ସମ୍ବଲପୁର: ସମ୍ବଲପୁରରେ ଏନକାଉଣ୍ଟର । କୁଖ୍ୟାତ ଅପରାଧୀ ସୀତାରାମ ଷଡଙ୍ଗୀଙ୍କୁ ଏନକାଉଣ୍ଟର କଲା ଗୋବିନ୍ଦପୁର ଥାନା ପୋଲିସ । ରଙ୍ଗିଆଟିକିରାରେ ହୋଇଛି ଏନକାଉଣ୍ଟର । ସୀତାରାମଙ୍କ ବାମ ଗୋଡ଼ରେ ଗୁଳି ବାଜିଛି । ପ୍ରଥମେ ତାକୁ କୁଚିଣ୍ଡା ମେଡିକାଲରେ ଭର୍ତ୍ତି କରାଯାଇଥିଲା । ଏହାପରେ ତାଙ୍କୁ ବୁର୍ଲା ଡାକ୍ତରଖାନାକୁ ସ୍ଥାନାନ୍ତର କରାଯାଇଛି ।
ଆଜି ସକାଳେ ପୋଲିସ ସୀତାରାମଙ୍କୁ ଗିରଫ କରିବାକୁ ଯାଇଥିଲା । ସୀତାରାମ ଫେରାର ହେବାକୁ ଉଦ୍ୟମ କରିବା ସହ ପୋଲିସ ଉପରକୁ ଗୁଳି ଚଲାଇଥିଲା । ଫଳରେ ପୋଲିସ ପାଲଟା ଗୁଳି ମାଡ଼ କରିଥିଲା ।
ସୀତାରମା ନାଁରେ ବିଭିନ୍ନ ଥାନାରେ ଡକାୟତି, ଚୋରି, ହତ୍ୟା ଉଦ୍ୟମ ଭଳି ୨୫ରୁ ଊର୍ଦ୍ଧ୍ବ ମାମଲା ରହିଛି । ତା’ ନିକଟରୁ ଗୋଟିଏ ବନ୍ଧୁକ, ଗୋଟିଏ ଜୀବନ୍ତ ଗୁଳି, ୨ଟି ଖୋକା, ୧ ଲକ୍ଷ ଟଙ୍କା, ଗୋଟିଏ ବାଇକ ଜବତ କରିଛି ପୋଲିସ |
କୁଖ୍ୟାତ ଅପରାଧୀ ସୀତାରାମଙ୍କୁ ଏନକାଉଣ୍ଟର, ଗୋଡ଼କୁ ଗୁଳି ମାରିଲା ସମ୍ବଲପୁର ପୋଲିସ
