ଭୁବନେଶ୍ବର ପାଳୁଛି ୭୭ତମ ରାଜଧାନୀ ପ୍ରତିଷ୍ଠା ଦିବସ


ଭୁବନେଶ୍ବର: ଭୁବନେଶ୍ବର ପାଳୁଛି ୭୭ତମ ରାଜଧାନୀ ପ୍ରତିଷ୍ଠା ଦିବସ । ବାଚସ୍ପତି ସୁରମା ପାଢ଼ୀ ପ୍ରତିଷ୍ଠା ଫଳକରେ ମାଲ୍ୟାର୍ପଣ କରି କଲେ ଶୁଭାରମ୍ଭ । ଏହି ଅବସରରେ ସ୍ଵତନ୍ତ୍ର ପରେଡ ଆୟୋଜନ କରାଯାଇଛି । ୨୧ଟି ପ୍ଲାଟୁନ ପରେଡରେ ଭାଗ ନେଇଛନ୍ତି । ପୋଲିସ ବିଭାଗ ସହିତ ବିଭିନ୍ନ କଲେଜ ଓ ସ୍କୁଲର ଛାତ୍ରଛାତ୍ରୀ ଏଥିରେ ସାମିଲ ହୋଇଛନ୍ତି l
କ୍ୟାପିଟାଲ ଫାଉଣ୍ଡେସନ୍ ଡେ’ ପାଳନ ଅବସରରେ ବିଭିନ୍ନ ସାଂସ୍କୃତିକ କାର୍ଯ୍ୟକ୍ରମର ଆୟୋଜନ କରାଯିବ। ସାଂସ୍କୃତିକ ଐତିହ୍ୟ ଓ ସହରାଞ୍ଚଳ ବିକାଶର ଏକ ଅନନ୍ୟ ମିଶ୍ରଣ ସହିତ ଏକ ସ୍ପନ୍ଦନଶୀଳ ରାଜଧାନୀରେ ପରିଣତ ହୋଇଛି ଭୁବନେଶ୍ଵର ସହର । କ୍ୟାପିଟାଲ ପ୍ରତିଷ୍ଠା ଦିବସ ଉତ୍ସବରେ ବିସ୍ତୃତ ନାଗରିକ ପରେଡ୍, ବିଧାନସଭାରେ ପତାକା ଉତ୍ତୋଳନ ଓ ୧୩ ଜଣ ବିଶିଷ୍ଟ ବ୍ୟକ୍ତିଙ୍କୁ କ୍ୟାପିଟାଲ ଗ୍ଲୋରି ଅନର୍ ପୁରସ୍କାର ପ୍ରଦାନ କରାଯିବ।