିବ ବୋଲି ସୂଚନା ପ୍ରଦାନ କରାଯାଇଥିଲା