ଜମିବାଡ଼ଇ ବିବାଦରୁ ରାଜଧାନୀରେ ବିଲଡରଙ୍କୁ ହତ୍ୟା


ଭୁବନେଶ୍ବର: ଜମିବାଡି ବିବାଦରୁ ରକ୍ତ ରଞ୍ଜିତ ହେଲା ରାଜଧାନୀ ଭୁବନେଶ୍ବର । ଗଡ଼ିଲା ବିଲଡରଙ୍କ ମୁଣ୍ଡ । ମୃତକ ହେଲେ ସସ୍ମିତ ବିଶ୍ବାଳ ଓରଫ୍ ଚିନୁ । ଏୟାରଫିଲ୍ଡ ଥାନା ସୁନ୍ଦରପଦା ଅଞ୍ଚଳରେ ତାଙ୍କୁ ହତ୍ୟା କରାଯାଇଥିବା ସୂଚନା ମିଳିଛି । 

ଜାଗାବାଡି ପଜେସନ ପାଇଁ ଯାଇଥିବା ବେଳେ ସ୍ପଟ୍ ଉପରେ ଦୁର୍ବୃତ୍ତ ତାଙ୍କୁ ଆକ୍ରମଣ କରିଥିଲେ । ତାଙ୍କୁ ତୁରନ୍ତ ଭୁବନେଶ୍ବର କ୍ୟାପିଟାଲ ହସ୍ପିଟାଲକୁ ଆଣି ଭର୍ତ୍ତି କରାଯାଇଥିଲା । ସେଠାରେ ଡାକ୍ତର ମୃତ ଘୋଷଣା କରିଥିଲେ । ବର୍ତ୍ତମାନ ବ୍ୟବଚ୍ଛେଦ ପାଇଁ କ୍ୟାପିଟାଲ୍ ହସ୍ପିଟାଲରେ ରଖାଯାଇଛି ମୃତଦେହ । ମେଡ଼ିକାଲ ବାହାରେ ମୃତ ବିଲଡର ସସ୍ମିତ ବିଶ୍ବାଳଙ୍କ ସମ୍ପର୍କୀୟଙ୍କ ଭିଡ଼ ଦେଖିବାକୁ ମିଳିଛି ।