Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Latest News in Odia, Breaking News in Odia, ବଡ ଖବର , Odisha Dot News

କୋରାପୁଟସାଂସଦ ଙ୍କ ସାମ୍ବାଦିକ ସମିଳନୀ…କୋଡୀଙ୍ଗା ମାଳି ର ବକ୍ସାଇଟ ୮୦% ସ୍ଥାନୀୟ କାରଖାନା ସକାଶେ ଗଚ୍ଚିତ ରଖାଯାଉ….୨୦% ପ୍ରତିଶତ ବକ୍ସାଇଟ ଯିଏ ଅଧିକା ଦର ରେ ନେବେ ତାଙ୍କୁ ଦିଆଯାଉ…

ଲକ୍ଷ୍ମୀପୁର ୧୧/୦୪ . କୋରାପୁଟ ରାୟଗଡା ସୀମାନ୍ତ ରେ ଥିବା କୋଡୀଙ୍ଗାମାଳି ର ବକ୍ସାଇଟ ଖଣିକୁ ନେଇ ବିବାଦ ଥମିବାରେ ନାଁ ଧରୁନି।କିଏ କାହାକୁ ପରୋକ୍ଷ ରେ ସମର୍ଥନ ଦଉଛି ତ କିଏ ପ୍ରତ୍ୟକ୍ଷ ଭାବରେ ସମର୍ଥନ କରୁଛନ୍ତି।ଏନେଇ ଆଜି ବହୁ ଦିନ ପରେ କୋରାପୁଟ ସାଂସଦ ସପ୍ତଗିରି ଉଲ୍ଲକା ମୁହଁ ଖୋଲିଛନ୍ତି, ଖଣି ଖନନ କରାଯାଇ ବେଦାନ୍ତ କୁ ଦିଆଯାଉଥିବା ବେଳେ ସେ କମ୍ପାନୀ  ର ନାମ ନନେଇ ପରୋକ୍ଷରେ ଏକ ପ୍ରକାର ବିରୋଧ କରିଛନ୍ତି। ସେ କହିଛନ୍ତି କୋଡୀଙ୍ଗା ମାଳି ର ବକ୍ସାଇଟ ଖନନ  ସକାଶେ ସେହି ସମୟରେ ପଲ୍ଲୀ ସଭା ମାଧ୍ୟମରେ ଚୁକ୍ତି ହୋଇଥିଲା କି ୮୦ ପ୍ରତିଶତ କଞ୍ଚାମାଲ ସ୍ଥାନୀୟ କଂସାରୀ ଗୁଡା ପ୍ରକଳ୍ପ ସକାଶେ ପ୍ରଥମେ ଗଚ୍ଚିତ କରି ରଖାଯିବା ପରେ ୨୦ ପ୍ରତିଶତ ମାଲ ଅନ୍ୟ ଜିଲ୍ଲା କିମ୍ବା ଅନ୍ୟ ରାଜ୍ୟ ର କାରଖାନା କୁ ଯୋଗାଇ ଦିଆଯିବ, ତାହା ମଧ୍ୟ ଯେଉଁ କମ୍ପାନୀ ଅଧିକା ଦର ରେ ନେବାକୁ ସହମତି ହୁଏ ସେହି କମ୍ପାନୀ କୁ ଦେବା ସକାଶେ ନିଷ୍ପତି ନିଆଁ ଯାଇଥିଲା। ୨୦୦୮ ମସିହାରୁ ପ୍ରକଳ୍ପ ସକାଶେ ନିଷ୍ପତି ନିଆ ଯାଇଥିବା ବେଳେ, କାରଖାନା ହେଲେ ତିନି କିଲୋମିଟର କାନଭାର୍ଶନ ବେଲ୍ଟ ମାଧ୍ୟମରେ ବକ୍ସାଇଟ କୋଡୀଙ୍ଗା ମାଳି ରୁ ଆଣିବା ପାଇଁ ନିଷ୍ପତି ନିଆ ଯାଇଥିଲା, କିନ୍ତୁ ୨୦୧୭ ମସିହାରେ ରାଜ୍ୟ ରେ ଥିବା ବିଜେଡ଼ି ସରକାର ସବୁ ନିୟମ କୁ ଉଲଘଂନ କରି ଖଣି କରାଇ ୮୦ ପ୍ରତିଶତ କଞ୍ଚାମାଲ କମ୍ପାନୀ କୁ ଜାତୀୟ ରାଜପଥ ରେ ହାଇ ୱା ଟିପର ଦ୍ୱାରା ପରିବହନ କରାଇଛନ୍ତି, ଯାହାକି ଏପର୍ଯ୍ୟନ୍ତ ଚାଲିଥିବା ଶ୍ରୀ ଉଲାକା କହିଛନ୍ତି। ବର୍ତ୍ତମାନ ସରକାର ବାର୍ଷିକ ୩. ୫ ମିଲିଆନ ଟନ ରୁ ୪. ୫ ମିଲିଆନ ଟନ ବକ୍ସାଇଟ ଖନନ ସକାଶେ ଯୋଜନା ଚାଲିଛି, ଯଦି ଏହା ବିନା ପଲ୍ଲୀ ସଭା ଓ ଗ୍ରାମ ସଭା ଅନୁଯାୟୀ କରାଯିବ ତାହେଲେ ରାଜ୍ୟ କଂଗ୍ରେସ ସାମ୍ବିଧାନିକ ନିୟମ ପ୍ରକାରେ ରାଜରାସ୍ତା କୁ ଓଲ୍ଲାଇବା ସକାଶେ ଚରମ ବାଣୀ ଶୁଣାଇ ଛନ୍ତି। ଏପରିକି ସେ କହିଛନ୍ତି କଂସାରୀ ଗୁଡା ପ୍ରକଳ୍ପ ହେବ ପୂର୍ବରୁ ଯଦି ଏତେ ପରିମାଣ ରେ ବକ୍ସାଇଟ ଖନନ କରି ନିଆ ଯାଏ ତାହେଲେ କଂସାରୀଗୁଡା ପ୍ରକଳ୍ପ ସକାଶେ ଆଉ ବକ୍ସାଇଟ ହିଁ ନଥିବ, ତେଣୁ ବର୍ତ୍ତମାନ ଖନନ କରାଯାଉଥିବା ବକ୍ସାଇଟ ରୁ ୨୦ ପ୍ରତିଶତ ହିଁ ଉଚିତ ମୂଲ୍ୟ ରେ ବାହାର କମ୍ପାନୀ କୁ ଦିଆଯାଉ ବୋଲି ସେ କହିଛନ୍ତି ।ଏହି ସାମ୍ବାଦିକ ସମ୍ମିଳନୀ ରେ ସ୍ଥାନୀୟ ବିଧାୟକ ପବିତ୍ର ସାଉନ୍ତା, ରାଜୀବଗାନ୍ଧୀସଙ୍ଘଠନ ର ରାଜ୍ୟ ସମ୍ପାଦକ ରୂପକ ତୁରୁକ, ସାଂସଦ ପ୍ରତିନିଧି କୈଳାସ ଖସଲା, ଯୁବ ନେତା ମଣ୍ଟି ଖରା ପ୍ରମୁଖ ଉପସ୍ଥିତ ଥିଲେ।