Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ଲକ୍ଷ୍ମୀପୁର ରେ ବିଭିନ୍ନ ସଂଗଠନ ତରଫରୁ ଆମ୍ବେଦକର ଜୟନ୍ତୀ…

ଲକ୍ଷ୍ମୀପୁର:୧୪/୪ ଲକ୍ଷ୍ମୀପୁର ସଦର ମହକୁମା ର ନୁଆଁ ବସ ଷ୍ଟାଣ୍ଡ ଠାରେ  ଥିବା ଡ଼. ଭୀମରାଓ ଆମ୍ବେଦକର ଙ୍କ ପ୍ରତିମୂର୍ତ୍ତି ସମ୍ମୁଖରେ ୧୩୩ତମ ଜନ୍ମଜୟନ୍ତୀ ଉତ୍ସବ
ଧୂମଧାମ ର ସହିତ ଆମ୍ବେଦକର ପ୍ରେମୀ ଙ୍କ ଗହଣରେ ପାଳନ କରାଯାଇଥିଲା । ଆମ୍ବେଦକର ଙ୍କ ପ୍ରତିମୂର୍ତ୍ତି ସ୍ଥାପନ କରିଥିବା ଅବସପ୍ରାପ୍ତ ଜିଲ୍ଲା ଶିକ୍ଷାଧିକାରୀ ତଥା ପ୍ରତିଷ୍ଠାତା ସଭ୍ୟ ରବୀନ୍ଦ୍ର ନାଥ ଖୋସ୍ଲା ଙ୍କ ପରିଚାଳନା ରେ ଅନୁଷ୍ଠିତ କାର୍ଯ୍ୟକ୍ରମ ରେ ମୁଖ୍ୟ ଅତିଥି ଭାବେ ପୂର୍ବତନ ବିଧାୟକ କୈଳାଶ କୁଲେସିକା,
ମୁଖ୍ୟ ବକ୍ତା ଭାବେ ପୂର୍ବତନ ସାଂସଦ ଝିନ୍ନ ହିକକା  ଓ ସମ୍ମାନିତ ଅତିଥି ଭାବେ ଗୁଣପୁର ମହାବିଦ୍ୟାଳୟର ଅଧ୍ୟାପକ ସତ୍ୟବାନ୍ ଗରଡ଼ା, ଅଗସ୍ତି ହଲୱା, ସରପଞ୍ଚ ବଂଶୀଧର ମାଣ୍ଡିଙ୍ଗା,  ସରପଞ୍ଚ ଶ୍ୟାମସୁନ୍ଦର ତାଡ଼ିଙ୍ଗି, ମନୋଜ ସାହୁ, ସେବକ ବାଘ ପ୍ରମୁଖ ଯୋଗଦେଇ ଥିଲେ।ଅତିଥି ମାନେ ଆମ୍ବେଦକର ଙ୍କ ପ୍ରତିମୂର୍ତ୍ତୀରେ  ପୁଷ୍ପ ମାଲ୍ୟାର୍ପଣ କରିବା ସହ ପୂଜାର୍ଚ୍ଚନା କରି ଥିଲେ ।ପରେ ଏକ ସାଧାରଣ ସଭା କରାଯାଇ ଆମ୍ବେଦକର ଙ୍କ ଆତ୍ମଜୀବନୀ ଉପରେ ଉପସ୍ଥିତ ଛାତ୍ର ଛାତ୍ରୀ ଙ୍କୁ ସୂଚନା ଦିଆଯାଇ ତାଙ୍କ ର ଅନୁପ୍ରାଣିତ ହେବାକୁ କୁହାଯାଇଥିଲା। ସେହିପରି ଆମ୍ବେଦକର ଯୁବ ସଙ୍ଘ ଠନ ତରଫରୁ ମଧ୍ୟ ନିରାଡ଼ମ୍ବର ଭାବେ ଆମ୍ବେଦକର ଜୟନ୍ତୀ ପାଳନ କରାଯାଇଥିଲା। ଆଦିବାସୀ ପ୍ରଗତିବାଦୀ ସମାଜ ର ସଭାପତି ଆପ୍ପାରାଓ ୱାଡେକା ଙ୍କ ପରିଚାଳନା ରେ ଅନୁଷ୍ଠିତ ଜୟନ୍ତୀ ଉତ୍ସବରେ ପ୍ରାୟ ପାଞ୍ଚ କିଲୋମିଟର ଦୋଳିଆମ୍ବା ଠାରୁ ବୁର୍ଜା ଗାଁ ପର୍ଯ୍ୟନ୍ତ ଶତାଧିକ ଆମ୍ବେଦକର ପ୍ରେମୀ ଜୟଭୀମ ନାରା ଦେଇ ବାଇକ ରାଲି କରିଥିଲେ। ବାଇକ ରାଲି ପରେ ଢେମସା ନୃତ୍ୟ ର ତାଳେ ତାଳେ ନାଚ ଗୀତ କରି ଆସି ବାବା ସାହେବ ଆମ୍ବେଦକର ଙ୍କ ପ୍ରତି ମୂର୍ତ୍ତି ରେ ପୂଜା ପାଠ କରି ପୁଷ୍ପମାଲ୍ୟ ଅର୍ପଣ କରି ଥିଲେ । ସେଠାରୁ ବ୍ଲକ ପଡିଆ ରେ ପହଂଚି ଏକ ସାଧାରଣ ସଭା ର ଆୟୋଜନ କରାଯାଇଥିଲା।ବ୍ଲକ ପଡିଆ ରେ ଅନୁଷ୍ଠିତ କାର୍ଯ୍ୟକ୍ରମ ରେ ମୁଖ୍ୟ ଅତିଥି ଭାବେ ପୂର୍ବତନ ସାଂସଦ ଝିନ୍ନ ହିକକା ,  ଲକ୍ଷ୍ମୀପୁର ବ୍ଲକ ଜୋନ୍ -୨ ଜିଲ୍ଲା ପରିଷଦ ସଭ୍ୟା ପିଙ୍କି ହିମିରିକା,ବିଜେପି ଯୁବନେତା
ମନୋଜ କୁମାର ସାହୁ ଲକ୍ଷ୍ମୀପୁର ସରପଞ୍ଚ,
ଶ୍ୟାମ ସୁନ୍ଦର ତାଡ଼ିଙ୍ଗି,ପଞ୍ଚଡ଼ା ସରପଞ୍ଚ
ପ୍ରିୟଙ୍କା ଜାନି, ବୁର୍ଜା ସରପଞ୍ଚ ଜଲି ହିକକା, କାକିରିଗୁମ୍ମା ସରପଞ୍ଚ ପୃଷ୍ଟ ସାଉଁନ୍ତା ,ତୋୟାପୁଟ ଉଚ୍ଚ ବିଦ୍ୟାଳୟ ପ୍ରଧାନ ଶିକ୍ଷକ ପ୍ରଭାକର ଗରଡ଼ା, ଲାବନ୍ୟା ହାଲୱା,  ଆବ୍ରାହମ୍ ୱାଡେକା ପ୍ରମୁଖ ମଞ୍ଚ ରେ ଉପସ୍ଥିତ ରହିଥିଲେ। ଅତିଥି ମାନେ ଗରିବ ଓ ନିଷ୍ପେସିତ ଙ୍କ ପ୍ରତି ଆମ୍ବେଦକର ଙ୍କ ଅବଦାନ ଓ ତାଙ୍କର ଜୀବନୀ ଉପରେ ଉପସ୍ଥିତ ଲୋକଙ୍କୁ ଆଲୋକପାତ କରିଥିଲେ । ଆମ୍ବେଦକ ଯୁବ ସଙ୍ଘ ଠନ ସମ୍ପାଦକ ଘନଶ୍ୟାମ ହାଲବା ମଞ୍ଚ ପରିଚାଳନା କରିଥିଲେ।କାର୍ଯ୍ୟକ୍ରମ ରେ ନାରାୟଣ ପାଟଣା ବନ୍ଧୁଗାଁ ଓ ଦଶମନ୍ତପୁର ବ୍ଲକ ର ଶତାଧିକ ଆମ୍ବେଦକର ପ୍ରେମୀ ଉପସ୍ଥିତ ଥିଲେ।ସଙ୍ଘଠନ ତରଫରୁ ଖାଦ୍ୟ ପେୟ ର ବ୍ୟବସ୍ଥା କରାଯାଇଥିଲା।